୧୦ ସେପ୍ଟେମ୍ବର ଭାରତ ବନ୍ଦ ନିଷ୍ପତିକୁ ସଫଳ କରିବାପାଇଁ ନିରଞ୍ଜନଙ୍କ ନିବେଦନ

ଭୁବନେଶ୍ୱର ୮.୯ (ଓଡ଼ିଆ ପୁଅ) – ନିଖିଳ ଭାରତ କଂଗ୍ରେସ କମିଟିର ଆହ୍ୱାନକ୍ରମେ ଆସନ୍ତା ୧୦ ସେପ୍ଟେମ୍ବର ଭାରତ ବନ୍ଦ ନିଷ୍ପତିକୁ ସଫଳ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଦଳୀୟ କର୍ମୀ, ନେତୃମଣ୍ଡଳୀ ଓ ସର୍ବୋପରି ଓଡିଶାବାସୀଙ୍କୁ ସହଯୋଗ କରିବା ପାଇଁ ବିନମ୍ର ନିବେଦନ କରିଛନ୍ତି। ପ୍ରକାଶଥାଉକି ଏହି ବନ୍ଦ ପାଳନ ସମୟରେ ଜରୁରୀକାଳିନୀ ସେବା ଯଥା ଆମ୍ବୁଲାନ୍ସ ସେବା, ପରୀକ୍ଷାର୍ଥୀ, ଔଷଧ ଦୋକାନ, କ୍ଷୀରଗାଡିକୁ ଯେପରି ବାଧା ସୃଷ୍ଟି ନହୁଏ, ସେଥିପ୍ରତି ଯତ୍ନଶୀଳ ହେବା ପାଇଁ ସେ ଅନୁରୋଧ କରିଛନ୍ତି। ଏହି ସମୟରେ କୌଣସି ବିଶୃଙ୍ଖଳା, ଗଣ୍ଡଗୋଳ ଯେପରି ସଂଗଠିତ ନହୁଏ, ସେଥିପ୍ରତି କର୍ମକର୍ତାମାନେ ଯତ୍ନଶୀଳ ହେବାକୁ କହିଛନ୍ତି। କେନ୍ଦ୍ର ବିଜେପି ନେତୃତ୍ୱ ମୋଦି ସରକାରଙ୍କ ଆକାଶଛୁଆଁ ତୈଳ ଦର ବୃଦ୍ଧି ବିରୁଦ୍ଧରେ ଜନମତ ସୃଷ୍ଟି କରିବା ଓ ଓଡିଶାରେ ଭାରତ ବନ୍ଦ ଡାକରାକୁ ସଫଳ କରିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *