ଓଡ଼ିଶା

୧୪ ଦିନ ପରେ ଧରାପଡ଼ିଲେ ଦୁଇ ଗଣଦୁଷ୍କର୍ମକାରୀ ଅଭିଯୁକ୍ତ

ରାଉରକେଲା ୧୧-୮ (ଓଡ଼ିଆ ପୁଅ/ଶିବାରାମ ପାତ୍ର): ଗତ ଜୁଲାଇ ୨୮ ତାରିଖରେ ପ୍ଳାଣ୍ଟସାଇଟ ଥାନା ଅନ୍ତର୍ଗତ କୋଣାର୍କ ଟକିଜ ନିକଟ ଦୁର୍ଗାପୁର ପାହାଡ଼ ଉପରେ ଜଣେ ଯୁବତୀଙ୍କୁ ୨ ଜଣ ଯୁବକ ଗଣଦୁଷ୍କର୍ମ କରିବା ଘଟଣା ଇସ୍ପାତ ସହର ରାଉରକେଲାରେ ଚାଚଂଲ୍ୟ ଖେଳାଇ ଦେଇଥିବା ବେଳେ ଆଜି ଏହି ଘଟଣାର ପର୍ଦାଫାସ କରିଛି ପୁଲିସ। ପୁଲିସ ଏହି ଘଟଣାରେ ଦୁଇ ଗଣଦୁଷ୍କର୍ମକାରୀ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଗୋପବନ୍ଧୁପାଲ୍ଲୀ ଅଂଚଳର ରାହୁଲ ପ୍ରସାଦ(୨୧) ଓ ଗୁରୁଦ୍ୱାରା ରୋଡ଼ ଅଂଚଳର ମନିଷ ପ୍ରସାଦ(୨୨)। ଏହି ସୂଚନା ସ୍ଥାନୀୟ ପ୍ଲାଣ୍ଟସାଇଟ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ସୂଚନା ଦେଇଛି। ପୁଲିସ ସୂଚନା ଅନୁଯାୟୀ, ଏହି ଦୁଇ ଯୁବକ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରିଥାନ୍ତି। ଘଟଣା ଦିନ ରାତିରେ ସେକ୍ଟର-୨୦ ହିଲଟପ୍ ବସ୍ତିରେ ରହୁଥିବା ଜଣେ ଯୁବତୀ ଟ୍ରାଫିକଗେଟ ଜିଟି ଲେନରେ ଥିବା ଏକ ହୋଟେଲରେ କାମ ସାରି ଚାଲିଚାଲି ରାତିରେ ଘରକୁ ଫେରୁଥିବା ସମୟରେ ବିଶ୍ରାଛକ ନିକଟରେ ଯୁବତୀ ଜଣଙ୍କୁ ଏକୁଟିଆ ପାଇ ଏହି ଦୁଇ ଯୁବକ ମନିଷ ଓ ରାହୁଲ ଅଟକାଇବା ସହିତ ତାଙ୍କ ସହିତ ଅଶ୍ଳୀଳ ଆଚରଣ କରିଥିଲେ। ଏହାପରେ ସେମାନେ ଯୁବତୀ ଜଣଙ୍କୁ ଜୋରଜବରଦସ୍ତ ଅଟୋରେ ବସାଇ କୋଣାର୍କ ଟକିଜ ପଛ ପାଖରେ ଥିବା ପାହାଡ଼ ଉପରକୁ ନେଇ ଗଣଦୁଷ୍କର୍ମ କରିଥିଲେ। ଘଟଣାପରେ ଯୁବତୀ ଜଣଙ୍କ କାନ୍ଦିକାନ୍ଦି ଥାନାରେ ପହଂଚି ଏହି ସମ୍ପର୍କରେ ଏତଲା ଦେଇଥିଲେ। ପୁଲିସ ଘଟଣାର ଅନୁସନ୍ଧାନ କରି ଉକ୍ତ ଦୁଇ ଜଣ ଅଟୋଚାଳକଙ୍କୁ ଗିରଫ କରିବା ସହ ଅଟୋ(ନଂ ଓଡ଼ି ୧୪ଡ଼ି ୭୫୦୪)କୁ ଜବତ କରିଛି। ଗଣଦୁଷ୍କର୍ମର ଶୀକାର ହୋଇଥିବା ଯୁବତୀ ଜଣଙ୍କ ସାମାନ୍ୟ ଭାବେ ମାନସିକ ଭିନ୍ନକ୍ଷମ ବୋଲି କୁହାଯାଉଛି। ଆଜି ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଥାନା ଇନ୍ସପେକ୍ଟରଙ୍କ ସମେତ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top