୧୦୮ ଆମ୍ବୁଲାନ୍ସ ପହଁଚିଲା ନାହିଁ, ବୃଦ୍ଧା ରୋଗୀଙ୍କୁ ଭାରରେ କାନ୍ଧେଇ ଦୀର୍ଘ ୭ କି.ମି ରାସ୍ତା ପାଦରେ ଚାଲି ଡାକ୍ତରଖାନାକୁ ନେଲେ ପରିବାର

ମାଲକାନଗିରି, ୨୧ା୧୦(ଓଡ଼ିଆ ପୁଅ/ଏସ.ଦାଶ ) ଗାଁଗହଳରେ ଗରିବ ରୋଗୀଙ୍କୁ ଡାକ୍ତର ଖାନାକୁ ଆଣିବା ପାଇଁ ମାଗଣାରେ ୧୦୮ ଓ ୧୦୨ ଆମ୍ବୁଲାଲ୍ସ ସେବା ଯୋଗାଇଦେବାର ବ୍ୟବସ୍ଥା ଥିବାବେଳେ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ଏହା କେବଳ କାଗଜ କଲମରେ ସିମିତ ହୋଇରହିଛି। ଗାଁ ଗହଳ ଓ ଦୁର୍ଗମ ପାହଡ ଇଲାକାର ଗ୍ରାମବାସୀଙ୍କ ପାଇଁ ଖଟିଆ, ଚେୟାର, ଭାର, ସାଙ୍ଗି ସାଜିଛି ଆମ୍ବୁଲାନ୍ସ। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କାଲିମେଳା ବ୍ଲକସ୍ଥ କାନାଗୁଡା ଆଦିବାସୀ ଗାଁରେ, ସେହି ଗାଁର ଜୋଗିମାଢି(୬୦) ନାମକ ଆଦିବାସୀ ବୃଦ୍ଧା ଗତ ତନିଦିନତଳେ ଝାଡି ବାନ୍ତି, ଜ୍ୱରରେ ଆକ୍ରାନ୍ତ ହୋଇ ଯନ୍ତ୍ରଣା ଭୋଗୁଥିଲେ। ଗାଁର କିଛି ଯୁବକ ୧୦୮ ଆମ୍ବୁଲାନ୍ସ କୁ ଫୋନ କରିଥିଲେ, ଆମ୍ବୁଲାନ୍ସ ଗାଁକୁ ଆସିଲେ ଡାକ୍ତରଖାନକୁ ବୃଦ୍ଧାକୁ ନେବାପାଇଁ ପରିବାର ଲୋକେ ଜଗିଜଗି ରାତି ପାହିଗଲା ଆମ୍ବୁଲାନ୍ସ ଆସିଲାନାହିଁ, ଗରିବ ଆଦିବାସୀ ବୃଦ୍ଧାଙ୍କ ନିକଟରେ ଟଙ୍କା କେଉଁଠାରୁ ଆସିବ ଯେ ଗାଡି ଭଡାକରି ଡାକ୍ତର ଖାନାକୁ ଯିବେ,, ଗୋଟିଏ ଦିନପରେ ପୁଣି ଆମ୍ବୁଲାନ୍ସ କୁ ଫୋନ କରାଗଲା ସେଠାରୁ ଉତର ଆସିଲା ଉକ୍ତ ଗାଁକୁ ଭଲରାସ୍ତା ନଥିବାରୁ କାଦୁଅରେ ଆମ୍ବୁଲାନ୍ସ ଗାଡି ଯାଇପାରିବ ନାହିଁ, ନିରାଶ ହୋଇ ଗଲେ ପରିବାର, ବୃଦ୍ଧା ଙ୍କ ର ଝାଡା ଓ ଜ୍ୱର ବଢିବାରେ ଲାଗିଛି କଣକରିବେ ପରିବାଲୋକେ ଚିନ୍ତାରେ ରହିଥିବା ବେଳେ ଗାଁର ଦୁଇଜଣ ଯୁବକ ସଙ୍ଗେ ସଙ୍ଗେ ଏକ ଚାଚଂରା କୁ ଖଟିଆ ଭାବେ ବାଡିରେ ବାନ୍ଧି ଭାର ପ୍ରସ୍ତୁତ କରି ସେଥିରେ ବୃଦ୍ଧାଙ୍କୁ ବସାଇ ଡାକ୍ତର ଖାନା ଅଭିମୁଖେ ବାହାରିପଡିଲେ। ଦୀର୍ଘ ୭ କିଲୋମିଟର ପାହଡ ଘଚଂ ଜଙ୍ଗଲ ରାସ୍ତାରେ ପାଦରେ ଚାଲି ଚାଲି କାଲିମେଳା ଡାକ୍ତର ଖାନାରେ ପହଁଚି ବୃଦ୍ଧାଙ୍କୁ ଚିକିତ୍ସା ଆରମ୍ଭ କରିଛନ୍ତି। କାନାଗୁଡା ଗ୍ରାମର ଅବସ୍ଥା ପରି ମାଲକାନଗିରି ଜିଲ୍ଲାର ଅନେକ ଆଦିବାସୀ ଗ୍ରାମରରେ ଆମ୍ବୁଲାନ୍ସ ସେବା ପହଁଚି ପାରୁନାହିଁ, ସେମାନଙ୍କ ପାଇଁ ଖଟିଆ ଓ ଭାର ସାଜିଛି ଆମ୍ବୁଲାନ୍ସ। କେବଳ ଆଜିର କଥା ନହଁ ବହୁବର୍ଷ ଧରି ଏହି ସବୁ ଗ୍ରାମବାସୀଙ୍କ ପାଇଁ ଆମ୍ବୁଲାନ୍ସ ଗାଡି ସ୍ୱପ୍ନପାଲଟି ଯାଇଛି। ଦୁର୍ଗମ ଗ୍ରାମଗୁଡିକର ଗୁରୁତର ରୋଗୀ, ଗର୍ଭବତୀ ମହିଳା ଙ୍କୁ ଭାର ଓ ଖଟିଆରେ ଡାକ୍ତରଖାନକୁ ନିଆ ଯାଇଥାଏ। ଆଦିବାସୀ ଅଧ୍ୟୁଷିତ ଅଚଂଳରେ ସ୍ୱାସ୍ଥ୍ୟସେବାକୁ ଅଧିକ ଗୁରୁତ୍ୱଦେଇ ମାଗଣାରେ ରୋଗୀଙ୍କ ଚିକିତ୍ସା ଓ ଆମ୍ବୁଲାନ୍ସ ସେବା ଯୋଗାଦିଆ ଯାଉଛି ବୋଲି କେନ୍ଦ୍ର ଓ ରାଜ୍ୟସରକାର ଡିଣ୍ଡିମ ପିଟୁଥିବାବେଳେ ଆନ୍ଦ୍ର ଛତିଶଗଡ ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ଏହା ସ୍ୱପ୍ନ ପାଲଟି ଯାଇଛି, ଦିନକୁ ଦିନ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେବାରେ ଲାଗିଛି।

ସ୍ୱାଧୀନତାର ୭୧ବର୍ଷ ହୋଇଥିଲେ ବି ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ଏବେବି ୫୦୦ରୁ ଉର୍ଦ୍ଦ ଗାଁକୁ ଭଲ ଭଲରାସ୍ତାଟିଏ ତିଆରି ହୋଇପାରିଲାନାହିଁ, ସେ ସବୁଅଚଂଳର ବିକାଶରଧାରାରେ ପ୍ରତିବନ୍ଧକ ସାଜିଛି ରାସ୍ତା, ଅପହଚଂ ଇଲାକାର ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ସେବା ସ୍ୱପ୍ନପାଲଟିଛି। ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ସହିତ ଶିକ୍ଷା, ପରିବହନ, ଗମନାଗମନ ଓ ଅନ୍ୟାନ ଉନ୍ନୟନମୁଳକ କାର୍ଯ୍ୟବହୁପଛରେ ପଡି ଯାଇଛି। କେନ୍ଦ୍ରସରକାରଙ୍କ ପ୍ରଧାନମନ୍ତ୍ରୀ ସଡକ, ରାଜ୍ୟସରକାରଙ୍କ ବିଜୁସଡକ ଯୋଜନା ସହ ଆରଡି, ପୁର୍ତ, ବ୍ଲକ, ପଚାଂୟତ, ଡିଆରଡିଏ, ବନବିଭାଗ, ମୃତିକା ସଂର କ୍ଷଣ ବିଭାଗର ବିଭିନ୍ନ ଗାଁଗହଳକୁ ରାସ୍ତାକରିବାର ଯୋଜନା ଏହି ଜିଲ୍ଲାରେ ଅଧୁରା ହୋଇପଡିଛି। ଜିଲ୍ଲାର ଅଧିକାଂଶ ଗାଁ ପାହଡପବ ର୍ତ ଉପରେ ଘଚଂଜଙ୍ଗଲ ଭିତରେ ଓ ମାଓପ୍ରବଣ ଅଚଂଳରେ ଥିବାରୁ ସେଠାରେ ରାସ୍ତାତିଆରି ରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ସଡକ ଯୋଜନାର ପକ୍କାରାସ୍ତା କଥା ଦୁରେ ଥାଉ ଅନେକ ଗାଁରେ ପାଦଚଲାରାସ୍ତାଟିଏ ନଥିବାରୁ ଗାଁ ଲୋକେ ହାତରେ ଟାଙ୍ଗିଆ, କଟୁରି ଧରି ନିଜେ ରାସ୍ତାସଫାକରି ଯାତାୟତ କରିଥାନ୍ତି। ୫୦୦ରୁ ଉର୍ଦ୍ଦଗାଁକୁ ଆମ୍ବୁଲାନ୍ସ ସେବା ଯୋଗାଇଦିଆ ଯାଇପାରୁନାହିଁ, ସେଥିପାଇଁ ସେ ଗାଁର ଲୋକମାନେ ରୋଗୀଙ୍କୁ ଖଟିଆ, ଭାର, ଝୋଲା ରେ ପାହଡ ତଳ ରାସ୍ତାକୁ ଆଣି ଡାକ୍ତରକ ଖାନକୁ ନେଇଥାନ୍ତି, କେତେବେଳେ କେମିତି ଗୁରତର ରୋଗୀ କୁ ନେଉଥିବା ସମୟରେ ମୃତ୍ୟୁହୋଇଯାଉଥିବାର ମଧ୍ୟ ଜଣାପଡିଛି। ଏହି ଜିଲ୍ଲାପ୍ରତି ସରକାରଙ୍କ ଆନ୍ତରିକତାର ଅଭାବ କିମ୍ବା ଲୋକପ୍ରତିନିଧି ମାନଙ୍କ ଅବହେଳା ପାଇଁ ଆଜିବି ଅନେକ ଗାଁକୁ ପକ୍କାରାସ୍ତାଟିଏ କିମ୍ବା ଭଲ ମାଟିରାସ୍ତାଟିଏ ହୋଇପାରୁନାହିଁ।ବିଶେଷ କରି ପ୍ରସୁତୀ ମହିଳା ଓ ଶିଶୁଙ୍କ ପାଇଁ ୧୦୨ ଓ ଅନ୍ୟାନ ସାଧାରଣ ରୋଗୀଙ୍କ ପାଇଁ ୧୦୮ ଆମ୍ବୁଲାନ୍ସର ସେବା ଠିକ ଭାବେ ମାଲକାନଗିରି ଜିଲ୍ଲାବାସୀ ପାଇପାରୁ ନାହାଁନ୍ତି, ୧୦୮ କିମ୍ବା ୧୦୨ କୁ ଫୋନକଲେ ଅଧିକାଶଂ ସମୟରେ କେହି ଫୋନ ଉଠାଉନଥିବାର ଅଭିଯୋଗ ହେଉଛି, କେତେ ବେଳେକେମିତି ଫୋନ ଉଠାଇଲେ ତାହା ମଧ୍ୟ ଠିକ ସମୟରେ ରୋଗୀ ନିକଟରେ ଆମ୍ବୁଲାନ୍ସ ପହଁଚିପାରୁ ନାହିଁ, ଏହୁ ଦୁଇଟି ଆମ୍ବୁଲାନ୍ସର କଂଟ୍ରୋଲରୁମ ଭୁବନେଶ୍ୱର ହୋଇଥିବାରୁ ପ୍ରଥମେ ସେଠାକୁ ଫୋନ ଯାଇଥାଏ, ପରେ ସେଠାରୁ ଆମ୍ବୁଲାନ୍ସ ଡ୍ରାଇଭର ନିକଟକୁ ଫୋନ ଆସିଥାଏ, ମାଲକାନଗିରି ଜିଲ୍ଲାର ଅନେକ ଗାଁରେ ଫୋନସେବା ନଥିବା ଓ ଅଧାବେଳା ଫୋନ ଫେଲ ହୋବା ଓ ନେଟ୍ଓ୍ୟାର୍କ ଠିକ ନଥିବାରୁ ରୋଗୀ ମାନେ ଆମ୍ବୁଲାନ୍ସ ସେବା ପାଇବାରୁ ବଚିଂତ ହେଉଛନ୍ତି। ସେଥିପାଇଁ ଅନେକ ଗ୍ରମବାସୀ ବାଧ୍ୟ ହୋଇ ରୋଗୀ ମାନଙ୍କୁ ଖଟିଆରେ ବୋହି ୫ରୁ ୧୦କିମି ରାସ୍ତା ଚାଲି ଚାଲି ଡାକ୍ତର ଖନାରେ ପହଁଚି ଥାନ୍ତି, ଜିଲ୍ଲାର ଦୁର୍ଗମ ଅପହଁଚ ଇଲାକା ପାହଡ ଉପରେ ଥିବା ଗ୍ରାମ ବାସୀଙ୍କ ପାଇଁ ଖଟିଆ ହିଁ ଆମ୍ବୁଲାନ୍ସର କାମକରିଥାଏ।

Leave a Reply

Your email address will not be published. Required fields are marked *