ଜିଲ୍ଲା ପରିକ୍ରମା

୧୦ ଲକ୍ଷ ଟଙ୍କାର ଫିଲଟର ମେସିନ ଅଚଳ, ଦୁଷିତ ଜଳ ପିଉଛନ୍ତି ମନମୁଣ୍ଡାବାସୀ

ବୈାଦ୍ଧ, ୧୩ା୦୬(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ଦୀର୍ଘ ୧୨ବର୍ଷ ହେଲା ମନମୁଣ୍ଡାବାସୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବାକୁ ମନମୁଣ୍ଡା ଦେଉଳି ତେଲନଦୀ କୂଳରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ଏକ ଫିଲଟର ମେସିନ ସ୍ଥାପନ କରାଯାଇଥିଲା। ଆରମ୍ଭରେ ମାତ୍ର କେଇମାସ ଚାଲିବାପରେ ଏହି ଫିଲଟର ମେସିନଟି ଅଚଳ ହୋଇ ପଡିରହିଛି। ମନମୁଣ୍ଡାବାସୀ ପାଇପ ଯୋଗେ ଆସୁଥିବା ପାନୀୟଜଳକୁ ସେବନ କରୁଥିବାବେଳେ ତେଲନେଦୀରେ ଅନେକ ନର୍ଦ୍ଦମା ପାଣି ମିଶିଛି ଏବଂ ନଦୀବାଲି ଲୋକଙ୍କ ପାଇଁ ଶ୍ମସାନଘାଟ ହୋଇଥିବାରୁ ଶବଦାହ ପରେ ଅବଶେଷ ମଧ୍ୟ ନଦୀ ଜଳରେ ମିଶୁଅଛି। ଫିଲଟର ମେସିନଟି ଅଚଳ ହୋଇପଡିବା ଯୋଗୁଁ ପ୍ରତିଦିନ ମନମୁଣ୍ଡାବାସୀଙ୍କୁ ଦୁଷିତ ଜଳ ବ୍ୟବହାର କରିବାକୁ ବାଧ୍ୟ ହେବାକୁ ପଡୁଛି। ଏହାବ୍ୟତୀତ ନଦୀରେ ଜଳପ୍ରବାହ କମିଗଲେ ଦୁଷିତ ଜଳର ମାତ୍ରା ବୃଦ୍ଧି ହେବା ସହିତ ଜଳବାହିତ ରୋଗ ମଧ୍ୟ ବ୍ୟାପିବାର ଆଶଙ୍କା ସୃଷ୍ଟି କରୁଛି। ଏହି ଫିଲଟର ମେସିନକୁ କାର୍ଯ୍ୟକ୍ଷମ କରିବା ପାଇଁ ଅନେକଥର ଜଳ ଓ ପରିମଳ ମିଶନ କାର୍ଯ୍ୟାଳୟକୁ ଅନୁରୋଧ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପରିସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନଥିବାରୁ ଲୋକଙ୍କ ମଧ୍ୟ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top