ଓଡ଼ିଶା

୧୧ କ୍ୱିଣ୍ଟାଲ କେନ୍ଦୁପତ୍ର ଜବତ : ୬ ଗିରଫ

ସମ୍ବଲପୁର ୪-୯ (ଓଡ଼ିଆ ପୁଅ) – ଚାରମାଳ ପୋଲିସ ୬ ଜଣଙ୍କୁ ଗିରଫ କରି ୧୧ କ୍ୱିଣ୍ଟାଲ େଚାରା କେନ୍ଦୁପତ୍ର ଏବଂ ନଗଦ ୨୦୭୫୦ ଟଙ୍କା ଜବତ କରିଛି। ଚାରମାଳ ପୋଲିସ ସୋମବାରଦିନ ଭୋର ସମୟରେ ପେଟ୍ରୋଲିଂ କରୁଥିବା ବେଳେ ପାଇଥିବା ସୂଚନା ଆଧାରରେ ବଡ଼ମାଳ ଅନ୍ତର୍ଗତ ସାଗଜୋରି ଗାଁରେ ଚଢ଼ଉ କରି ଏହି କେନ୍ଦୁପତ୍ର ଏବଂ ନଗଦ ଟଙ୍କା ସହିତ ୨ଟି ମୋଟର ସାଇକେଲ, ୩ଟି ପୁରୁଣା ସାଇକେଲ ତଥା ୫ଟି ମୋବାଇଲ ଫୋନ ଜବତ କରିଛି। ଆଭ୍ୟନ୍ତରୀଣ ଘଞ୍ଚ ଜଙ୍ଗଲ ମଧ୍ୟରେ କେନ୍ଦୁପତ୍ରକୁ ଲୁଚାଇ ରଖି ଚଢ଼ାଦରରେ ବିକ୍ରି ସୁଯୋଗର ଅପେକ୍ଷାରେ ଥିବା ବଡ଼ମାଳ ଗ୍ରାମର ଗଜେନ୍ଦ୍ର ପ୍ରଧାନ ଓରଫ ଗଜନୀ, ସୁରେଶ ପାତ୍ର, ଶେଷ ପଲେଇ, ଗୋପାଳପୁର ଗ୍ରାମର ଅଶୋକ ଭୋଇ, ପରୀକ୍ଷିତ ଭୋଇ ଏବଂ ବୁଢ଼ୀଖମାର ଗ୍ରାମର ନେପାଳ ଧଳ ପ୍ରମୁଖଙ୍କୁ ପୋଲିସ ଗିରଫ କରି ଅଧିକ ତଦନ୍ତ ଚଳାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top