ଓଡ଼ିଶା

୧୧ଟି ମିଳିତ ଶିକ୍ଷକ ସଂଗଠନ ଆସନ୍ତା ୬ରେ ଘେରିବେ ବିଧାନସଭା

ଭୁବନେଶ୍ୱର, ତା ୧୯ା୭ (ଓଡ଼ିଆ ପୁଅ): ଓଡ଼ିଶା ମିଳିତ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ଶିକ୍ଷକ ମହାସଂଘର ଏକ ଜରୁରୀ ବୈଠକ ବରିଷ୍ଠ ଶିକ୍ଷକ ନେତା ଶ୍ରୀଯୁକ୍ତ ଲକ୍ଷ୍ମଣ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ସ୍ଥାନୀୟ ନେହେରୁ ଯୁବ ପ୍ରତିଷ୍ଠାନଠାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଏଲିମେଣ୍ଟାରୀ ଟି.ଜି. ଶିକ୍ଷକ ସଂଘ, ଆଟି୍ରବ୍ୟୁଜ୍ ସଂଘ, ଏନ୍.ପି.ଏସ୍. ସଂଘ, ବି.ଏଡ୍. ଶିକ୍ଷା ସହାୟକ ସଂଘ, ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ, ଓଇଷ୍ଟା ଶିକ୍ଷକ ସଂଘ, ପ୍ରାଥମିକ ଶିକ୍ଷକ (ଏକ୍ସ କ୍ୟାଡର) ମହାସଂଘ, ଓଡ଼ିଶା କଳା ଓ କ୍ରୀଡା ଶିକ୍ଷକ ମହାସଂଘ, ଏମ୍.ଏଲ୍.ଇ. ଶିକ୍ଷା ସହାୟକ ସଂଘ ପ୍ରମୁଖ ସଂଗଠନ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇ ଓଡ଼ିଶା ସରକାରଙ୍କ ଶିକ୍ଷକ ବିରୋଧି ମନୋଭାବକୁ ନେଇ ଘୋର ଅସନ୍ତୋଷ ଓ ଉଦ୍ବେଗ ପ୍ରକାଶ କରିଥିଲେ। ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା ଯେ, ଯଦି ଆଗାମୀ ଗୁରୁଦିବସ ପୂର୍ବରୁ ଗୁରୁମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରି ସେମାନଙ୍କର ନ୍ୟାର୍ଯ୍ୟ ଦାବିକୁ ପୁରଣ ନ କରିବେ ଗୁରୁଦିବସ ଦିନଠାରୁ ଓଡ଼ିଶାର ସମସ୍ତ ବର୍ଗର ଶିକ୍ଷକ/ଶିକ୍ଷୟିତ୍ରୀ ଡ୍ରେସ୍ କୋର୍ଡକୁ ବର୍ଜନ କରିବା ସହିତ ଆସନ୍ତା ୬ ତାରିଖରେ ଦେଢ ଲକ୍ଷରୁ ଊର୍ଦ୍ଧ୍ୱ ଶିକ୍ଷକ ମିଳିତ ଭାବରେ ବିଧାନସଭା ଘେରାଉ କରିବେ ବୋଲି ଓଡ଼ିଶା ମିଳିତ ମହାସଂଘ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିରେ ସଂଗଠିତ ମିଳିତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ମହାସଂଘର ଦାବି ଅନୁସାରେ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକମାନଙ୍କୁ ସେମାନଙ୍କର ଯୋଗ୍ୟତା ଅନୁସାରେ ପଦବୀ ସୃଷ୍ଟି କରାଯାଇ ୬ଷ୍ଠ ବେତନ କମିଶନ ଅନୁସାରେ ମୂଳ ଦରମା ଟ.୫୨୦୦ ଓ ଗ୍ରେଡ୍ ପେ’କୁ ସଂଶୋଧନ କରି ଟ.୨୮୦୦ଙ୍କା କୁ ବୃଦ୍ଧି କରିବା ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବି.ଏଡ୍ ଭିତିରେ ନିଯୁକ୍ତ ଶିକ୍ଷକମାନଙ୍କୁ ମୂଳ ଦରମା ସଂଶୋଧନ କରି ଟ.୯୩୦୦ଙ୍କା ଓ ଗ୍ରେଡ୍ ପେ କୁ ସଂଶୋଧନ କରି ଟ.୪୨୦୦ଙ୍କା କୁ ବୃଦ୍ଧି କରି ସେହି ଅନୁସାରେ ସପ୍ତମ ବେତନ କମିଶନର ସୁପାରିଶ ଆଧାରରେ ଦରମା ପ୍ରଦାନ କରାଯାଉ। କନିଷ୍ଠ ଶିକ୍ଷକମାନଙ୍କ ଦରମା ୧.୧.୨୦୧୬ରିଖଠାରୁ ୨୫% ବୃଦ୍ଧି ସହ ବାର୍ଷିକ ୧୦% ବୃଦ୍ଧି କରାଯାଉ। ପ୍ରାଥମିକ ଶିକ୍ଷକ (ଏକ୍ସ କ୍ୟାଡର) ମାନଙ୍କର ଏକ୍ସ କ୍ୟାଡର ବ୍ୟବସ୍ଥାକୁ ଉଚ୍ଛେଦ କରି ଓଡ଼ିଶାର ଟ୍ରେଜେରି ମାଧ୍ୟମରେ ସିଧାସଳଖ ଦରମା ପ୍ରଦାନ କରାଯାଉ ଏବଂ ଏଥିରୁ ବଞ୍ଚିତ ଶିକ୍ଷକମାନଙ୍କୁ ୨୫% ହାରରେ ବର୍ଦ୍ଧିର୍ତ ଦରମା ପ୍ରଦାନ କରାଯାଉ। ଏତଦ୍ବ୍ୟତୀତ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ବିଭିନ୍ନ କଳା ଓ କ୍ରୀଡା ଶିକ୍ଷକମାନଙ୍କ ଶିକ୍ଷା ସହାୟକମାନଙ୍କ ଭଳି କ୍ୟାରିୟର ଆଡ୍ଭାନ୍ସମେଣ୍ଟ ପଲିସି ନିର୍ଦ୍ଧାରଣ କରି ନିୟମିତ କରାଯାଉ ଏବଂ କୌଣସି ବାଛ ବିଚାର ନ କରି ୨୦୦୫ ମସିହାଠାରୁ ନିଯୁକ୍ତ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ନୂତନ ପେନ୍ସନ୍ ଯୋଜନା ପରିବର୍ତ୍ତେ ପୁରାତନ ପେନ୍ସନ୍ ବ୍ୟବସ୍ଥାକୁ ପ୍ରଚଳନ କରାଯାଉ। ଏହି ନ୍ୟାର୍ଯ୍ୟଦାବିଗୁଡ଼ିକ ଦୀର୍ଘଦିନ ଧରି ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ କର୍ଣ୍ଣପାତ କରୁନଥବାରୁ ଶିକ୍ଷକ ମହାସଂଘ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି। ଉକ୍ତ ବୈଠକରେ ଓଡ଼ିଶା ଏଲିମେଣ୍ଟାରୀ ଟି.ଜି. ଶିକ୍ଷକ ସଂଗଠନ ତରଫରୁ ସଚିକାନ୍ତ ମିଶ୍ର, ସନ୍ତୋଷ କୁମାର ମିଶ୍ର, ଆଟି୍ରବ୍ୟୁଜ୍ ସଂଘ ତରଫରୁ ସଭାପତି ସନ୍ତୋଷ କୁମାର ପ୍ରଧାନ ଓ ସମ୍ପାଦକ ରଂଜନ କୁମାର ମହାନ୍ତି, ଗଣମାଧ୍ୟମ ସଂଯୋଜକ ସୁଧିର ପ୍ରଧାନ, ବି.ଏଡ୍ ଶିକ୍ଷା ସହାୟକ ସଂଘର ସଭାପତି ଅଜୟ କୁମାର ଧଳ, ଉପସଭାପତି ସରୋଜ କୁମାର ପଣ୍ଡା, ସମ୍ପାଦକ ଦେବେନ୍ଦ୍ର ନାୟକ ଓଡ଼ିଶା ପ୍ରାଥମିକ (ଏକ୍ସ କ୍ୟାଡର) ମହାସଂଘର ସଭାପତି ଶରତ ନାୟକ ସାଧାରଣ ସମ୍ପାଦକ ପ୍ରଶାନ୍ତ ଖମାରୀ, ଏନ୍.ପି.ଏସ୍. ଶିକ୍ଷକ ସଂଘର ସମ୍ପାଦକ ବଙ୍କିମ୍ ଚନ୍ଦ୍ର ସାଗର, ମହାସଚିବ ଜିତ୍ ରଂଜନ ମହାପାତ୍ର, ସମ୍ପାଦକ ଆରତ ସାହୁ, ଉପଦେଷ୍ଟା ସୁନୀଲ କୁମାର ପ୍ରଧାନ, କନିଷ୍ଠ ଶିକ୍ଷକ ସଂଘର ସଭାପତି ମଳୟ କୁମାର ଜେନା ପ୍ରମୁଖ ଯୋଗଦେଇ ଆଗାମୀ ଦିନରେ ସରକାରଙ୍କୁ ଅସହଯୋଗ କରିବା ସହ ସମୂହ ଛୁଟିରେ ଯାଇ ବିଦ୍ୟାଳୟ ତାଲା ବନ୍ଦ ଆନ୍ଦୋଳନ କରିବା ଏବଂ ସମସ୍ତ ବର୍ଗର ଶିକ୍ଷକ ଆଗାମୀ ସାଧାରଣ ନିର୍ବାଚନକୁ ସପରିବାର ବର୍ଜନ କରିବା ପାଇଁ ଧମକ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top