୧୦ତାରିଖରେ ଓଷ୍ଟାର ଶିଶୁ ଉସôବ

ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ରୟାଲ ଆବାସିକ ଉଚ୍ଚ ବିଦ୍ୟାଳୟ ପରିସରରେ ଆସନ୍ତା ୧୦ ତାରିଖ ଉଚ୍ଚ ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ବ୍ଳକସ୍ତରୀୟ ଶିଶୁ ଉସôବ ଅନୁଷ୍ଠିତ ହେବ । ଭଦ୍ରକ ବ୍ଲକ ଓଷ୍ଟା ସଭାପତି କଳ୍ପତରୁ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ବୈଠକରେ ରାଜ୍ୟ ସଂପାଦିକା ସୁରଜିତା ନାୟକ, ଜିଲ୍ଲା ସଂପାଦକ ପ୍ରଦୀପ୍ତ ଦାସ, ରୟାଲ ଗ୍ରୁପର ଅଧ୍ୟକ୍ଷ ପ୍ରଦୀପ ପଣ୍ଡା, ସଂପାଦକ ରଣଜିତ ନାୟକ, ସଭାପତି ନାରାୟଣ ଚନ୍ଦ୍ର ପଣ୍ଡା, ପ୍ରଧାନ ଶିକ୍ଷକ ବିମ୍ବାଧର ମହାପାତ୍ର, ଶିକ୍ଷାବିତ୍ ସଦାନନ୍ଦ ପତି, ପ୍ରହଲାଦ ସାହୁ, ସୁବାଷ ମହାନ୍ତି, ବିଜୟ ମିଶ୍ର, ସୁରେନ୍ଦ୍ର ମହାପାତ୍ର, ଶ୍ରୀଧର ସାହୁ ପ୍ରମୁଖ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ବ୍ଲକ ସଂପାଦକ ବୈକୁଣ୍ଠ ବିଶ୍ୱାଳ ସୂଚନା ଦେଇ କହିଥିଲେଯେ କୁଇଜ, ସାଧାରଣ ଜ୍ଞାନ, ଗଳ୍ପ ଲିଖନ, କବିତା ଲିଖନ ଓ ଆବୃତ୍ତି, ଏକକ ଅଭିନୟ, ଚିତ୍ରାଙ୍କନ, ତର୍କ ପରି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହାକୁ ସଫଳ କରିବାକୁ ଓଷ୍ଟା ପକ୍ଷରୁ ଦିବେଦନ କରାଯାଇଛି ।
