ଓଡ଼ିଶା

୧୦୭ଜଣ ମୁଖ୍ୟସ୍ରୋତରେ ସାମିଲ ନକ୍ସଲ ସ୍ନାତକ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଦେଲେ

ମାଲକାନଗିରି, ୫ା୬ (ଓଡିଆ ପୁଅ ) ମାଲକାନଗିରି ଏସପି ଜଗମୋହନ ମୀନାଙ୍କ ପ୍ରଚେଷ୍ଟା ରେ ଜିଲ୍ଲାର ବିଭିନ୍ନ ଅଚଂଳରୁ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ୧୦୭ଜଣ ମାଓବାଦୀ ଓ ସମର୍ଥକ ମାନେ ସିଧାସଳଖ ଭାବେ ସ୍ନାତକ ପାଠ୍ୟକ୍ରମ ପାଇଁ ପ୍ରବେସିକା ପରୀକ୍ଷା ଦେଇଛନ୍ତି। ଇନ୍ଦିରାଗାନ୍ଧୀ ମୁକ୍ତବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ମାଲକାନଗିରି ମହାବିଦ୍ୟାଳୟ ଶାଖାରେ ନାମଲେଖାଇଥିବା ୧୨୦ଜଣ ମାଓସମର୍ଥକ ମାନଙ୍କ ମଧ୍ୟରୁ ୧୦୭ଜଣ ସ୍ନାତକ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ନିମନ୍ତେ ଯୋଗ୍ୟବିବେଚିତ ହେଇଛନ୍ତି। ଚଳିତ ମାସ ୧ତାରିଖ ଠାରୁ ୨୨ତାରିଖ ପର୍ଯ୍ୟନ୍ତ ସାମାଜିକ ବିଜ୍ଞାନ ଓ ଗଣିତ ଦୁଇଟି ବିଷୟରେ ୫୦ନମ୍ବର ଲେଖା ମୋଟ ୧୦୦ ନମ୍ବର ରେ ଏହି ପ୍ରବେସିକା ପରୀକ୍ଷା ମାଲକାନଗିରି କେନ୍ଦ୍ରୀୟବିଦ୍ୟାଳୟ ଠାରେ ଚାଲିଛି। ଏହି ପରୀକ୍ଷାରେ ପ୍ରତିବିଷୟରେ ୧୫ ନମ୍ବର ଲେଖା ୩୦ ନମ୍ବର ରଖିଲେ ପାସ କରି ସ୍ନାତକ ପାଠପଢିବା ପାଇଁ ଯୋଗ୍ୟବିବେଚିତ ହେବେ, ଗତ ୧ତାରିଖ ଠାରୁ ଶାନ୍ତି ଶୃଙ୍ଖଳାଭାବେ ପରୀକ୍ଷା ଚାଲିଛି, ୨୨ତାରିଖରେ ପରୀକ୍ଷା ସରିଲେ ଖାତାଗୁଡିକ ଦିଲ୍ଲୀପଠାଯିବ, ସେଠାରେ ଖତାଦେଖା ସରି ପରୀକ୍ଷାଫଳ ପ୍ରକାଶିତ ହେବାପରେ ଏହି ପରୀକ୍ଷାର୍ଥୀ ମାନେ ସ୍ନାତକ ପାଠ୍ୟକ୍ରମ ପାଇଁ ଯୋଗ୍ୟବିବେଚିତ ହେବେ ବୋଲି ଅଧ୍ୟାପକ ରମେଶ ଚନ୍ଦ୍ରରାଉତ ଓ ଅଧ୍ୟାପକ ରଜଂନକତୁମାର ସ୍ୱାଇଁ କହିଛନ୍ତି। ଗୋଟିଏ ପଟେ ମାଓବାଦୀ ମାନେ ହିଂସାର ପଥ ଅବଲମ୍ବନକରି ହାତରେ ବନ୍ଧୁକଧରି ନିରିହ ଲୋକଙ୍କୁ ହତ୍ୟାକରୁଥିବାବେଳେ ଅନ୍ୟପଟେ କିଛି ମାଓବାଦୀ ଆତ୍ମସମର୍ପଣ କରି ବନ୍ଧୁକ ବଦଳରେ କଲମଧରି ପାଠପଢି ଉଚ୍ଚଶିକ୍ଷିତ ହେବା ପାଇଁ ଆଗେଇ ଆସିଛନ୍ତି। ମାଟ୍ରୀକ ପାସ ନକରି ସିଧାସଳଖ ଭାବେ ସ୍ନାତକ ପାଠପଢିବା ପାଇଁ ବାଟ ଦେଖାଇଛି ଇନ୍ଦିରା ଗାନ୍ଧୀ ମୁକ୍ତବିଶ୍ୱବିଦ୍ୟାଳୟ। ମାଲକାନଗିରି ଜିଲ୍ଲାର ନୂତନ ଏସ.ପି ଜଗମୋହନ ମୀନାଙ୍କ ପ୍ରଚେଷ୍ଟାରେ ଆତ୍ମସମର୍ପଣ କରିଥିବା ମାଓବାଦୀ, ମାଓବାଦୀଙ୍କ ଦ୍ୱାରା ବିତାଡିତ ପରିବାର ଙ୍କୁ ଅହିଂସର ମାର୍ଗରେ ଉଚ୍ଚଶିକ୍ଷିତ ଓ ରୋଜଗାରକ୍ଷମ କରିବା ଉଦେଶ୍ୟରେ ପାଠପଡାଇବା ଘଟଣା ସମଗ୍ର ଜିଲ୍ଲା ଓ ରାଜ୍ୟ ବାସୀ ଙ୍କ ପାଇଁ ଏକ ଉଦାହରଣ ପାଲଟିଛି। ଆଦ୍ୟୁ ପାଠ ପଡିନଥିବା ଓ ଅର୍ଦ୍ଦଶିକ୍ଷିତ ଆତ୍ମସମର୍ପଣ କରିଥିବା ୧୮ବର୍ଷରୁ ଉର୍ଦ୍ଦ ମାଓବାଦୀ ଙ୍କ ସହିତ ମାଓବାଦୀଙ୍କ ଦ୍ୱାରା ବିତାଡିତ ପରିବାର ଓ ମାଓପ୍ରବଣ ଅଚଂଳର ଯୁବକ, ଯୁବତୀ, ମହିଳା ଓ ପୁରୁଷ ମାନଙ୍କୁ ଉଚ୍ଚଶିକ୍ଷିତ କରିବା ପାଇଁ ମାଲକାନଗିରି ଏସ.ପି .ଜଗମୋହନ ମୀନା ଏକ ଅଭିନବ ଉପାୟ ଚିନ୍ତାକରିଛନ୍ତି। ଗତ କିଛି ମାସତଳେ ମାଲକାନଗିରି ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଠାରେ ଇନ୍ଦିରାଗାନ୍ଧୀ ମୁକ୍ତବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ସ୍ୱତନ୍ତ୍ରଶିକ୍ଷା କେନ୍ଦ୍ର ଆଧିଗ୍ରହଣ ଉତ୍ସବକୁ ମାଲକାନଗିରି ଏସପି ଜଗମୋହନ ମୀନା ଅନୁଷ୍ଟାନିକ ଭାବେ ଉଦଘାଟନ କରି ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ବହି ଖାତା କଲମ ଯୋଗାଇ ଦେଇ ମାଗଣା ରେ ପାଠପଢିବାର ବ୍ୟବସ୍ଥା କରିଥିଲେ। ଏହି ପାଠ ପଢା ଯୋଜନାରେ ସାମିଲ ହୋଇଥିବା ଯୁବକ ଓ ଯୁବତୀ ମାନଙ୍କୁ ୬ମାସ ପର୍ଯ୍ୟନ୍ତ ମାଗଣାରେ ମୁକ୍ତବିଶ୍ୱବିଦ୍ୟାଳୟ ଇଗ୍ନୋରେ ଶିକ୍ଷାଦାନ ଦିଆଯାଇଥିଲା। ସେମାନଙ୍କର ଏନ୍ଟ୍ରାସ ପରୀକ୍ଷା ଗତ୧ତାରିଖ ଠାରୁ ଆରମ୍ଭ ହୋଇ ଯାଇଚି।

ଏଥିରେ ପାସକଲାପରେ ସିଧାସଳଖ ଭାବେ ଯୁକ୍ତ ୩ପାଠ୍ୟକ୍ରମରେ ନାମଲେଖାଇ ପଢିବେ, ସିଧାସଳଖ ଭାବେ ମାଗଣାରେ ଯୁକ୍ତ୩ ପାଠପଢିବା ପାଇଁ ଆତ୍ମସମର୍ପଣ କରିଥିବା ମାଓବାଦୀ ଓ ମାଓପ୍ରବଣ ଅଚଂଳର ପାଠ ନ ପଢି ବେକାର ହୋଇ ବୁଲୁଥିବା ଯୁବକ ଯୁବତୀ ମାନେ ଆଗ୍ରହସହକାରେ ଏସ.ପି ଙ୍କ ଯୋଜନାରେ ସାମିଲ ହେବା ପାଇଁ ଆଗେଇ ଆସିଛନ୍ତି। ଏମାନଙ୍କ ମଧ୍ୟରେ ଅଛିନ୍ତି ଦୁର୍ଦ୍ଦାନ୍ତ ମାଓଦମ୍ପତି ଶୁକଦେବ, ରୁକ୍ମଣୀ, ରଘୁ ଓ ରାଧା ଙ୍କ ସହିତ ଦୁର୍ଦ୍ଦାନ୍ତ ମାଓବାଦୀ ଇର୍ମା, ଦେବା, ସେମାନଙ୍କ ମଧ୍ୟରୁ କିଏ ୧୦ମ ଫେଲ ହୋଇଥିଲା ତ ଆଉକିଏ ମୋଟେ ପାଠପଡି ନାହିଁ, ଏବେ ସେମାନେ ବିଏ ପାସ କରି ରୋଜଗାରକ୍ଷମ ହେବା ପାଇଁ ମନସ୍ଥ କରିଛନ୍ତି। ମିଥ୍ୟାପ୍ରଲୋଭନର ଶିକାର ହୋଇ ମାଓ ସଂଙ୍ଗଠନରେ ରହି କେବଳ ଲୁଟ ପାଟ୍ ହତ୍ୟା ମାର ଧର କାର୍ଯ୍ୟରେ ତାଙ୍କ ଦିନ ବିତୁ ଥିଲା, କେବେବି ସେମନଙ୍କୁ ଭଲକଥା କୁହା ଯାଉନଥିଲା, ସବୁବେଳେ ମାଓବାଦୀଙ୍କ ହିଂସାକାଣ୍ଡ ଆଉ ପୁଲିସର ଗିରଫ ଏନକାଉଟଂର କୁ ଭୟ ଥିଲା। ଏବେ ଆତ୍ମସମର୍ପଣ କଲାପରେ ସେ ଭୟ ଆଉ ନାହିଁ, ମାଲକାନଗିରି ପୁଲିସ ଆମପରି ଗରିବ ଲୋକଙ୍କୁ ପାଠ ପଢାଇ ବଡ ମଣିଷ କରି ରୋଜଗାର କରିବାର ବାଟ ଫିଟାଇ ଦେଇଛନ୍ତି, ଆମେ ସମସ୍ଥେ ହିଂସା ଛାଡି ମନଲଗାଇ ପାଠପଢିବୁ, ଜଙ୍ଗଲରେ ରହି ହିଂସାକାଣ୍ଡରେ ଲିପ୍ତଥିବା ଭାଇମାନଙ୍କୁ ଅନୁରୋଧ କରୁଛୁ ସେମାନେ ହିଂସାଛାଡି ମୁଖ୍ୟସ୍ରୋତରେ ସମିଲ ହୋଇ ପାଠ ପଢି ଶିକ୍ଷତ ହୋଇ ଚାକିରି କରି ରାଜଗାରକ୍ଷମ ହୁଅନ୍ତୁ ବୋଲି ଆତ୍ମସମର୍ପଣ କରିଥିବା ମାଓବାଦୀ ମାନେ କହିଥିଲେ। ଏହା ଦ୍ୱାରା ନିରକ୍ଷରାତାର ଅନ୍ଧାରରୁ ଆଲୋକକୁ ଆସି ଉଚଶିକ୍ଷତ ହୋଇ ଜଣେ ସୁନାଗରିକ ଭାବେ ଜୀବନ ବିତାଇବେ ଆତ୍ମସମର୍ପଣ ମାଓବାଦୀ ମାନେ ବୋଲି ମାଲକାନଗିରି ଏସପି ଶ୍ରୀ ମୀନା କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top