ଖେଳ

୧୧ରୁ ସୈରିନ୍ଧ୍ରୀ ନାୟକ ଟ୍ରଫି ଆନ୍ତଃସ୍କୁଲ ଫୁଟବଲ

ସମ୍ବଲପୁର, ୯/୧୧ (ଓଡ଼ିଆ ପୁଅ) – ଜିଲ୍ଲା ମାଷ୍ଟର୍ସ ଆଥେଲେଟିକ୍ସ ଆସୋସିଏସନ ପକ୍ଷରୁ ସ୍ଥାନୀୟ କମିଶନର୍ସ କଲୋନୀ ଗ୍ରାଉଣ୍ଡ ଠାରେ ଉନ୍ନବିଂଶତମ ସୌରିନ୍ଧ୍ରୀ ନାୟକ ଟ୍ରଫି ଆନ୍ତଃହାଇସ୍କୁଲ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରତ୍ୟହ ମଧ୍ୟାହ୍ନ ୨ଟା ଓ ସାଢ଼େ ୩ଟାରେ ଦୁଇଟି କରି ମ୍ୟାଚ ଖେଳାଯିବ ଏବଂ ୧୮ ତାରିଖ ଅପରାହ୍ନ ୩ଟାରେ ଫାଇନାଲ ମ୍ୟାଚ ଓ ୧୭ ତାରିଖ ୨ଟି ଯାକ ସେମିଫାଇନାଲ ମ୍ୟାଚ ଖେଳାଯିବ। ନୃସିଂହଗୁରୁ ଟାଉନ, ବେଦିକ ଇଣ୍ଟରନ୍ୟାସନାଲ, ମଦନାବତୀ ପବ୍ଲିକ, ବିକାଶ କନ୍ସେପ୍ଟ, ଆଇପିଏସ, ଗୁରୁନାନାକ ପବ୍ଲିକ, ଦିଲ୍ଲୀ ପବ୍ଲିକ, କେନ୍ଦ୍ରୀୟ-୧, ସେଭେନ ହିଲ୍ସ ପବ୍ଲିକ, କାଇଁସିର, ଇନ୍ଦିରାଗାନ୍ଧି, ତବଲା, ଠେମରା, ପିଏଚଏସ, ଭିଏସ, କମିଶନର୍ସ କଲୋନୀ, ଧନକଉଡ଼ା, ବୁର୍ଲା ସରକାରୀ, ବୁଢ଼ାରଜା ଏବଂ ଚନ୍ଦ୍ରଶେଖର ବେହେରା ଜିଲ୍ଲା ହାଇସ୍କୁଲ ପ୍ରଭୃତି ୨୦ଟି ହାଇସ୍କୁଲର ଫୁଟବଲ ଦଳ ଏଥିରେ ଅଂଶଗ୍ରହଣ କରିବେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top