ଜିଲ୍ଲା ପରିକ୍ରମା

୧୦୮କୁୂଣ୍ଡୀୟ ଗାୟତ୍ରୀ ମହାଯଜ୍ଞର ଦ୍ୱିତୀୟ ଦିବସରେ ଦେବ ପୁଜନ

ଭଦ୍ରକ, ୧୩ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ବ୍ୟକ୍ତି ମଧ୍ୟରେ ଦେବତ୍ୱ ଉଦୟ ଓ ଧରିତ୍ରୀ ସ୍ୱର୍ଗ ଅବତରଣ ବିଚାର କ୍ରାନ୍ତୀର ମୂଳଲକ୍ଷ। ଏହି ଲକ୍ଷ ନେଇ ବିଭିନ୍ନ ସ୍ଥାନରେ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହେଉଥିବାବେଳେ, ଭଦ୍ରକ ନୂଆବସଷ୍ଟାଣ୍ଡ ସମ୍ମୁଖ ପ୍ରାଙ୍ଗଣରେ ଆରମ୍ଭ ହୋଇଛି ଶ୍ରାଦ୍ଧ ସମ୍ବର୍ଦ୍ଧନା ୧୦୮ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ। ଗତକାଲି କଳସ ସ୍ଥାପନ ପରେ ସଂଧ୍ୟାରେ ସନ୍ଥ ସମ୍ମିଳନୀ ସହ ଯୁଗ ସଂଗୀତ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜି ଦ୍ୱିତୀୟ ଦିବସରେ ଦେବପୂଜନ କରାଯିବାପରେ ଯଜ୍ଞର ଶୁଭାରମ୍ଭ ହୋଇଛି। ସଂଧ୍ୟାରେ ଏକ ଆଧ୍ୟାତ୍ମିକ ପରିବେଶରେ ଶାନ୍ତିକୁଞ୍ଜ ହରିଦ୍ୱାରର ବରିଷ୍ଠ ସାଧକ ପ୍ରମୋଦ ଭଟ୍ଟନାଗର, କେନ୍ଦ୍ରୀୟ ସହଯୋଗ କାର୍ଯ୍ୟକର୍ତ୍ତା ଶେଷଦେବ ବଢ଼େଇ, ପ୍ରଶାନ୍ତ ସେଠ ପ୍ରମୁଖ ପ୍ରବଚକ ଭାବେ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ତ୍ଲ୍ା ଗୟତ୍ରୀ ଶକ୍ତିପୀଠ ଗବସାହି ପ୍ରଜ୍ଞାପୀଠ ଓ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ପ୍ରଜ୍ଞାପରିଜନ ଓ ସହସ୍ରାଧିକ ଶ୍ରଦ୍ଧାଳୁ ଯୋଗଦେଇଥିଲେ। ୧୦୮ ଯଜ୍ଞକୁଣ୍ଡ ନିକଟରେ ୨୨୪ ଦମ୍ପତ୍ତି ବିଶ୍ୱକଲ୍ୟାଣ ଓ ଆତ୍ମ କଳ୍ୟାଣ ନିମନ୍ତେ ଶୁଦ୍ଧ ଚିତ୍ତରେ ପ୍ରାର୍ଥନା କରିଥିଲେ। ଜିଲ୍ଲା ସଂଯୋଜକ ପ୍ରଦୀପ ନାୟକ, ସହ ସଂଯୋଜକକରୁଣାକର ସାମଲ, ଜିଲ୍ଲା ଶକ୍ତିପୀଠର ମୁଖ୍ୟ ଟ୍ରଷ୍ଟି ନୃସିଂହ ତରାଇ, ବ୍ୟବସ୍ଥାପକ ପ୍ରକାଶ ବେହେରା, ଭାରତୀୟ ସଂସ୍କୃତି ଜ୍ଞାପନ ପରୀକ୍ଷାର ବ୍ଲକ ସଂଯୋଜକ କେଦାରନାଥ ମହାପାତ୍ର, ଆନନ୍ଦ ଦାସ, ସୁକାନ୍ତ ମହାନ୍ତି, ରୁଶିଶୃଙ୍ଗ୍ୟ ନାୟକ, ବାଦଲ ଦାସ, କୈଳାସ ମହାନ୍ତି, ସଂଜୀବ ଦାସ, ଦୁର୍ଗାଚରଣ ଲେଙ୍କା, ବସନ୍ତ ମହାନ୍ତି ଓ ବହୁ ଗାୟତ୍ରୀ ପରିବାର ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top