ଓଡ଼ିଶା

୧୧.୫୫ କୋଟି ଟଙ୍କାର ସବ୍ସିଡି ଫେରିଗଲା

ଭଦ୍ରକ, ୭ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଗତବର୍ଷ ଭଦ୍ରକ ଜିଲାକୁ ମିଳିଥିବା ୨୯ କୋଟି ୨୬ ଲକ୍ଷ ୭୪ ହଜାର ଏକଶହ ଟଙ୍କାର ଇନପୁଟ ସବସିଡି ନେବାକୁ ଚାଷୀ ମିଳିଲେ ନାହିଁ, ଫଳରେ ମିଳିଥିବା ଟଙ୍କାରୁ ଫେରିଗଲା ୧୧ କୋଟି ୫୫ ଲକ୍ଷ ଟଙ୍କା। ବିନିଯୋଗ ହୋଇପାରିନଥିବା ଏହି ଅର୍ଥକୁ ଜିଲା ପ୍ରଶାସନ ଗତ ମାସ ୨୨ ତାରିଖରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ଫେରାଇ ଦେଇଛନ୍ତି। ଗତବର୍ଷ ଭଦ୍ରକ ଜିଲାରେ ରୋଗପୋକ ଏବଂ ଅଦିନିଆ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଖରିଫ ଧାନଚାଷରେ କ୍ଷୟକ୍ଷତି ଭରଣା ସକାଶେ ସରକାରଙ୍କ ପକ୍ଷରୁ ୨୯ କୋଟି ୨୬ ଲକ୍ଷ ୭୪ ହଜାର ଏକଶହ ଟଙ୍କାର ଇନପୁଟ ସବିସିଡି ଯୋଗାଇ ଦିଆଯାଇଥିଲା। ଏଥିରେ ରୋଗପୋକ ସକାଶେ ୮୯ ଲକ୍ଷ ୨୬ ହଜାର ଏକଶହ ଟଙ୍କା ଯୋଗାଇ ଦିଆଯାଇଥିବାବେଳେ ଅଦିନିଆ ବର୍ଷା କ୍ଷୟକ୍ଷତି ସକାଶେ ୨୮ କୋଟି ୩୭ ଲକ୍ଷ ୪୮ ହଜାର ଟଙ୍କାର ଇନପୁଟ ସବସିଡି ଯୋଗାଇ ଦିଆଯାଇଥିଲା। ରାଜସ୍ୱ ଏବଂ କୃଷି ବିଭାଗର ଆକଳନ ଅନୁଯାୟୀ ଭଦ୍ରକ ଜିଲାରେ ୯୧୪ ଦଶମିକ ୮୦ ହେକ୍ଟର ଜମିରେ ଖରିଫ ଧାନ ରୋଗପୋକ ପ୍ରଭାବିତ ହୋଇଥିବାବେଳେ ୩୦ ହଜାର ୯୮୩ ଦଶମିକ ୭୧ ହଜାର ଜମି ଅଦିନିଆ ବର୍ଷାରେ ୧୦ ହଜାର ୯୦୪ ହେକ୍ଟର ଜଳସଚେିତ ଜମି କ୍ଷତିଗ୍ରସ୍ତ ହୋଇଥିବାବେଳେ ୨୦ ହଜାର ୭୯ ହେକ୍ଟର ଅଣଜଳସେଚିତ ଜମି କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟ ଦିଆଯାଇଥିଲା। ସେହିଭଳି ରୋଗପୋକ କ୍ଷେତ୍ରରେ ଜିଲାରେ ୪୦୩ ହେକ୍ଟର ଜଳସେଚିତ ଓ ୫୧୧ ହେକ୍ଟର ଅଣଜଳସେଚିତ ଜମି କ୍ଷତିଗ୍ରସ୍ତ ହୋଇଥିଲା। ଏହି କ୍ଷୟକ୍ଷତିକୁ ଆକଳନ କରି ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ରୋଗପୋକ କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନପୁଟ ସବସିଡି ବାବଦକୁ ୮୯ ଲକ୍ଷ ୨୬ ହଜାର ଟଙ୍କା ଯୋଗାଇ ଦିଆଯାଇଥିବା ବେଳେ ଦ୍ୱିତୀୟ ଦଫାରେ ଅଦିନିଆ ବର୍ଷା କ୍ଷୟକ୍ଷତି ବାବଦକୁ ୨୮ କୋଟି ୩୭ ଲକ୍ଷ ୪୮ ହଜାର ଟଙ୍କା ଯୋଗାଇ ଦିଆଯାଇଥିଲା। ସରକାରୀ ଗାଇଡ୍ଲାଇନ୍ ଅନୁଯାୟୀ ଜଣେ ଚାଷୀ କେବଳ ଗୋଟିଏ କ୍ଷୟକ୍ଷତି ବାବଦକୁ ଇନପୁଟ ସବ୍ସିଡି ପାଇବାକୁ ଯୋଗ୍ୟ ହେବେ ବୋଲି କୁହାଯାଇଥିଲା। ଏହି ସୂଚନା ଅନୁଯାୟୀ ରୋଗପୋକ କ୍ଷତିଗ୍ରସ୍ତ ବାବଦକୁ ଚାଷୀଙ୍କୁ ୧୬ ଲକ୍ଷ ୮୧ ହଜାର ଟଙ୍କା ଇନପୁଟ ସବସିଡି ଯୋଗାଇ ଦିଆଯାଇଥିବା ବେଳେ ଅଦିନିଆ ବର୍ଷା କ୍ଷୟକ୍ଷତି ବାବଦକୁ ୧୭ କୋଟି ୫୫ ଲକ୍ଷ ୯୨ ହଜାର ଟଙ୍କାର ଇନପୁଟ ସବସିଡି ଯୋଗାଇ ଦିଆଯାଇଥିଲା। ଫଳରେ ଜିଲାକୁ ମିଳିଥିବା ଇନପୁଟ ସବସିଡି ବାବଦକୁ କୋଟି କୋଟି ଟଙ୍କା ବଣ୍ଟନ ହୋଇନପାରି ସରକାଣଙ୍କୁ ଫେରସ୍ତ ଦିଆଯାଇଛି। ତେବେ ଜିଲାରେ କ୍ଷୟକ୍ଷତି ଆକଳନ ଅନୁଯାୟୀ ସମସ୍ତ ଇନପୁଟ ସବସିଡି ବଣ୍ଟନ କରାଯାଇନପାରିବା ସଂପର୍କରେ ମତାମତ ଦେବାକୁ ଯାଇ କର୍ତ୍ତୃପକ୍ଷ କହିଛନ୍ତି ଯେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ତୁରନ୍ତ କ୍ଷୟକ୍ଷତି ରିପୋର୍ଟ ଦେବାକୁ କୁହାଯାଇଥିବା ଯୋଗୁଁ ବର୍ଷା ଓ ରୋଗପୋକ ପ୍ରଭାବିତ ଜମିର ଆଖିଦେଖା କ୍ଷୟକ୍ଷତି ଆକଳନ ସହିତ ବାସ୍ତବ କ୍ଷୟକ୍ଷତି ସମତୁଲ ନହେବା ଯୋଗୁଁ ସରକାରଙ୍କୁ କୋଟି କୋଟି ଟଙ୍କାର ଇନପୁଟ ସବସିଡି ଫେରାଇ ଦିଆଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top