୧୨ ଦିନିଆ ମହିଲା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ଖଡିଆଳ/ନୂଆପଡା-୦୭.୧୨.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲା ଖଡିଆଳ ସ୍ଥିତ ମହାତ୍ମାଗାନ୍ଧୀ ବିଜ୍ଞାନ କଲେଜ ପରିସର ମଧ୍ୟରେ ଅନୁଷ୍ଠିତ ୧୨ ଦିନିଆ ମହିଲା ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଏହି ଉଦ୍ ଯାପନୀ ସଭାରେ କଲେଜର ଅଧ୍ୟାପକ ଯଶୋବନ୍ତ କୌର ମଞ୍ଚ ପରିଚାଳନା କରିଥିବା ବେଲେ କଲେକ ଅଧ୍ୟକ୍ଷ ସୁବ୍ରତ କୁମାର ଚଣ୍ଡି ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବରେ ଖଡିଆଳ ଥାନାଧିକାରୀ ସଦାନନ୍ଦ ପୁଝାରୀ ଯୋଗଦାନ କରି ମହିଲା ଛାତ୍ରୀ ମାନଙ୍କୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଆତ୍ମସୁରକ୍ଷା ନିତାନ୍ତ ଜରୁରୀ ଓ ସମସ୍ତେ ଆତ୍ମ ସୁରକ୍ଷା ତାଲିମ ନେବା ଜରୁରୀ ବୋଲି ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଶେଷରେ ଅଧ୍ୟାପିକା ଐଶରୀୟ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *