ଅନୁଗୁଳ

୧୦୨ ଆମ୍ବୁଲାନ୍ସ ଏବଂ ଏକ ପିକଅପ୍ ଭ୍ୟାନ୍ ମଧ୍ୟରେ ଧକ୍କା ଆମ୍ବୁଲାନ୍ସ ଚାଳକ ଗୁରୁତର

ଅନୁଗୋଳ, (ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ଆଠମଲ୍ଲିକର ଝରଝରି ଘାଟିରେ ଆଜି ଦିନ ପ୍ରାୟ ୨ଟା ସମୟରେ ଏକ ୧୦୨ ଆମ୍ବୁଲାନ୍ସ ଏବଂ ଏକ ପିକଅପ୍ ଭ୍ୟାନ୍ ମଧ୍ୟରେ ମୁହାମୁହିଁ ଧକ୍କା ହେବାଫଳରେ ଆମ୍ବୁଲାନ୍ସ ଚାଳକ ଗୁରୁତର ଆହତ ହୋଇଛନ୍ତି। ଆହତ ହୋଇଥିବା ଚାଳକ ଜଣକ ହେଲେ ଭବାନୀଶଙ୍କର ରାୟ ଏବଂ ତାଙ୍କ ଘର କିଶୋରନଗର ଥାନାର ଧଉରାପାଲ୍ଲୀ ଅଂଚଳରେ। ସୂଚନାରୁ ପ୍ରକାଶ, ଆଜି ଦିନ ପ୍ରାୟ ୨ଟା ବେଳେ ଉକ୍ତ ୧୦୨ ଆମ୍ବୁଲାନ୍ସ ଏକ ରୋଗୀକୁ ଅନୁଗୋଳ ଡାକ୍ତରଖାନାକୁ ଆଣିବାପାଇଁ ଠାକୁରଗଡ଼ରୁ ଆଠମଲ୍ଲିକକୁ ଯାଉଥିଲା। ତେବେ ଝରଝରି ଘାଟି ନିକଟରେ ଏକ ପିକଅପ୍ ଭ୍ୟାନ୍ ଆମ୍ବୁଲାନ୍ସକୁ ସାମନା ପଟୁ ଧକ୍କା ଦେଇଥିଲା। ଫଳରେ ଆମ୍ବୁଲାନ୍ସ ଚାଳକ ଭବାନୀଶଙ୍କର ଗୁରୁତର ଆହତ ହୋଇଥିଲେ। ସୂଚନାପାଇ ଠାକୁରଗଡ଼ ଥାନା ଆଇଆଇସି ଗୋବର୍ଦ୍ଧନ ନାଏକ ଏବଂ ପୋଲିସ ଘଟଣାସ୍ଥଳରେ ପହଂଚି ଚାଳକଙ୍କୁ ଚିକିତ୍ସା ପାଇଁ ଠାକୁରଗଡ଼ ଡାକ୍ତରଖାନାରେ ଭର୍ତି କରାଇଥିଲେ। ପରେ ଚାଳକଙ୍କୁ ଅଧିକ ଚିକିତ୍ସା ପାଇଁ ଅନୁଗୋଳ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ପିକଅପ୍ ଚାଳକଙ୍କୁ ଥାନାରେ ଅଟକ ରଖାଯାଇଛି ବୋଲି ଆଇଆଇସି ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top