ଓଡ଼ିଶା

୧୦ ଚକିଆ ଟ୍ରକ ଚକାତଳେ ଦିଲ୍ଲୀରେ ଓଡିଆ ଯୁବକଙ୍କ ମୃତ୍ୟୁ

ଖଇରା, ୧୬/୯/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ଥାନା ମହତୀପୁର ପଞ୍ଚାୟତ ପୂର୍ବପଡା ଗ୍ରାମର ଜଣେ ଯୁବକର ଗତକାଲି ଦିଲ୍ଲୀ ସ୍ଥିତ ରାଜଧାନୀ ଦିଲ୍ଲୀରେ ଏକ ଟ୍ରକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଖବର ଅନୁଯାଇ ଦିନବନ୍ଧୁ ରଣାଙ୍କ ପୁଅ ଅକ୍ଷୟ ବାଙ୍ଗାଲୋରରେ ଏକ ମିଠା ଦୋକାନ କରିଥିବାବେଳେ କୌଣସି କାରଣରୁ ଦିଲ୍ଲୀରେ ରହୁଥିବା ଦାଦା ପୁଅ ଭାଇ ଓ ସାଙ୍ଗମାନଙ୍କ ପାଖକୁ ଯାଇଥିଲେ। ଆଗ୍ରା ଷ୍ଟେସନରୁ ଟେମ୍ପୁରେ ଯାଉଥିବାବେଳେ ବିପରିତ ଦିଗରୁ ଆସୁଥିବା ଏକ ୧୦ ଚକିଆ ଟ୍ରକ ଟେମ୍ପୁ ସହିତ ଘସିହେବାରୁ ଡାହାଣପଟେ ବସିଥିବା ଅକ୍ଷୟ ୧୦ ଚକିଆ ଟ୍ରକ ଚକାତଳେ ପଡିଯିବାରୁ ଟ୍ରକଟି ତାଙ୍କ ଉପରେ ମାଡି ଯାଇଥିଲା। ଫଲରେ ଘଟଣା ସ୍ଥଳରେହିଁ ଅକ୍ଷୟଙ୍କର ମୃତ୍ୟୁ ହୋଇଯାଇଥିଲା। ଦିଲ୍ଲୀ ପୋଲିସ ଅକ୍ଷୟଙ୍କ ମୋବାଇଲରୁ ଡାଏଲ ନମ୍ବର ବାହାର କରି ନିକଟ ସର୍ମ୍ପକୀୟଙ୍କୁ ଖବର ଦେଇ ଥିଲେ। ପୋଲିସଠାରୁ ଖବର ପାଇ ଦିଲ୍ଲୀରେ ଥିବା ମୃତକଙ୍କ ନିଜର ଦାଦାପୁଅ ଭାଇ ଓ ସାଙ୍ଗମାନେ ଘଟଣା ସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିବା ସହ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଅକ୍ଷୟଙ୍କ ମୃତ୍ୟୁ ଖବର ଗାଁରେ ପହଞ୍ଚିବାପରେ ପରିବାର ସମେତ ସ୍ଥାନିୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top