୧୨ଘଂଟିଆ ବନ୍ଦ ପାଳନକୁ ତାଳଚେରବାସୀଙ୍କ ପ୍ରତ୍ୟାଖ୍ୟାନ

ତାଳଚେର,୧୨/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ୪ ଦଫା ଦାବୀ ନେଇ ଅନୁଗୋଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ତରଫରୁ ସମଗ୍ର ଜିଲ୍ଲାରେ ୧୨ଘଂଟିଆ ବନ୍ଦ ପାଳନ ତାଳଚେରରେ ପ୍ରଭାବଶୂନ୍ୟ ରହିଥିବାର ଦେଖିବାକୁ ମିଳିଛି । ପୂର୍ବରୁ ସମ୍ପୃକ୍ତ ସଙ୍ଗଠନ ପକ୍ଷରୁ ତାଳଚେର ଅଂଚଳରେ ବନ୍ଦ ପାଳନକୁ ସମର୍ଥନ କରିବାକୁ ନିବେଦନ କରାଯାଇଥିଲେ ମଧ୍ୟ ତାଳଚେରବାସୀ ଏହି ବନ୍ଦ ଆନେ୍ଦାଳନରୁ ନିଜକୁ ଦୂରେଇ ରଖିଥିଲେ । ବିଶେଷକରି ଯୁବ ସମାଜସେବୀ ସଙ୍ଗଠନ,ତାଳଚେର ପକ୍ଷରୁ ତାଳଚେରରେ ଏହି ବନ୍ଦ ପାଳନକୁ ଦୃଢ଼ଭାବେ ବିରୋଧ କରାଯିବ ବୋଲି ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା । ଅନୁଗୋଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ଦ୍ୱାରା ପାଳିତ ବନ୍ଦ ଆନେ୍ଦାଳନରେ ତାଳଚେରର ସ୍ୱାର୍ଥ ସାଧନ ହେଲାଭଳି କୈାଣସି ଦାବୀ କରାଯାଇ ନଥିଲା ବୋଲି ପୂର୍ବରୁ ଜେଏସଏସ ସଙ୍ଗଠନ ଅଭିଯୋଗ କରିଥିଲା । ଏହାକୁ ଭିତି କରି ତାଳଚେରର ବିଭିନ୍ନ ଦୋକାନ,ବଜାର,ବ୍ୟାଙ୍କ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ,ସରକାରୀ କାର୍ଯ୍ୟାଳୟ,ରେଳଗାଡ଼ି, ଯାନବାହନ,କୋଇଲାଖଣି ଆଦି ସ୍ୱାଭାବିକ ଭାବେ ଚାଲିଥିଲା । ୪ଦଫା ଦାବୀଗୁଡ଼ିକରେ ତାଳଚେରର ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଇନଥିବାର ଅନୁଭବ କରି ତାଳଚେର ଓକିଲ ସଂଘ ମଧ୍ୟ ଅନୁଗୋଳ ବନ୍ଦ ଆନେ୍ଦାଳନରେ ସାମିଲ ହୋଇନଥିଲାଏବଂ କୋର୍ଟ କାର୍ଯ୍ୟ ସ୍ୱାଭାବିକ ରହିଥିଲା । ଫଳରେ ଜିଲ୍ଲା ବନ୍ଦ ଡାକରାକୁ ତାଳଚେରବାସୀ ସମ୍ପୂର୍ଣ୍ଣଭାବେ ପ୍ରତ୍ୟାଖ୍ୟାନ କରିଥିଲେ । ସେହିପରି ପାଲଲହଡ଼ା ଉପଖଣ୍ଡରେ ମଧ୍ୟ ବନ୍ଦ ଡାକରାକୁ ଜନ ସମର୍ଥନ ମିଳିନଥିଲା । ଅପରପକ୍ଷରେ ପ୍ରତି ଗୁରୁବାର ଅନୁଗୋଳ ମାର୍କେଟ ସ୍ୱାଭାବିକ ଭାବେ ବନ୍ଦ ରହୁଥିବା ବେଳେ ଗୁରୁବାର ଦିନ ଏପରି ଜିଲ୍ଲା ବନ୍ଦ ଡାକରାକୁ ତାଳଚେର ଏବଂ ପାଲଲହଡ଼ା ବାସୀ ସନେ୍ଦହ ଦୃଷ୍ଟିରେ ଦେଖିଥିଲେ । ଫଳରେ ସମ୍ପୃକ୍ତ ସଙ୍ଗଠନ ପକ୍ଷରୁ ବନ୍ଦ ଡାକରାରେ ଦୁଇ ଉପଖଣ୍ଡବାସୀ ସାମିଲ ହେବାକୁ ଉଚିତ୍ ମନେ କରିନିଥିଲେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *