୧୨ ଦଫା ଦାବି ନେଇ ଓୟୁଜେର ଦକ୍ଷିଣ-ଓଡିଶା ପ୍ରାନ୍ତୀୟ ସମାବେଶ ଞ୍ଚସାମ୍ବାଦିକମାନେ ହେଉଛନ୍ତି ସାମାଜିକ ସୈନିକ-ହାଲ , କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ

କୋରାପୁଟ;ତା୧୩-୦୯-୧୭(ଓଡିଆପୁଅ/ରଂଜନ କୁମାର ଦାସ) ଓଡିଶା ସାମ୍ବାଦିକ ୟୁନିୟନ(ଓୟୁଜେ)ର ୧୨ ଦଫା ଦାବି ନେଇ କୋରାପୁଟଠାରେ ଏକ ବିଶାଳ ଶୋଭାଯାତ୍ରା କରାଯାଇ ଜିଲାପାଳଙ୍କ ଅଫିସ ସମୁଖରେ ଧାରଣା ଦେବା ସହ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା ।କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ରଂଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ରାଜ୍ୟ ସଭାପତି ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ମହାନ୍ତି ,ସାଧାରଣ ସମ୍ପାଦକ ଅଶୋକ କୁମାର ନନ୍ଦ,ଉପ-ସଭାପତି , ରାଜିବ ମହାନ୍ତି ଓ ସଦାଶିବ ସରାଫ ,ସଂପାଦକ ଅମୁଲ୍ୟ ରଂଜନ ସ୍ୱାଇଁ , ସଂଗଠନ ସଂପାଦକ ଇଗିଂତ ପଣ୍ଡା , ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ପରିକ୍ଷିତ ବିଶ୍ୱାଲ ଓ କିଶାନ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଦେଶର ଅନ୍ୟ ରାଜ୍ୟରେ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ପୃକ୍ତ ରାଜ୍ୟ ସରକାର ବିଭିନ୍ନ ସୁବିଧା ସୁଯୋଗ ଓ ସାମାଜିକ ନିରପତା ଯୋଗାଇ ଦେବା ସହ ସାମ୍ବାଦିକଙ୍କୁ ଆକ୍ରମଣକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଆଇନ ପ୍ରଣୟନ କରିଛନ୍ତି କିନ୍ତୁ ଓଡିଶାରେ ଗଣ ମାଧ୍ୟମ ପ୍ରତିନିଧିମାନେ ଅତି ବିପଦ ଜନକ ସ୍ଥିତିରେ କାମ କରୁଥିଲେବି ସେମାନଙ୍କ ସୁରକ୍ଷା ପାଇଁ ସରକାର କୌଣସି ବ୍ୟବସ୍ଥା ନକରିବା ଦୁର୍ଭାଗ୍ୟ ଜନକ ବୋଲି ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ବକ୍ତବ୍ୟ ରଖିଥିଲେ । ଗତ ୧୭ ବର୍ଷ ମଧ୍ୟରେ ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକ ଯଥା ଶ୍ରମିକ,ଶିକ୍ଷକ,ଅଙ୍ଗନୱାଡି କର୍ମୀଙ୍କ ପାଇଁ ଚିନ୍ତା କରିଛନ୍ତି କିନ୍ତୁ ସାମ୍ବାଦିକ ମାନଙ୍କ କ୍ଷେତ୍ରରେ ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି । ସାମ୍ବାଦିକମାନଙ୍କ ସମସ୍୍ୟା ପ୍ରତି ରାଜ୍ୟ ସରକାରଙ୍କ ଉଦାସିନତାକୁ ନେଇ ବରିଷ୍ଠ ସାମ୍ବାଦିକ ପ୍ରମୋଦ ସାମାନ୍ତରାୟ କ୍ଷୋଭ ପ୍ରକାଶ କରିଥିଲେ ।ପ୍ରତିବାଦ ସଭାଟିକୁ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର ସଂଯୋଜକ ଅଜୟ ସାହୁ ପରିଚାଳନା କରିଥିଲେ ।ବୈଠକ ପରେ ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେ୍ଦଶ୍ୟରେ ଲିଖିତ ଏକ ୧୨ ଦଫା ଦାବିପତ୍ର ଭାରପ୍ରାପ୍ତ ଅତିରିକ୍ତ ଜିଲାପାଳ ଦେବେନ କୁମାର ପ୍ରଧାନଙ୍କୁ ଦିଆଯାଇଥିଲା । ପ୍ରମୁଖ ଦାବି ମଧ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା, ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ରାଜ୍ୟରେ ସାମ୍ବାଦିକ ଚିହ୍ନଟ କରିବା, ରାଜ୍ୟରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକମାନଙ୍କ ପାଇଁ ଜୀବନ ବୀମା ଲାଗୁ କରିବା,ସାମ୍ବାଦିକଙ୍କୁ ଚିକିସôା ଭତାପ୍ରଦାନ,କର୍ପୋସ ପାଣ୍ଠି ଗଠନ କରିବା, ଅବସର ପରେ ପେନସନ ଦେବା, ସମସ୍ତ ସାମ୍ବାଦକଙ୍କୁ ସମବାୟ ହାଉସିଂ ଯୋଜନାରେ ବାସଗୃହ ଯୋଗାଇଦେବ, ଆନ୍ଧ୍ର୍ରପ୍ରଦେଶ ଢାଂଚାରେ ସାମ୍ବାଦିକଙ୍କ ଏକ୍ରିଡେସନରେ ଥିବା ନିୟମର ବିକେନ୍ଦ୍ରୀକରଣ କରାଯିବା,ପ୍ରେସ ଏକାଡେମି ଗଠନ,ଗ୍ରାମୀଣ ସାମ୍ବାଦିକଙ୍କ ପାଇଁ ଗସ୍ତ ସୁବିଧାର ପୁନ ପ୍ରଚଳନ,ଏବଂ ସାମ୍ବାଦିକମାନଙ୍କ ପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ ଶକ୍ତି ସମ୍ପନ୍ନ କମିଟି ଗଠନ କରିବା ରହିଛି । ସେହିପରି ଅପରାହ୍ନରେ ସୁନାବେଡା ଟିଟିଏସ ସମମ୍ମିଳନୀ କକ୍ଷରେ ଜିଲ୍ଲା ସାମ୍ବାଦିକ ସଂଘର ସଂଯୋଜକ ତଥା ଓୟୁଜେର ପୂର୍ବତନ ସାଧାରଣ ସଂପାଦକ ଅଜୟ ସାହୁଙ୍କ ଅଧ୍ୟକ୍ଷତାରେ ଓୟୁଜେର ଦକ୍ଷିଣ ଓଡିଶା ପ୍ରାନ୍ତିୟ ଶାଖାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ କୋରାପୁଟ ସାସଂଦ ଝିନ୍ନ ହିକକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମ୍ବାଦିକମାନଙ୍କ କାର୍ଯ୍ୟ ସବୁଠାରୁ କଷ୍ଟ ସାଧ୍ୟ ବୋଲି କହିବା ସହ ସାମ୍ବାଦିକ ଚିହ୍ନଟ ଓ ସାମାଜିକ ସୁରକ୍ଷାର ନିହାତି ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶ କରିଥିଲେ ।ଏ ସଂପର୍କରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବିନ ପଟନାୟକଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ ।ସାମ୍ବାଦିକମାନେ ହେଉଛନ୍ତି ସାମାଜିକ ସୈନିକ ବୋଲି ହିନ୍ଦୁସ୍ଥାନ ଏରୋନକଟିକସ ଲିମଟେଡ(ହାଲ) କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଦେବାଶିଷ ଦେବ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇ ଅଭିହିତ କରିଥିଲେ ।ନୂତନ ଭାରତ ନିର୍ମାଣ ହେଉ କିମ୍ବା ଅର୍ଥନୈତିକ ସଂଗ୍ରାମ ହେଉ କିମ୍ବା ସ୍ୱାଧିନତା ସଂଗ୍ରାମ ହେଉ ସବୁର ସଫଳତା କେବଳ ସାମ୍ବାଦିକମାନଙ୍କ ହୋଇଛି ବୋଲି ସେ ପ୍ରକାଶ କରିଥିଲେ ।ସାମ୍ବାଦିକମାନେ ହେଉଛନ୍ତି ସମାଜସେବକ ଓ ଆମ୍ଭମାନଙ୍କର ୩ୟ ଆଖି ବୋଲି ସୁନାବେଡା ମ୍ୟୁନସିପାଲଟିର ଅଧ୍ୟକ୍ଷା ଶୁଭଶ୍ରୀ ମଲ୍ଲିକ ସମ୍ମାନ୍ନିତ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ ।ବିଶ୍ୱରେ ୨୦୧୬ ମସିହାରେ ୧୨୨ ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିଲା ବୋଲି ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସୂଚନା ଦେଇଥିଲେ ।୩୦ ଟି ଜିଲ୍ଲାରେ ଦାବିପତ୍ର ପ୍ରଦାନ କରିବା ପରେ ମଧ୍ୟ ରାଜ୍ୟ ସରକାର ସମସ୍୍ୟା ସମାଧାନ ନ କରିବେ ତେବେ ଆସନ୍ତା ଡିସେମ୍ବର ମାସରେ ଭୁବନେଶ୍ୱରଠାରେ ଏକ ବିଶାଳ ସାମ୍ବାଦିକ ସମାବେଶ କରାଯାଇ ରାଜ୍ୟାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ସାଧାରଣ ସଂପାଦକ ଶ୍ରୀ ନନ୍ଦ ପ୍ରକାଶ କରିଥିଲେ ।ହିଣ୍ଡାଲକୋର ଏଜିଏମ ପ୍ରଶାନ୍ତ କୁମାର ପାତ୍ର, ଜୋନାଲ ସଂପାଦକ ରଂଜିତ ପାଢୀ , ଜିଲ୍ଲା ସବାପତି ରଂଜନ ଦାସ ପ୍ରମୁଖ ଉପସ୍ଥିତଥିଲେ । ଏହି ଅବସରରେ କୋରାପୁଟ ଜିଲାରେ କାର୍ଯ୍ୟରତ ସାମ୍ବାଦିକ ପଙ୍କଜ ପାତ୍ର,ଶରତ ନାୟକ,ଅମିତାଭ ବେହେରା,ରମେଶ କୁମାର ସାହୁ,ପ୍ରଶାନ୍ତ କୁମାର ସାମନ୍ତରାୟ,ଟି.ଗୌରୀ ଶଙ୍କରଙ୍କୁ ସମ୍ମାନୀତ କରା ଯାଇଥିଲା ।ସୁନାବେଡାର ବିସ୍ଣୟ ଶିଶୁ ଅଭ୍ୟାଶୁଂ ଦାସ ଓ ସମାଜସେବୀ ଏ .ତେଜେଶ୍ୱର ପାତ୍ରଙ୍କୁ ମଧ୍ୟ ସମ୍ମାନ୍ନିତ କରାଯାଇଥିଲା ।ପୁକାଲି ହାଇସ୍କୁଲର ଛାତ୍ରମାନକଂ ଦ୍ୱାରା କାଠିନୃତ୍ୟ ପରିବେଷଣ କରାଯାଇଥିଲା ଶେଷରେ ଜିଲ୍ଲା ଉପସଭାପତି ମନୋଜ ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂପାଦକ ସର୍ବେଶ୍ୱର ବରାଡ , କୋଷାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ସ୍ୱାଇଁ , ଜାତୀୟ କାର୍ଯ୍ୟାକରିଣୀ ସଭ୍ୟ ପରିକ୍ଷିତ ବିଶ୍ୱାଲ ,ମା ଘରର ସଦସ୍ୟାମାନେ ଯୋଗଦେଇ ପରିଚାଳନାରେ ସହ ଯୋଗ କରିଥିଲେ ।ଅବିଭକ୍ତ କୋରାପୁଟ ଜିଲ୍ଲା , ଗଞାମ , କଳାହାଣ୍ଡି ,କେନ୍ଦୁଝର ଜିଲ୍ଲାର ପ୍ରାୟ ୨୦୦ ସାମ୍ବାଦିକମାନେ ଯୋଦେଇଥିଲେ ।

Leave a Reply

Your email address will not be published. Required fields are marked *