କୋରାପୁଟ ; ତା୦୪-୦୬-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଗତମାସ ୨୨ତାରିଖରୁ ଆରମ୍ଭ ହୋଇଥିବା କୋରାପୁଟ ଜିଲା ଗ୍ରାମୀଣ ଡାକସେବା କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ୧୪ଦିନରେ ପହଂଚିଛି। ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି। ଡ୍ରାଇଭିଂ ଲାଇସେନ୍ସ୍, ଏଟିଏମ୍ କାର୍ଡ ଓ ଅନ୍ୟାନ୍ୟ କାଗଜାତ୍ ବର୍ତମାନ ଡାକ ଯୋଗେ ଲୋକଙ୍କ ନିକଟକୁ ପଠା ଯାଉଥିବାରୁ ଡାକ କର୍ମଚାରୀଙ୍କ ଧର୍ମଘଟ ଯୋଗୁଁ ଏହି ସେବା ପ୍ରଭାବିତ ହୋଇଛି। ସୂଚନା ଥାଉକି, ସପ୍ତମ ବେତନ କମିଶନ ରିପୋର୍ଟ ଲାଗୁ ଓ ପେନସନ ପ୍ରଦାନ ଦାବିରେ ଜାତୀୟ ଗ୍ରାମୀଣ ଡାକସେବା କର୍ମଚାରୀ ସଂଘର ଆହ୍ୱାନ କ୍ରମେ ଗତମାସ ୨୨ ତାରିଖରୁ ଜିଲା ସଂଘ ନିମ୍ନ ଦାବି ପୂରଣ ନିମନ୍ତେ ଆନ୍ଦୋଳନକୁ ଓହ୍ଲାଇଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ୬୧୭ ଟି କେନ୍ଦ୍ରର ୧୪୧୫ ଜଣ କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇଥିବା ଜଣା ପଡିଛି। ଭାଗିରଥୀ ପାଟନିଆ, ନିର୍ମଳ ଚୋଧୁରୀ, କୃଷ୍ଣ ଗୈାଡ, ଜିତେନ କୁମାର ସାମାନ୍ତରାୟ, ନିରଞନ ରାଉତ, ସମରା ବାଙ୍କିଆ, ନିଳମଣି ମହାରଣା, ରଘୁନାଥ ପରଜା, ଲକ୍ଷ୍ଣଣ ଜାନି, ବୈଦନାଥ ରାଉତ, କୃଷ୍ଣପ୍ରୀୟା ଖୋସଲା, ରବିନ୍ଦ୍ର ଗାଦବା ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଛନ୍ତି।
