୧୧ ଜୁନ ସୋମବାର : ଜାଣନ୍ତୁ ଆପଣଙ୍କ ଆଜିର ରାଶିଫଳ

ମେଷ : ଜଗନ୍ନାଥଙ୍କର କୃପାରୁ ଆଜିର ଦିନ ଆନନ୍ଦ ଏବଂ ଉଲ୍ଲାସ ଭରା ରହିବ। ଆଜି କରାଯାଇଥିବା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଘରର ବାତାବରଣ ପ୍ରଫୁଲ୍ଲିତ ରହିବ। ବିବାହିତା ମହିଳା ମାନଙ୍କପାଇଁ ବାପ ଘରୁ ମଧ୍ୟ ଲାଭ ହୋଇପାରେ ଏବଂ ଭଲ ସମାଚାର ମିଳିପାରେ। ଆର୍ଥିକ ଲାଭର ସମ୍ଭାବନା ଅଛି।

ବୃଷ : ଅନେକ ପ୍ରକାରର ଚିନ୍ତାରେ ହଇରାଣ ହୋଇପାରନ୍ତି। ଆଜି ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ସ୍ଵଜନ ଏବଂ ସ୍ନେହୀଜନମାନଙ୍କ ସାଥିରେ ମତଭେଦ ହୋଇପାରେ। ସମ୍ଭବ ହେଲେ କୌଣସି କାର୍ଯ୍ୟ ଆଜି ଅଧୂରା ଛାଡ଼ନ୍ତୁ ନାହିଁ। କୌଣସି କାରଣବଶତଃ ବ୍ୟୟ ମଧ୍ୟ ଅଧିକ ହୋଇପାରେ।

ମିଥୁନ : ବ୍ୟାପାରୀବର୍ଗଙ୍କ ପାଇଁ ଆଜିର ଦିନ ଶୁଭଫଳଦାୟୀ ଅଟେ। ବ୍ୟାପାର ତଥା ଆୟରେ ବୃଦ୍ଧି ହେବ। ମିତ୍ରମାନଙ୍କର ଲାଭ ହେବ। ଚାକିରିରେ ଉଚ୍ଚାଧିକାରିମାନଙ୍କର କୃପାଦୃଷ୍ଟି ରହିବ। ଆପଣଙ୍କ ପ୍ରମୋଶନ ହୋଇପାରେ। ବିବାହ ଇଚ୍ଛୁକ ବ୍ୟକ୍ତିମାନଙ୍କୁ ଜୀବନସାଥୀ ମିଳିବାର ଯୋଗ ଅଛି।

କର୍କଟ : ଆଜିର ଦିନ ଆପଣଙ୍କ ପାଇଁ ଶୁଭ ଅଟେ। ଚାକିରିପେଶା ଲୋକଙ୍କର ପ୍ରମୋଶନର ଯୋଗ ଅଛି। ପରିବାରରେ ମିତ୍ରତାପୂର୍ଣ୍ଣ ବାତାବରଣ ରହିବ। ନୂଆ ସାଜ-ସଜ୍ଜାରେ ଘରର ଶୋଭା ବୃଦ୍ଧି କରିବେ। ମାତାଙ୍କଠାରୁ ମଧ୍ୟ ଲାଭ ମିଳିବ। ଧନ ଏବଂ ପ୍ରତିଷ୍ଠାରେ ବୃଦ୍ଧି ହେବ।

ସିଂହ : ଆଜିର ଦିନ ଆଲସ୍ୟ ତଥା ଥକା ଲାଗିପାରେ। ପେଟ ସମ୍ବନ୍ଧିତ ଯନ୍ତ୍ରଣା ଯୋଗୁଁ ଅସୁବିଧା ହୋଇପାରେ। ସଫଳତା ପ୍ରାପ୍ତ କରିବା ପାଇଁ ପରିଶ୍ରମ ଅଧିକ କରିବାକୁ ପଡ଼ିବ। ଧାର୍ମିକ ଯାତ୍ରାର ସମ୍ଭାବନା ଅଛି। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ।

କନ୍ୟା : ଖାଇବା ପିଇବାର ବିଶେଷ ରୂପରେ ଧ୍ୟାନ ରଖିବେ। ଆବେଶ ଏବଂ କ୍ରୋଧର ମାତ୍ରା ଅଧିକ ହୋଇପାରେ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ଅନୈତିକ କାର୍ଯ୍ୟରୁ ଦୂରରେ ରୁହନ୍ତୁ। ସରକାର ବିରୋଧୀ ପ୍ରବୃତ୍ତି କାରଣରୁ ଅସୁବିଧା ହୋଇପାରେ। ଖର୍ଚ୍ଚର ମାତ୍ରା ବଢ଼ିପାରେ।

ତୁଳା : ଆଜି ସାଂସାରିକ ଜୀବନରେ ଆନନ୍ଦ ରହିବ। ପରିଜନମାନଙ୍କ ସହିତ ସାମାଜିକ କାର୍ଯ୍ୟ ହେତୁ ବାହରକୁ ଯାଇପାରନ୍ତି। ଛୋଟ ଯାତ୍ରାର ଆୟୋଜନ ହେବ। ବ୍ୟାପାରୀ ବ୍ୟାପରରେ ବୃଦ୍ଧି କରିପାରନ୍ତି। ସାମାଜିକ କ୍ଷେତ୍ରରେ ଆପଣଙ୍କୁ ସଫଳତା ଏବଂ ଯଶ କୀର୍ତ୍ତି ମିଳିବାର ମଧ୍ୟ ଯୋଗଅଛି।

ବିଚ୍ଛା : ଆପଣଙ୍କ ପାରିବାରିକ ବାତାବରଣ ଆନନ୍ଦ ଏବଂ ଉଲ୍ଲାସରେ ଭରି ରହିବ। ମନରେ ଚେତନା ଏବଂ ଫୂର୍ତ୍ତିର ସଞ୍ଚାର ହେବ। ମିତ୍ର ବେଶରେ ଲୁଚି ରହିଥିବା ଶତ୍ରୁ ନିଜର ପ୍ରୟାସରେ ଅସଫଳ ରହିବେ। ଅଫିସରେ ସହକର୍ମିମାନଙ୍କ ସହଯୋଗ ମିଳିବ। ଆର୍ଥିକ ଲାଭର ସଂକେତ ମିଳିବ, ଅଧୂରା କାର୍ଯ୍ୟ ପୂର୍ଣ୍ଣ ହେବ।

ଧନୁ : ପେଟ ସମ୍ବନ୍ଧୀତ ରୋଗରେ ଯନ୍ତ୍ରଣା ଅନୁଭବ କରିପାରନ୍ତି। କୌଣସି କାର୍ଯ୍ୟରେ ସଫଳତା ନ ମିଳିବାରୁ ନିରାଶା ହୁଅନ୍ତୁ ନାହିଁ। ସାହିତ୍ୟ କିମ୍ବା ଅନ୍ୟ କୌଣସି ରଚନାତ୍ମକ କଳା ପ୍ରତି ରୁଚି ରହିବ। ସନ୍ତାନମାନଙ୍କର ଭବିଷ୍ୟତରେ ଚିନ୍ତା ହୋଇପାରେ।

ମକର : ଆଜିର ଦିନ ପ୍ରତିକୂଳତା ପୂର୍ଣ୍ଣ ହୋଇପାରେ। ପରିଜନମାନଙ୍କ ସହିତ ବାଦ-ବିବାଦରୁ ବଞ୍ଚନ୍ତୁ। ପାରିବାରିକ କାରଣରୁ ଆପଣ ଚିନ୍ତିତ ହୋଇପାରନ୍ତି। ଅନିଦ୍ରା କାରଣରୁ ଆପଣଙ୍କ ସ୍ଵାସ୍ଥ୍ୟ ବିଗିଡ଼ି ପାରେ।

କୁମ୍ଭ : ଚିନ୍ତା ଦୂର ହେବ ଏବଂ ଆପଣ ମାନସିକ ରୂପରେ ଆନନ୍ଦିତ ଅନୁଭବ କରିବେ। ପାରିବାରିକ ଜୀବନରେ ପରସ୍ପର ମଧ୍ୟରେ ସଦ୍ଭାବ ବଢ଼ିବ। ଭାଇ-ଭଉଣୀମାନଙ୍କ ସହିତ ସମ୍ବନ୍ଧରେ ମଧୁରତା ଅନୁଭବ କରିବେ। ଛୋଟ ଯାତ୍ରାର ମଧ୍ୟ ସମ୍ଭାବନା ଅଛି।

ମୀନ : ନକାରାତ୍ମକ ବିଚାରକୁ ନିଜର ମନରୁ ହଟାନ୍ତୁ। କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ବାଦ-ବିବାଦରୁ ଦୂରରେ ରୁହନ୍ତୁ। ଖାଇବା ପିଇବା ଉପରେ ନିୟନ୍ତ୍ରଣ ରଖିବେ। ଶାରୀରିକ ସ୍ଵାସ୍ଥ୍ୟ ମଧ୍ୟମ ରହିବ। ସନ୍ତାନମାନଙ୍କ ବିଷୟରେ ଆପଣଙ୍କୁ ଚିନ୍ତା ହୋଇପାରେ। ଆକସ୍ମିକ ଧନ ଖର୍ଚ୍ଚର ଆଶଂକା ଅଛି।

Leave a Reply

Your email address will not be published. Required fields are marked *