୧୦ମ ଶ୍ରେଣୀ ପିଲାଙ୍କର ସମାବର୍ତ୍ତନ ଉତ୍ସବ

ପାରଳାଖେମୁଣ୍ଡି, ୨୯ା୫(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ର/ଛାତ୍ରୀମାନଙ୍କର ସମାବର୍ତ୍ତନ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ସଭାପତିତ୍ୱ କରି ବିଦ୍ୟାଳୟର ଉତ୍ତିର୍ଣ୍ଣ ହୋଇ ଯାଇଥିବା ଛାତ୍ର/ଛାତ୍ରୀମାନେ ଭବିଷ୍ୟତରେ ଯେକୌଣସି ସ୍ଥାନରେ ପହଞ୍ଚିଲେ ମଧ୍ୟ ବିଦ୍ୟାଳୟରୁ ଯେଉଁ ନିତିନିୟମ ଏବଂ ଜ୍ଞାନ ସେମାନେ ଆରୋହଣ କରିଛନ୍ତି ତାହା ନିଶ୍ଚିତ ସେମାନଙ୍କ ପାଇଁ ସଠିକ ମାର୍ଗ ଦର୍ଶନ ହେବ ବୋଲି କହିଥିଲେ। ବିଦ୍ୟାଳୟର ସଭାପତି ବିନୋଦ ଚନ୍ଦ୍ର ଜେନା କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ର/ଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଆଗକୁ ଏହି ଛାତ୍ର/ଛାତ୍ରୀମାନେ ବିଦ୍ୟାଳୟ ପାଇଁ ଆହୁରି ଗର୍ବ ଓ ଗୌରବ ବୃଦ୍ଧି କରିବାକୁ ଚେଷ୍ଟା କରିବା ଆବଶ୍ୟକ ବୋଲି କହିଥିଲେ। ଏହି ଅବସରରେ ବିଦ୍ୟାଳୟର ଉତ୍ତିର୍ଣ୍ଣ ହୋଇଥିବା ୪୮ଜଣ ଛାତ୍ର/ଛାତ୍ରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଜିଲା ଶିକ୍ଷା ଅଧିକାରୀ ସଞ୍ଜିବ କୁମାର ସିଂ, ବିଦ୍ୟାଳୟର ସହସଭାପତି ଡ.ଶଙ୍କର ପ୍ରସାଦ ବକ୍ସି, ଉପଦେଷ୍ଟା ମହନ୍ତ ରାମାନନ୍ଦ ଦାସଜୀ, ବିଦ୍ୟାଳୟର ସଦସ୍ୟା ସୁଷମା ଦାସ ପ୍ରମୁଖଙ୍କ ସହ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ ଓ ଛାତ୍ର/ଛାତ୍ରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *