କୋରାପୁଟ

୧୧୪କିଲୋ ଗଂଜେଇ ଓ ୨ଟି କାର ଜବତ, ୭ଗିରଫ

କୋରାପୁଟ; ତା୦୧-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଗତକାଲି ବିଳମ୍ବିତ ରାତିରେ ପଟ୍ଟାଙ୍ଗି ପୋଲିସ ଏକ ସାତ ଜଣିଆ ଗଂଜେଇ ମାଫିଆ ଟିମକୁ ଧରିବା ସହ ସେମାନଙ୍କ ନିକଟରୁ ୧୧୪ କିଲୋଗ୍ରାମ ଗଂଜେଇ ଏବଂ ୨ଟି କାର୍ ଜବତ କରିଛି। ଥାନା ଅଧିକାରୀ ଦେବ କୁମାର ଗୋମାଙ୍ଗ ଥାନାରେ ଏକ ସାମ୍ବାଦିକ ସମିଳନୀରେ ସୂଚନା ଦେଇ କହିଛନ୍ତି ଯେ ରାତିରେ ସବ-ଇନସପେକ୍ଟର କରୁଣାକର ଗୌଡଙ୍କ ନେତୃତ୍ୱରେ ଏକ ଟି୍ମ ୨୬ ନଂ ଜାତୀୟ ରାଜପଥରେ ଗାଡି ଯାଂଚ କରିବା ବେଳେ ୨ଟି କାରରେ ଗଂଜେଇ ଚୋରା ଚାଲାଣ ହେଉଥିବା ଜାଣିବାକୁ ପାଇ ଥାନା ଅଧିକାରୀଙ୍କୁ ଖବର ଦେଇଥିଲେ। ଥାନା ଅଧିକାରୀ ଶ୍ରୀ ଗୋମାଙ୍ଗ ଘଟଣା ସ୍ଥଳରେ ପହଂଚି ଦୁଇଟି କାରରେ ଗଂଜେଇ ଦେଖିବା ପରେ କାରରେ ଥିବା ୭ଜଣ ବ୍ୟକ୍ତି ଓ ଗଂଜେଇ ଭରା ସ୍ୱୁଇପ୍ଟ ଡିଜାଇର୍ (ଓଡି-୦୨ଏଏନ ୯୦୦୭ ଓ ଟାଟା ଟାଇଗର୍ ଓଡି-୦୨ଏଏନ ୩୬୪୮ )ଗାଡି ଥାନାକୁ ନେଇ ଜେରା କରିବା ପରେ ଅଭିଯୁକ୍ତମାନେ ଚୋରା ଗଂଜେଇ ବିଷୟ ସ୍ୱୀକାର କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଜବତ ଗଂଜେଇ ପାଡୁଆ ଥାନା ହାଟଗୁଡା ଗ୍ରାମରୁ ଅନୁଗୁଳକୁ ନେଉଥିବା ଜଣା ପଡିଛି। ପଟ୍ଟାଙ୍ଗି ଅତିରିକ୍ତ ତହସିଲଦାର ମହାଦେବ ଭତ୍ରାଙ୍କ ଉପସ୍ଥିତିରେ ଜବତ ଗଂଜେଇ ଓଜନ କରାଯିବା ସହ ୭ଜଣକୁ ଗିରଫ କରା ଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଅନୁଗୁଳ ଜିଲା ଚାନ୍ଦିପୋଡା ଥାନା ବାଗିଡିଆ ଗ୍ରାମର ପ୍ରସନ୍ନ କୁମାର ସାହୁ, ଜାରପୋଡା ଥାନା କୁଶକିଲା ଗ୍ରାମର ଚକ୍ରଧର ବେହେରା, ପ୍ରଭାତ ପଲେଇ, ସନ୍ତୋଷ ପ୍ରଧାନ, ନିଶା ଥାନା କଂଟିପାଲା ଗ୍ରାମର ଟିଟୁ ଜେନା, ବନରପାଲର ବାବୁଲା ମାଝି ଓ ଛେଣ୍ଡିପଦା ଥାନା ବାମନଳୀ ଗ୍ରାମର ନିରଂଜନ ଦାସ। ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରା ଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top