୧୨ ଦଫା ଦାବି ନେଇ ଅନଶନ, ଦ୍ୱିତୀୟ ଦିନରେ ପ୍ରଶାସନିକ ପ୍ରତିଶୃତି ପରେ ପ୍ରତ୍ୟାହୃତ

ଭଦ୍ରକ, ୧୦ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଜିଲ୍ଳାର ସାମୁହିକ ବିକାଶ ତଥା ଅନ୍ୟାନ୍ୟ ୧୨ ଦଫା ଦାବି ନେଇ ଭଦ୍ରକ ବିକାଶ ମଞ୍ଚ ଏବଂ ସଡିଶା ସାମ୍ବାଦିକ ସୁରକ୍ଷା ସଂଗଠନ ପକ୍ଷରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଅନଶନ ଆଜି ଦ୍ୱିତୀୟ ଦିନରେ ପ୍ରଶାସନିକ ପ୍ରତିଶୃତି ପରେ ପ୍ରତ୍ୟାହୃତ ହୋଇଛି । ଉପଜିଲ୍ଳାପାଳ ସୂଚାରୁ ବଳ, ଡେପୁଟି କଲେକ୍ଟର ରାଜେନ୍ଦ୍ର ପଣ୍ଡା ଅନଶନ ସ୍ଥଳକୁ ଆସି ଆଲୋଚନା କରିବା ସହିତ ପ୍ରଶାସିନକ ସ୍ତରରେ ଯେଉଁ ସବୁ ଦାବି ପୂରଣ କରାଯିବା ସମ୍ଭବ ତାହାକୁ ଖୁବ୍ ଶୀଘ୍ର ପୂରଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଅନ୍ୟ କିଛି ଦାବି କେନ୍ଦ୍ର ସରକାରଙ୍କ ଅଧିନ ହୋଇଥିବାରୁ ସେ ସବୁ ପୂରଣ କରାଯିବ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶÿୃତି ଦେଇଥିଲେ । ଆଗାମୀ ଦୁଇମାସ ମଧ୍ୟରେ ଦାବି ଗୁଡିକ ପୂରଣ କରାଯିବ । ତେେ ୨ ମାସ ମଧ୍ୟରେ ପ୍ରଶାସନ ଦାବି ପୂରଣ ନ କଲେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟକୁ ଅଚଳ କରିଦିଆଯିବ ବୋଲି ଆନେ୍ଦାଳନକାରୀମାନେ ଚେତାବନୀ ଦେଇଥିଲେ । ଏହି ଅନଶନ ଓ ଧାରଣା କାର୍ଯ୍ୟକ୍ରମରେ ମଞ୍ଚର ରାଜ୍ୟ ସଭାପତି ଆଇନଜୀବୀ ବେବେନ୍ଦ୍ର କୁମାର ପଣ୍ଡା, ସାମ୍ବାଦିକ ସୁରକ୍ଷା ସଂଗଠନର ରାଜ୍ୟ ସଭାପତି ପ୍ରଦୀପ ସେନାପତି, ସାମ୍ବାଦିକ ପବିତ୍ର ମୋହନ ଜେନା, ସୁାନ୍ତ ନାୟକ, ରଞ୍ଜିତା ପାଢୀ, ଜୟନ୍ତ କୁମାର ପେଡୀ, ଛାୟାକାନ୍ତ ନନ୍ଦ, ବିଜୟାନନ୍ଦ ସମାଲ, ଅମୂଲ୍ୟ କୁମାର ରାଉତ, ବାମଦେବ ନାୟକ, ଅମୂଲ୍ୟ କୁମାର ପଣ୍ଡା, ମନୋଜ କୁମାର ପଣ୍ଡା, ରମେଶ ଚନ୍ଦ୍ର ପାଗଳ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *