ଓଡ଼ିଶା

୧୦ରେ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ନବରଙ୍ଗପୁର ୭-୯ (ଓଡ଼ିଆ ପୁଅ/କିଶୋର ପଟ୍ଟନାୟକ) ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା କଂଗ୍ରେସ ଆଗାମୀ ୧୦ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ। ଏ ସଂମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ପି ସି ସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଯୋଗଦେଇ ରାଫେଲ ଯୁଦ୍ଧ ଜାହାଜ କିଣାରେ ଦୁର୍ନୀତି ଓ ଏହାଦ୍ୱାରା ଅଭିଭକ୍ତ କୋରାପୁଟକୁ ହେଉଥିବା କ୍ଷତି ସଂମ୍ପର୍କରେ ସୂଚନା ଦେଇଥିଲେ। କେନ୍ଦ୍ର ସରକାର ୩୬ ଗୋଟି ରାଫେଲ କିଣିବାରେ ରାଜକୋଷକୁ ୪୧, ୨୦୫ଟଙ୍କା କ୍ଷତି ପହଞ୍ଚିଛି। ସଂପୃକ୍ତ ଜାହାଜ ନିର୍ମାଣର ଦୀର୍ଘ ବର୍ଷର ଅଭିଜ୍ଞତା ରହିଥିବା ରାଷ୍ଟ୍ରାୟତ କମ୍ପାନୀ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ (ଏଚଏଏଲ)କୁ ଅଣଦେଖା କରି ଏକ ଘୋରେଇ କମ୍ପାନୀକୁ ପ୍ରଦାନ କରାଯାଇଛି। ଦେଶରେ ବେଙ୍ଗୁଲୁର, ନାଶିକ ଓ ଓଡିଶାର ସୁନାବେଡା ଠାରେ ଏଚଏଏଲ ରହିଛି। ସୁନାବେଡାରେ ଜାହାଜ ନିର୍ମାଣ କରାଯାଇଥିଲେ ଅଭିଭକ୍ତ କୋରାପୁଟ ଜିଲ୍ଲାରେ ନିଯୁକ୍ତି ସୃଷ୍ଟି ହୋଇପାରିଥାନ୍ତା ବୋଲି ସେ କହିଥିଲେ। ଏହା ବ୍ୟତୀତ ସେ କେବିକେ ଅଞ୍ଚଳରେ ସର୍ବାଧିକ ଗୋରିବ ଲୋକ ବସବାସ କରୁଥିବାରୁ ରନ୍ଧନ ଗ୍ୟାସ ଓ ଇନ୍ଧନ ଆଦି ସାମଗ୍ରୀ ଉପରେ ସଂମ୍ପୂର୍ଣ୍ଣ କର ମୁକ୍ତ କରିବାକୁ ସେ ଦାବି କରିଛନ୍ତି। ଡି ସି ସି ସଭାପତି ମୁନା ତ୍ରୀପାଠୀ ଜିଲ୍ଲା ଭିତ୍ତିକ ନିଯୁକ୍ତି କେବଳ କଲ୍ୟାଣ ବିଭାଗର ନୁହେଁ ବରଂ ଜିଲ୍ଲାର ପ୍ରତ୍ୟେକ ବିଭାଗ ପାଇଁ ଲାଗୁ କରିବାକୁ ଦାବି କରିଥିଲେ। ନିକଟରେ ବିଧାନସଭାରେ ଉଦ୍ୟାନ ବିଭାଗର ୨୬ କୋଟି ଟଙ୍କାର ଦୁର୍ନିତୀ ସଂମ୍ପର୍କରେ ଦାମ ରାଉତ ବୟାନ ଦେଇଥିଲେ। ସେଥିରେ ନବରଙ୍ଗପୁର ଜିଲ୍ଲାର ଉଦ୍ୟାନ ବିଭାଗରେ ୭କୋଟି ୯୫ ଲକ୍ଷ ଟଙ୍କାର ଦୁର୍ନିତୀ ହୋଇଥିବା ସେ କହିଛନ୍ତି। ପୁର୍ବତନ ବିଧାୟକ ସଦନ ନାୟକ ପେଟ୍ରୋଲ ଦରଦାମ ବୃଦ୍ଧି ପ୍ରସଙ୍ଗରେ ସମାଲୋଚନା କରିବା ସହ ଜି ଏସ ଟି ଲାଗୁ କରିବା ପାଇଁ ଦାବି କରିଛନ୍ତି। ପି ସି ସି ସାଧାରଣ ସଂମ୍ପାଦକ ମିଟୁ ପାତ୍ର ନବରଙ୍ଗପୁର କଲେଜକୁ ସରକାରୀ କଲେଜ ଘୋଷଣା କରିବାକୁ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କହିଥିଲେ। ଏହି ପ୍ରସଙ୍ଗ ବ୍ୟତୀତ ଜିଲ୍ଲାର ବନ ବିଭାଗ ଆଇ ଟି ଡି ଏ, ୱାଟର ସେଡ୍, ଉଦ୍ୟାନ ବିଭାଗର ଚାରା ଓ ସାର ଦୁର୍ନିତୀ ଓ ମାଇନର ଇରିଗେସନ୍ ବିଭାଗର ଗାର୍ଡ ୱାଲ୍ ଦୁର୍ନିତୀ ଆଦି ପ୍ରସଙ୍ଗକୁ ନେଇ ଆଗାମି ୧୦ ତାରିଖରେ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ସୂଚନା ଦିଆଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀପ ବେହେରା, ଲାଲୁ ତ୍ରୀପାଠୀ, କୁନା ପାଢି, ପ୍ରଣତୀ ତ୍ରୀପାଠୀ, ମିନତୀ ପଟ୍ଟନାୟକ, ପରି ସାହୁ, ମନୀଷା ତ୍ରୀପାଠୀ, ଫିରଜ, ସତ୍ୟ ନାରାୟଣ ତ୍ରୀପାଠୀ ପ୍ରମୁଖ ନେତୃ ମଣ୍ଡଳୀମାନେ ଉପସ୍ଥିତ ରହିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top