ad
ଓଡ଼ିଶା

୧୨୩୮ ୱାର୍କଚାର୍ଜଡ୍ କର୍ମଚାରୀ ୱେଜେସ୍ ରେଗୁଲାରେ ହେବାକୁ ବିଜ୍ଞପ୍ତି ଜାରି ପୂର୍ତ୍ତ ୱାର୍କଚାର୍ଜଡ୍ ସଂଘର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ଭୁବନେଶ୍ୱର, ୧୩ା୬ (ଓଡ଼ିଆ ପୁଅ) : ଆଜି ସନ୍ଧ୍ୟାରେ ପୂର୍ତ୍ତ ବିଭାଗ ପକ୍ଷରୁ ପତ୍ର ସଂଖ୍ୟା-୮୯୩୫, ତାରିଖ ୧୩.୦୬.୨୦୧୮ରେ ପୂର୍ତ୍ତ ବିଭାଗର ମୋଟ୍ ୨୮୫୩ ୱାର୍କଚାର୍ଜଡ୍ କର୍ମଚାରୀଙ୍କ ମଧ୍ୟରୁ ଗ୍ରୁପ୍ ‘ସି’୧୮୬ ଓ ଗ୍ରୁପ୍ ‘ଡି’ – ୧୦୫୨, ଶୂନ୍ୟ ପଦବୀରେ ନିଯୁକ୍ତି ଦେବାକୁ ଆଦେଶନାମା ଜାରି ହୋଇଛି। ଦୀର୍ଘ ଦୁଇ ବର୍ଷ ବ୍ୟବଧାନରେ ନିର୍ଦ୍ଦେଶ ଜାରି ହୋଇଥିଲେ ମଧ୍ୟ ପୂର୍ତ୍ତ ସଚିବ ପ୍ରଥମ ପର୍ଯ୍ୟାୟରେ ୧୨୩୮ୱାର୍କଚାର୍ଜଡ୍ କର୍ମଚାରୀଙ୍କୁ ୱେଜେସ୍ ରେଗୁଲାର ଘୋଷଣା କରିବା ପାଇଁ ଆଦେଶ ଜାରି କରିଥିବାରୁ ଓଡ଼ିଶା ପୂର୍ତ୍ତ ୱାର୍କଚାର୍ଜଡ୍ ସରକାରୀ କର୍ମଚାରୀ ସଂଘର ମୁଖ୍ୟ ଉପଦେଷ୍ଟା ତଥା ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଅଧ୍ୟକ୍ଷ ବିଭୂତିଭୂଷଣ କାନୁନ୍ଗୋ, ସଭାପତି ଅଶୋକ ଚୌଧୁରୀ ପ୍ରମୁଖ ରାଜ୍ୟର କର୍ମଚାରୀ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ସଂଘର ସାଧାରଣ ସମ୍ପାଦକ ଗଗନ ଭଞ୍ଜ କହିଛନ୍ତି ଯେ, ୨୮୫୩ ୱାର୍କଚାର୍ଜଡ୍ କର୍ମଚାରୀଙ୍କୁ ଏକ କାଳୀନ ୱେଜେସ୍ ରେଗୁଲାର କରାଯାଇଥିଲେ ସରକାରଙ୍କୁ ରାଜକୋଷରୁ କୌଣସି ବାବଦରେ ଆର୍ଥିକ ବୋଝ ପଡ଼ିନଥାନ୍ତା। ତେବେ ପ୍ରଥମ ପର୍ଯ୍ୟାୟରେ ୧୨୩୮ କର୍ମଚାରୀ ୱେଜେସ୍ ରେଗୁଲାରରେ ନିଯୁକ୍ତି ପାଇବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବାରୁ ଅବଶିଷ୍ଟ ୱାର୍କଚାର୍ଜଡ୍ କର୍ମଚାରୀଙ୍କୁ ଅତିଶୀଘ୍ର ଏକକାଳୀନ ୱେଜେସ୍ ରେଗୁଲାର ଭାବେ ଘୋଷଣା କରିବା ପାଇଁ ସେ ଦାବି କରିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top