୧୨ ଦିନ ହେଲା ଛାତ୍ର ନିଖୋଜ: ପ୍ରତିବାଦରେ ଖିରେଇ ଟାଙ୍ଗିରି ପ୍ରାଥମିକ ବିଦ୍ୟାଳୟରେ ତାଲା ପକେଇଲେ ଗ୍ରାମବାସୀ

ତୁରୁମୁଙ୍ଗା ୨୪-୯ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଖିରେଇଟାଙ୍ଗିରି ସ୍ୱଳ୍ପବ୍ୟୟ ୪୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସରେ ରହି ପାଠ ପଢ଼ୁଥିବା ଆନନ୍ଦପୁର ଥାନା ବଡ଼ପୁରୁଣାପାଣି ଗ୍ରାମର ଚତୁର୍ଥ ଶ୍ରେଣୀର ଛାତ୍ର ବିନୋଦ-ବାନାରା ଗତ ୧୨ ତାରିଖରୁ ସ୍କୁଲ ପରିସରରୁ ନିଖୋଜ ହୋଇଥିଲେ। ଆଜକୁ ୧୨ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ କୌଣସି ପତା ନ ମିଳିବାରୁ ଗ୍ରାମବାସୀ ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍କୁଲରେ ତାଲା ପକାଇଛନ୍ତି। ଫାଟକରେ ତାଲା ପଡିଥିବା ଯୋଗୁଁ ଛାତ୍ରଛାତ୍ରୀ ବାହାରେ ପାଠ ପଢୁଛନ୍ତି। ସରକାର ଗରିବ ଆଦିବାସୀ ଛାତ୍ରଛତ୍ରୀଙ୍କ ଶିକ୍ଷାକୁ ଅଗ୍ରଧିକାର ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ସହିତ ବହୁ ଯୋଜନା ପ୍ରଣୟନ କରୁଥିଲେ ହେଁ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଅବହେଳା ଯୋଗୁଁ ଏପରି ହେଉଥିବା ଅବିଭାବକମାନେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *