୧୧ ବର୍ଷର ଶିଶୁ କନ୍ୟାକୁ ଚାରି ମାସ ଧରି ଗଣ ଦୁଷ୍କର୍ମ ! ୧୭ ଗିରଫ

ଚେନ୍ନାଇ ୧୭-୭ (ଓଡ଼ିଆ ପୁଅ) ଚେନ୍ନାଇରେ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବା ୧୧ ବର୍ଷର ଶିଶୁ କନ୍ୟା ସହିତ ୧୫ ଜଣ ଲୋକ ବିଭିନ୍ନ ସ୍ଥାନରେ ୪ ମାସ ଧରି ଗଣଦୁଷ୍କର୍ମ କରିଥିବା ଖବର ମିଳିଛି। ଭୟଭୀତ ଶିଶୁ ଏହି କଥା ତା’ର ବଡ଼ ଭଉଣୀକୁ କହିବା ପରେ ଏହି ଖବର ସାମନାକୁ ଆସିଥିଲା। ଗତକାଲି ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏହି ମାମଲାରେ ପୋଲିସ ୧୭ ଜଣଙ୍କୁ ଗିରଫ କରିଥିବା ଖବର ମିଳିଛି। ଚିକିତ୍ସା ପାଇଁ ଶିଶୁକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ୧୭ ଜଣଙ୍କ ମଧ୍ୟରେ ଅଛନ୍ତି ସେହି ଆପାର୍ଟମେଣ୍ଟର ସିକ୍ୟୁରିଟି ଗାର୍ଡ଼, ଲିଫ୍ଟମ୍ୟାନ ଇତ୍ୟାଦି। ସେମାନେ ଶିଶୁଟିକୁ ନିଶା ପାନୀୟ ଦେଇ ଶିଶୁ ସହିତ ଗଣ ଦୁଷ୍କର୍ମ କରୁଥିଲେ। କୁହାଯାଉଛିଯେ, ଶିଶୁକୁ ଡରାଇ ଧମକାଇ, ଏମାନେ ଏହି କୁକର୍ମ କରୁଥିଲେ।

(Image Credit – Pramod Madhav)

Leave a Reply

Your email address will not be published. Required fields are marked *