ଜିଲ୍ଲା ପରିକ୍ରମା

୧୨ ଘଣ୍ଟିଆ ମୋରଡ଼ା ବନ୍ଦ ସଫଳ

ବାରିପଦା-୭-୯(ଓଡ଼ିଆପୁଅ /ସନ୍ତୋଷ ବରଜ)୧୨ଘଣ୍ଟିଆ ମୋରଡ଼ା ବନ୍ଦ। ସକାଳ ୬ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରୀ ରହିବ ବନ୍ଦ। ବିପର୍ଯ୍ୟସ୍ତ ସରକାରୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ସୁଧାର ଆଣି ତୁରନ୍ତ ଅଭିଜ୍ଞ ଡାକ୍ତର ଓ କର୍ମଚାରୀ ନିଯୁକ୍ତ କରି ଡାକ୍ତରୀସେବା ଯୋଗାଇବା ଦାବିରେ ବିଜେପି ପକ୍ଷରୁ୧୨ଘଣ୍ଟିଆ ମୋରଡ଼ା ବନ୍ଦ। ବିଜେପି ରାଜ୍ୟ ଉପ ସଭାପତି ରାଜକିଶୋର ଦାସଙ୍କ ନେତୃତ୍ୱରେ ୧୨ଘଣ୍ଟିଆ ବନ୍ଦ ପାଳନ। ମୋରଡ଼ା ବ୍ଲକ ର ବିଭିନ୍ନ ସ୍ଥାନରେ ଥିବା ସରକାରୀ ଡାକ୍ତରଖାନା ଗୁଡିକରେ ବିଶେଷଜ୍ଞଡାକ୍ତର ପଦ ଖାଲି ପଡ଼ିଥିବାରୁ ରୋଗୀ ମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦରେ ଡାକ୍ତର ନିଯୁକ୍ତି ଦାବିରେ ବିଜେପି ପକ୍ଷରୁ ବନ୍ଦ ପାଳନ କରାଯାଉଛି। ଆଜିର ବନ୍ଦକୁ ଜନସାଧାରଣ ବେଶ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ଫଳରେ ମୋରଡ଼ା ବ୍ଲକର ମୁଖ୍ୟ ବଜାର ମୋରଡ଼ା, ଚିତ୍ରଡା, ବାରମାଇଲ, ଦାନ୍ତିଆମୁହାଁ, ଗଡ଼ିଆ, ନୂଆଗାଁ, ଝିଙ୍କିରିଆ, ନିଛୁଆପଦା ଅଞ୍ଚଳର ଦୋକାନ ବଜାର ବନ୍ଦ ରହିଥିବା ବେଳେ ସମସ୍ତ ରାସ୍ତାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇ ଯାଇଥିଲା। ସକାଳ ୬ଟା ରୁ ବନ୍ଦ ଆରମ୍ଭ ହୋଇ ଏବେ ୮ଘଣ୍ଟା ଅତିକ୍ରାନ୍ତ ହୋଇଛି। ଏହି ବନ୍ଦରେ ୫ଶହରୁ ଉର୍ଦ୍ଧ୍ବ ଦଳୀୟ କର୍ମୀମାନେ ସକ୍ରିୟ ଅଂଗ ଗ୍ରହଣ କରି ଏକ ବାଇକ ଶୋଭାଯାତ୍ରାରେ ମୋରଡ଼ା ବ୍ଲକର ବିଭିନ୍ନ ସ୍ଥାନ ପରିକ୍ରମା କରୁଥିବା ଦେଖିବାକୁ ମିଳିଛି। ତେବେ ସରକାରୀ ସ୍ୱାସ୍ଥ୍ୟ ସେବା ଅଭାବ ସମସ୍ୟାରେ ଉବୁଟୁବୁ ଅସହାୟ ଜନସାଧାରଣ ଏବଂ ଦଳୀୟ କର୍ମୀଙ୍କ ସମର୍ଥନରେ ଆଜିର ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଥିବା ନେଇ ନିଜ ପ୍ରତିକ୍ରିୟାରେ କହିଛନ୍ତି ରାଜ୍ୟ ବିଜେପି ଉପ ସଭାପତି ରାଜକିଶୋର ଦାସ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top