ଅନୁଗୁଳ

୧୨ ତାରିଖରେ ଜରୁରୀକାଳୀନ ମକ୍ ଡ୍ରୀଲ ଅଧଘଂଟା ପାଇଁ ଜାତୀୟ ରାଜପଥରେ ବନ୍ଦ ରହିବ ଯାନବାହନ ଚଳାଚଳ

ଅନୁଗୋଳ, ୯/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକାରୀ ବୈଠକର ନିଷ୍ପତି କ୍ରମେ ଜିଲ୍ଲାର ଜନସାଧାରଣ ଏବଂ ଶିଳ୍ପ କାରଖାନାରେ କାର୍ଯ୍ୟରତ କର୍ମଚାରୀଙ୍କ ସୁରକ୍ଷା ପାଇଁ ନିରାପତାଜନିତ ଏକ ଜରୁରୀକାଳୀନ ମକ୍ ଡ୍ରୀଲ ନାଲକୋ ସିପିପି ଠାରେ ଅନୁଷ୍ଠିତ ହେବ। ଏହି ମକ୍ ଡ୍ରୀଲ ଚଳିତମାସ ୧୨ତାରିଖ ପୂର୍ବାହ୍ନ ୧୦ଟାରୁ ୧୦.୩୦ ମିନିଟ୍ ପର୍ଯ୍ୟନ୍ତ କାଣ୍ଡସର ନାଲକୋ ସିପିପି ନିକଟସ୍ଥ ୫୫ ନମ୍ବର ଜାତୀୟ ରାଜପଥରେ ଅନୁଷ୍ଠିତ ହେବ। ଏଥିପାଇଁ ଉକ୍ତ ଦିବସରେ ପୂର୍ବାହ୍ନ ୧୦ଟାରୁ ୧୦.୩୦ ମିନିଟ୍ ପର୍ଯ୍ୟନ୍ତ ଅଧଘଂଟା ପାଇଁ ଜାତୀୟ ରାଜପଥ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top