ଓଡ଼ିଶା

୧ ଲକ୍ଷ ପୁରସ୍କାର ଘୋଷିତ ମାଓବାଦୀ ବାଲ ସଂଗମର ସଦସ୍ୟ ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ

ମାଲକାନଗିରି, ୧୩ା୨ (ଓଡିଆ ପୁଅ ) ସୀମାନ୍ତ ଛତିଶଗଡ ସୁକମା ଜିଲ୍ଲାସ୍ଥ କଟେ କଲ୍ୟାଣ ଅଚଂଳର ମାଓବାଦୀ ବାଲ ସଂଗମ ପାର୍ଟୀର ଜଣେ ନାବାଳକ ମେମ୍ବର ଆଜି ମାଲକାନଗିରି ଏସପି ଜଗମୋହନ ମୀନାଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି। ସୁକୁମା ଜିଲ୍ଲା କଟେକଲ୍ୟାଣ ଅଚଂଳରେ ଛତିଶିଗଡି ମାଓବାଦୀ ମାନେ ଗତ ୨୦୧୫ ମସିହାରେ ବାଲ ସଂଗମ ଗଠନ କରି ବିଭିନ୍ନ ଦୁର୍ଗମ ଆଦିବାସୀ ଗ୍ରାମଗୁଡିକରୁ ଛୋଟ ଛୋଟ ପିଲାମାନଙ୍କୁ ପ୍ରଲୋଭନ ଦେଖାଇ ସଂଗଠନରେ ସାମିଲ କରି ସେମାନଙ୍କ ଦ୍ୱାରା ଅନେକ ଛୋଟବଡ ହିଂସାକାଣ୍ଡ ଘଟାଉଥିଲେ। ଛତିଶଗଡ ଦନ୍ତେଓ୍ୟାର୍ଡା ର ଜଣେ ଗରିବ ଆଦିବାସୀ ପରିବାରର ନାବାଳକ ମାଓବାଦୀଙ୍କ ଦ୍ୱାରା ପ୍ରଭାବିତ ହୋଇ ଗତ ୨୦୧୫ ମସିହା ଅକ୍ଟୋବର ମାସରେ ସୁକୁମାଜିଲ୍ଲା କଟେକଲ୍ୟାଣ ମାଓବାଦୀ ବାଲ ସଂଗଂମରେ ସାମିଲ ହୋଇଥିଲେ। ସେ ଲ୍ୟାଣ୍ଡାମାଇନ ବିସ୍ପୋରଣ, ବନ୍ଧୁକ ଚାଳାନା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ତାଲିମ ନେଲା ପରେ ତାଙ୍କୁ ମାଓବାଦୀ ମାନେ ବାଲ ସଂଗମର ଏରିଆ କମିଟି ମେମ୍ବର ଭାବେ ଦୁଇବର୍ଷ କାମ କରାଇ ସବୁଥିରେ ପାରଙ୍ଗମ ହେବାପରେ ମାଲକାନଗିରି ଜିଲ୍ଲା ମହୁପଦର ମାଓଏବାଦୀ ସଂଗଠନକୁ ବଦଳି କରିଦେଲେ। ସଂପୃକ୍ତ ବାଲ ସଂଗମର ସଭ୍ୟ ମହୁପଦର ଏରିଆ କମିଟି ମେମ୍ବର ଭାବେ ଗତ ୨୦୧୭ ମସିହା ଠାରୁ କାମକରି ଅନେକ ମାଓ ହିଂସାକାଣ୍ଡରେ ସାମିଲ ହେଲେ। ତାଙ୍କ ନାମରେ ଓଡିଶା ସରକାର ୧ ଲକ୍ଷ ଟଙ୍କାର ପୁରସ୍କାର ରୋଶି ଘୋଷଣା କରିଛନ୍ତି। ଉକ୍ତ ନାବଳକ ବାଲ ସଂଗମର ସଦସ୍ୟ ମହୁପଦର ମାଓବାଦୀ ଏରିଆ ଡେପୁଟି କମାଣ୍ଡର ସଜୁଂଙ୍କ ଅତ୍ୟାଚାର ସହି ନପାରି ମାଓବାଦୀ ସଂଗଠନ ଛାଡିବା ପାଇଁ ନିଷ୍ପତି ନେଲେ। ତାଙ୍କ ଦେହ ଅସୁସ୍ଥ ଅଛି କହି ମାଓବାଦୀ ଦଳମରୁ ଖସି ଆସି ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ଭୟରେ ଲୁଚି ଆଶ୍ରୟ ନେଇଥିଲେ, . ପୁଲିସ ନିକଟରେ ଆତ୍ମସମର୍ପଣ କଲେ ସରକାରଙ୍କ ଠାରୁ ସୁବିଧା ମିଳିବା କଥା ଶୁଣି ସେ ଆଜି ମାଲକାନଗିରି ଏସପି ଜଗମୋହନ ମୀନାଙ୍କ ନିକଟକୁ ଆସି ଆତ୍ମ ସମର୍ପଣ କରିଛି। ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ସାଧାରଣ ନାଗରିକ ଜୀବନ ବିତାଇବା ପାଇଁ ନିଷ୍ପତି ନେଇ ଥିବାର ଜଣାପଡିଛି। ମାଓବାଦୀ ଆତ୍ମସମର୍ପଣ ନିୟମ ଅନୁସାରେ ଆତ୍ମସମର୍ପଣ କରିଥିବା ବାଲ ସଂଗମର ସଦସ୍ୟ ଙ୍କୁ ସମସ୍ଥ ପ୍ରକାର ସରକାରି ସୁବିଧା ସୁଯୋଗ ଯୋଗାଇଦିଆ ଯିବା ସହ ତାଙ୍କୁ ରୋଜଗାରର ବାଟ ଦେଖାଇଦିଆ ଯିବ ବୋଲି ଏସପି ଶ୍ରୀ ମୀନା ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top