୧୩ରୁ ରାଜ୍ୟସ୍ତରୀୟ ମଂଚନାଟକ ପ୍ରତିଯୋଗିତା

ପୁରୀ, ୭/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ଆସନ୍ତା ୧୩ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠାନ ଆମର ଆନୁକୂଲ୍ୟରେ ଆୟୋଜିତ ହେଉଛି ରାଜ୍ୟସ୍ତରୀୟମଂଚ ନାଟକ ପ୍ରତିଯୋଗିତା। ଏନେଇ ଚନ୍ଦ୍ରଶେଖର ପାଠାଗାର ପରିସରରେ ଆୟୋଜିତ ଏକ ସାସ୍ୱାଦିକ ସମ୍ମିଳନୀରେ ସୂଚନା ଦେିଛନ୍ତି କର୍ମକର୍ତ୍ତା। ଅନୁଷ୍ଠାନର ସଭାପତି ବିଜୟ ଲକ୍ଷ୍ମୀ ଦାସ, ସଂପାଦକ ଗୋବିନ୍ଦ ମହାନ୍ତି, ଉପଦେଷ୍ଠା ରାମଚନ୍ଦ୍ର ପ୍ରତିହାରୀ, ବଟରାଜ ଦେବଗୋସ୍ୱାମୀ, ଡଃ ତୁଳସୀ ଓଝା, ନବକିଶୋର ପ୍ରଧାନ, ନମିତା ମହାନ୍ତି ପ୍ରମୁଖ ସୂଚନା ଦେଇ କହିଲେ ୧୩ ତାରିଖରେ ଅନ୍ନପୂର୍ଣ୍ଣା ରଂଗମଂଚରେ ଏହିନାଟକ ପ୍ରତିଯୋଗିତାକୁ ସାଂସଦ ପିନାକୀ ମିଶ୍ର ଉଦ୍ଘାଟନ କରିବେ। ନଗରପାଳ ଜୟନ୍ତ କୁମାର ଷଢଙ୍ଗୀ, ପୈାର ସଦସ୍ୟ ଭକ୍ତ ଚରଣ ଦାସ, ଏବଂ ଜିଲ୍ଲା ପରିଷଦ ସଭ୍ୟ ଦିବାକର ପାତ୍ର ସମ୍ମାନୀତ ଅତିଥୀ ଭାବେ ଯୋଗଦାନ କରିବେ।। ପ୍ରତିଯୋଗିତାରେ ସମ୍ବଲପୁରର କ, ଖ, ଗ ଅନୁଷ୍ଠା, ରାଉଲକେଲାର କୋାଳ ନାଟକ ପରିଷଦ, ବଲାଙ୍ଗୀରର ମାମାଟି ନାଟ୍ୟ ସଂସଦ, ସାଜପୁରର ଦଶଭୂଜା କଳାପରିଷଦ, ବଲାଙ୍ଗୀରର ଅନ୍ୱେଷଣ, ଗଂଜାମ ମଂଚ କଳାକାର ସମ୍ମିଳନୀ, ଭୁବନେଶ୍ୱରର ଇନ୍ଦ୍ରଧନୁ, ଏବଂ କଳାକାର ମଂଚପକ୍ଷରୁ ୮ ଟି ନାଟକ ପରିବେଶଣ କରାଯିବ। ମଂଚ ନାଟକକୁ ଏକ ସୁସ୍ଥ ପରମ୍ପରା ଯୋଗାଇ ଦେବା ପାଇଁ ଏଭଳି ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଯଦ୍ୱାରା ନୂଆ ନାଟ୍ୟକାର ମାନେ ପ୍ରୋତ୍ସାହିତ କରାଯାଇଥିଲା। ୨୧ ତାରିଖ ସଂଧ୍ୟାରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କର୍ମକର୍ତ୍ତାମାନେ ଦର୍ଶାଇଥିଲେ। (ପ୍ରତିକାତ୍ମକ ଫଟୋ)

Leave a Reply

Your email address will not be published. Required fields are marked *