୧୦ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ଭଦ୍ରକ ସହରର ବନ୍ତଛକ ସେଲ୍ଟ୍ୟାକ୍ସ କଲୋନୀ ନିକଟରେ ଜଣେ ଯୁବକଙ୍କ ଠାରୁ ୧୦ ଗ୍ରାମ ବ୍ରାଉନ୍ସୁଗାର ଜବତ ହୋଇଛି। ଗିରଫ ଯୁବକ ହେଲେ ସୁକୁମାର ସାହୁ। ସୁକୁମାର ବ୍ରାଉନ୍ସୁଗାର ବିକ୍ରି କରୁଥିବା ନେଇ ଠୋସ୍ ଖବର ପାଇବା ପରେ ଅବକାରୀ ଅଧିକ୍ଷକ ପୁରୁଷୋତ୍ତମ ଧାରୁଆଙ୍କ ନେତୃତ୍ୱରେ ଏକ ଟିମ୍ ବନ୍ତଛକରେ ତାକୁ ଧରିବା ଲାଗି ଜାଲ ବିଛାଇଥିଲା। ସୁକୁମାରକୁ ଠାବ କରାଯିବା ପରେ ତାକୁ ଗିରଫ କରାଯାଇଛି। ଜବତ ବ୍ରାଉନ୍ସୁଗାର କେଉଁଠୁ ଆସୁଥିଲା ଓ କାହାଠାରୁ ସେ ଆଣୁଥିଲା, ସେଥିନେଇ ପଚରାଉଚୁରା ଜାରି ରହିଛି। ଏ ସଂପର୍କରେ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ ହୋଇ ସୁକୁମାରକୁ ଗିରଫ ସହ ତା ନିକଟରେ ଥିବା ବ୍ରାଉନ୍ସୁଗାରକୁ ଜବତ କରାଯାଇଛି।

Leave a Reply

Your email address will not be published. Required fields are marked *