୧୦୦ ତମ ରକ୍ତଦାନ କରି ରେକର୍ଡ ସୃଷ୍ଟି କଲେ କୋରାପୁଟର ଜି.ସଂଜିବ କୁମାର

କୋରାପୁଟ; ତା୨୧-୦୪-୧୮(ଓଡିଆପୁଅ /ରଂଜନ କୁମାର ଦାସ) ଆଜି ଜିବନର ୧୦୦ ତମ ସ୍ୱେଛାକୃତ ରକ୍ତଦାନ କରି କୋରାପୁଟର ଜି.ସଂଜିବ କୁମାର ରେକର୍ଡ ସୃଷ୍ଟି କରିଛନ୍ତି । ସ୍ଥାନୀୟ ସଂସ୍କୃତିଭବନଠାରେ ୨ ୟ ରାଜ୍ୟ ସ୍ତରୀୟ ରକ୍ତଦାତା ଓ ପ୍ରବର୍ତକ ୨ ଦିନିଆ ସେମିନାର ଉଦଘାଟିତ ହୋଇଯାଇଛି ।କୋରାପୁଟ ଜିଲ୍ଲା ରକ୍ତଦାତା ଓ ପ୍ରବର୍ତକ ଫୋରମର ଉପଦେଷ୍ଟା ଚିତ ରଂଜନ ମିଶ୍ର ଯୋଗଦେଇ ରକ୍ତଦାନ ଶିବିରିଟିକୁ ଉଦଘାଟନ କରିଥିଲେ । ଜି.ସଂଜିବ କୁମାର ୧୦୦ ତମ ରକ୍ତଦାନ କରିଥିବା ବେଳେ ତାଙ୍କ ସ୍ତ୍ରୀ ଜି.ରୋଜା ମଧ୍ୟ ରକ୍ତଦାନ କରିଥିଲେ ।କୋରାପୁଟ ଜିଲ୍ଲା ରକ୍ତଦାତା ଓ ପ୍ରବର୍ତକ ଫୋରମର ସଭାପତି ଜି.ସଂଜିବ କୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସେମିନାରରେ ବାଲେଶ୍ୱରର ବରିଷ୍ଠ ରକ୍ତଦାତା ଶେଖ ଜନାଦ ହୁସେନ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ରାଜ୍ୟ ଫୋରମର ସଂପାଦକ ଇଂ ପ୍ରଶାନ୍ତ କୁମାର ଦାସ ଓ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅରୁଣ କୁମାର ପାଢୀ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ ।ଫୋରମର ସଂପାଦକ ରାଜେଶ ଯାଦବ ବାର୍ଷିକ ବିବରଣୀ ପାଠ କରିଥିଲେ ।ଉପଦେଷ୍ଟା ଡ. ଉମାଶଙ୍କର ପ୍ରସାଦ ପାତ୍ର , ମନୋଜ ଆଚାର୍ଯ୍ୟ , ଚିତ ରଂଜନ ମିଶ୍ର ପ୍ରମୁଖ ମଂଚାସୀନ ଥିଲେ । ପ୍ରମୋଦ କୁମାର ରାଉଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ଶେଖ ଇବ୍ରାହିମ ପରିଚାଳନା କରିଥିଲେ ।୧୯୯୧ ମସିହାରେ ପ୍ରଥମ ରକ୍ତଦାନ କରିଥିଲେ ଓ ୨୭ ବର୍ଷରେ ୧୦୦ ଥର ରକ୍ତଦାନ ହୋଇଥିବା ଜି .ସଂଜିବ କୁମାର ପ୍ରକାଶ କରିଥିଲେ ।୧୦୦ ଥର ରକ୍ତଦାନ କରି ସେ ଅତ୍ୟନ୍ତ ଖୁସି ଥିବା ବେଳେ ରକ୍ତଦାନ କରିବାକୁ ଯୁବଗୋଷ୍ଠୀଙ୍କୁ ସେ ପରାମର୍ଶ ଦେଇଥିଲେ । ସ୍ୱାମୀ ୧୦୦ ଥର ରକ୍ତଦାନ କରିଥିବାରୁ ସେ ଅତ୍ୟନ୍ତ ଖୁସି ଅଛନ୍ତି ବୋଲି ଜି.ରୋଜା ପ୍ରକାଶ କରିଥିଲେ ।ଜିଲ୍ଲାରେ ରକ୍ତର ଅଭାବ ଦେଖାଦେଉଥିବାରୁ ସମସ୍ତେ ଆସି ରକ୍ତଦାନ କରିବାକୁ ସେ ଆହ୍ୱାନ ଦେଇଥିଲେ ।

Leave a Reply

Your email address will not be published. Required fields are marked *