୧୪ ଡେପୁଟି କମାଣ୍ଡାଣ୍ଟଙ୍କ ପଦୋନ୍ନତି

କଟକ,୨୮ା୬(ଓଡ଼ିଆ ପୁଅ/ତପନ କୁମାର ସାହୁ): ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଭାଗୀୟ ପଦୋନ୍ନତି କମିଟି ବୈଠକରେ ଓଡିଶା ପୁଲିସରେ କାର୍ଯ୍ୟରତ ୧୪ ଜଣ ଡେପୁଟି କମାଣ୍ଡାଣ୍ଟଙ୍କୁ କମାଣ୍ଡାଣ୍ଟ ପଦବୀକୁ ପଦୋନ୍ନତି ଦିଆଯାଇଛି । ସେହିପରି କାର୍ଯ୍ୟରତ ୨ ଜଣ କମାଣ୍ଡାଣ୍ଟଙ୍କୁ ବରିଷ୍ଠ ପ୍ରଶାସନିକ ଗ୍ରେଡକୁ ପଦୋନ୍ନତି ପାଇଁ ଏହି ବିଭାଗୀୟ ପଦୋନ୍ନତି କମିଟି ଅନୁମୋଦନ କରିଛନ୍ତି । ପଦୋନ୍ଗନତି କମିଟିରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ ଥିବା ବେଳେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ ପୁଲିସ ଡିଜି କେବି ସିଂହ ସଦସ୍ୟ ଭାବେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *