୧୦୦ଲିଟର ଦେଶୀ ମଦ ସହ ୩ ଗିରଫ

ରେମୁଣା/ବାଲେଶ୍ୱର, ୨୩/୦୩(ଓଡ଼ିଆ ପୁଅ/ ଭଗବାନ ଦାସ)- ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗଗ୍ରାମ ଓ ରସାଳପୁର ନିକଟରୁ ସଦର ଅବକାରୀ ବିଭାଗ ଓ ମୋବାଇଲ ସ୍କୁଆଡ଼ ବିପୁଳ ପରିମାଣର ଦେଶୀ, ବିଦେଶୀ ମଦ ଓ ପଲସର ବାଇକ ଜବଦ କରାଯିବା ସହ ୩ଜଣ ଗିରଫ ହୋଇଥିବାର ଜଣାପଡ଼ିଛି। ଅବକାରୀ ବିଭାଗ ତରଫରୁ ଆଜି ଭୋର ୫ଟା ସମୟରେ ଶ୍ରୀଜଙ୍ଗ ଗ୍ରାମର କମଳାକାନ୍ତ ଦାସଙ୍କ ଘରେ ଚଢଉ କରାଯାଇ ୨.୮ଲିଟର ବିଦେଶୀ ମଦ ଜବଦ କରି କମଳାକାନ୍ତକୁ ଗିରଫ କରିଥିଲାା ସେହିପରି ଶ୍ରୀଜଙ୍ଗ-ରସାଳପୁର ସଲ୍ଟ ରୋଡ଼ରେ ସକାଳ ୮ଟା ସମୟରେ ଏକ ପଲସର ବାଇକରେ ଦେଶୀ ମଦ ଚାଲାଣ କରୁଥିବା ସମୟରେ ଅବକାରୀ ବିଭାଗ ୨ଜଣଙ୍କୁ ଗୀରଫ କରିବା ସହ ପଲସର ବାଇକ (ଓଡ଼ି ୦୧ଇ-୧୦୭୪)କୁ ଜବଦ କରିଥିଲା। ବାଇକରେ ୧୦୦ ଲିଟରରୁ ଉର୍ଦ୍ଧ ଦେଶୀ ମଦ ଜବଦ ହେବା ସହ ପୁରୁଣାବାଲେଶ୍ୱର ତୁଳସୀପଦା ଗ୍ରାମର ପ୍ରଶାନ୍ତ ତରେଇ (୨୫)ଓ ଓଡ଼ାପଦା ଗ୍ରାମର ପ୍ରଦୀପ ଜେନା(୨୨)କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ କମଳାକାନ୍ତ ନାମରେ ୪୭/୧୮ ଓ ଅନ୍ୟ ୨ଅଭିଯୁକ୍ତଙ୍କ ନାମରେ ୪୮/୧୮ନଂ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲକୁ ପଠାଇ ଦିଆଯାଇଛି। ଏହି ଚଢଉ ଅବକାରୀ ଇନସ୍ପେକ୍ଟର କରୁଣା ଶଙ୍କର ତିୱାରୀଙ୍କ ସହ ସବଇନସପେକ୍ଟର ଅର୍ଜ୍ଜୁନ ମଲ୍ଲିକ ଓ ଏଏସଆଇ ଚନ୍ଦ୍ର ମୋହନ ସେଠୀ ପ୍ରମୁଖଙ୍କ ସହିତ ଅବକାରୀ ଟିମ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *