ରାୟଗଡ଼ା

୧୨ ସୂତ୍ରୀ ସମୀକ୍ଷାର ଯୋଜନା କଲେ କମିଶନର

ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ୦୭/୦୨ – ରାଜ୍ୟ ପରିବହନ ସଚିବ ତଥା ରାୟଗଡା ଜିଲ୍ଲା ନୋଡାଲ ଅଧିକାରୀ ଜି.ଶ୍ରୀନିବାସ ଦୁଇ ଦିନିଆ ରାୟଗଡା ଗ୍ରସ୍ତରେ ଆସିଛନ୍ତି । ଏବଂ ଗ୍ରସ୍ତ ସମୟରେ ଜିଲ୍ଲାରେ ଥିବା ସମସ୍ତ ବ୍ଲକ ଗୁଡିକ ବୁଲି ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବେ ବୋଲି ଜଣାପଡିଛି । ଜିଲ୍ଲାରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ୧୨ ଟି ଯୋଜନା ପାନୀୟଜଳ,ସାଧାରଣ ବଂଟନ, ମମତା, ନିରାମୟ, ସର୍ବଶିକ୍ଷା ଅଭିଯାନ, ସାଧାରଣ ବଂଟନ ବ୍ୟବସ୍ଥା, ଗ୍ରାମ୍ୟ ଗୃହ ନିର୍ମାଣ, ଭତା, ଗ୍ରାମ୍ୟ ଗୃହ ନିର୍ମାଣ, ନିର୍ମାଣ ଶ୍ରମିକ କଲ୍ୟାଣ ଓ ମିଶନ ଶକ୍ତିର ସମୀକ୍ଷା ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି କୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ । ଏହି ସହ ଗତ କିଛି ଦିନ ତଳେ କଲ୍ୟାଣସିଂହପୁର ବ୍ଲକରେ ଆସିଥିବା ପ୍ରଳୟଙ୍କାର ବନ୍ୟା ଯେପରି ପୁରନବୃତି ନ ହୁଏ ତାହା ନେଇ ଉଚିତ ପଦକ୍ଷେପ ନିଆଯାଉଥିବା ପ୍ରକାଶ କରିଥିଲେ । ସଡକ ସୁର କ୍ଷା ପ୍ରତି ଗୁରୁତ୍ୱ ଦିଆଯାଉଛି । ଜାତୀୟ ରାଜପଥରେ ୬ ଗୋଟି ଟ୍ରମା କେନ୍ଦ୍ର ଖୋଲାଯାଇଥିବା ବେଳେ ଆଉ ୯ ଗୋଟି ଖୋଲିବାକୁ ଯୋଜନା ହୋଇଛି । ଏଥିସହ ଜିଲ୍ଲାରେ ଖାଲି ପଡିଥିବା ଗୁରୁତ୍ୱୂପୂର୍ଣ୍ଣ ପଦବୀଗୁଡିକ ତୁରନ୍ତ ପୂରଣ କରାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ । ସମୀକ୍ଷା ବୈଠକ ପରେ ଜି.ଶ୍ରୀନିବାସ ମୁନିଗୁଡା ବ୍ଲକର ବିଭିନ୍ନ ଅଂଚଳ ପରିଦର୍ଶନ କରିଥିଲେ । ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଉଠା ଜଳସେଚନ ପଏଟଂ, ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ସ୍କୁଲ ଗୁଡିକ ବୁଲି ସମସ୍ୟା ଗୁଡିକୁ ବୁଝିଥିଲେ । କମିଶନର ଙ୍କ ଗ୍ରସ୍ତ ସମୟରେ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର, ପିଡି. ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ମଧୁସୂଦନ ମିଶ୍ର, ରାୟଗଡା ଉପ-ଜିଲ୍ଲାପାଳ ପ୍ରବୀର କୁମାର ନାୟକ, ଗୁଣପୁର ଉପ-ଜିଲ୍ଲାପାଳ ଅମୃତି ଋତୁରାଜ, ପିଏ, ଆଇଟିଡିଏ ମୁରଲିଧର ସ୍ୱାଇଁ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଡିପିଏମ୍ ରାଜେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top