ଜିଲ୍ଲା ପରିକ୍ରମା

୧ବର୍ଷ ହେଲା ଅସୁରକ୍ଷିତ ଅବସ୍ଥାରେ ବ୍ରୀଜ ,ତୁରନ୍ତ ନିର୍ମାଣ କରିବା ପାଇଁ ଦାବୀ

ଖଡିଆଳ/ନୂଆପଡା-୨୩.୦୯.୧୮(ଓଡିଆପୁଅ/ସୁଜିତ କୁମାର ପ୍ରଧାନ) ନୁଆପଡା ଜିଲା ଖଡିଆଳ କଂଟାବାଞ୍ଜି ୩୫୩ ନମ୍ବର ଜାତୀୟ ରାଜପଥ ସାନମୁଲା ଗ୍ରାମ ପାଖରେ ଥିବା ନଦୀର ବ୍ରିଜ ଦିର୍ଘ ଏକ ବର୍ଷ ହେଲା ଅସୁରକ୍ଷିତ ଅବସ୍ଥାରେ ରହିଛି । ଏହି ବ୍ରୀଜ ଖଡିଆଳ ରୁ ବଲାଙ୍ଗିର ଖଡିଆଳରୁ ଟିଟିଲାଗଡ କୁ ସଞ୍ଜୋଗକରେ । ଏହି ବ୍ରୀଜରେ ହଜାର ହଜାର ସଂଖ୍ୟକ ଯାନବାହାନ ଯାତାୟତ କରିଥାଏ । ଏଥି ମଧ୍ୟରେ ୩୫୩ ନଂ ରାଜପଥ କାର୍ଯ୍ୟ ଚାଲୁଅଛି । ଏହି ବ୍ରୀଜ କୁ ଓସାରିଆ କରି ନିର୍ମାଣ କରିବା ଉଦେ୍ଦଶ୍ୟରେ ବ୍ରୀଜ ର ଏକ ପଟ କୁ ଖୋଲି ଦେଇଥିବା ଯୋଗୁଁ ଜାତାୟାତ ରେ ବହୁ ଅସୁବିଧା ହେଉଥିବା ବେଲେ କେତେବେଲେ ଏକ ବଡ ଦୁଃର୍ଘଟଣା କୁ ଏଡାଇ ଦିଆଯାଇନପାରେ । ଗତ ଏକ ବର୍ଷ ମଧ୍ୟରେ ଅନେକ ଥର ବ୍ରୀଜରେ ଅନେକ ଛୋଟ ଛୋଟ ଦୁର୍ଘଟଣା ହୋଇଛି । କିନ୍ତୁ ଏସବୁ ଜଣିଲା ପରେ ମଧ୍ୟ ଜାତୀୟ ରାଜପଥ ବିଭାଗ ପକ୍ଷରୁ ସମାଧାନ କରାଯାଉନାହି । ସୁଚନା ଥାଉକି ଜିଭିଆର ନାମକ ଏକ କମ୍ପାନୀ ଗତ ୨୦୧୪ ମସିହାରୁ ଏହି ରାସ୍ତାକାମ ନେଇ ଅନେକ ସ୍ଥାନରେ ଖାଳ ଖମାର କରି ଛାଡି ଦେଇଛି । ଏହି ବ୍ରିଜ କୁ ମଧ୍ୟ ଏକ ସାଇଟ ଖୋଲି ଦେଇ ଏକ ବର୍ଷ ହେଲା ଛାଡିଦେଇଛି । ବର୍ତମାନ ଏହି କମ୍ପାନୀ କଳା ତାଳିକା ଭୁକ୍ତ ହୋଇଥିବା ବେଲେ ବର୍ତମାନ ବଲାଙ୍ଗୀର ଜିଲା ଭାଲୁମୁଣ୍ଡା ଠାରୁ ଖଡିଆଳ ଭାୟା ଦେଇ କୁରୁମପୁରୀ ପର୍ଯ୍ୟନ୍ତ ୬୮ କିଲୋମିଟର ରାସ୍ତା ଅନେକ ସ୍ଥାନରେ ରାସ୍ତା ଶୋଚନୀୟ ହୋଇପଡିଛି । ବ୍ରିଜ ରେ କୈାଣସି ଅଘଟଣ ନହେବା ପୁର୍ବରୁ ବ୍ରୀଜ କାମ କରିବା ପାଇଁ ସାଧାରଣରେ ଦାବୀ ହେଉଛି । ଜିଭିଆର କମ୍ପାନୀ କଲା ତାଲିକା ଭୁକ୍ତ ହେଲାପରେ ଏବେ ଲିକନ ନାମକ କମ୍ପାନୀ ଟେଣ୍ଡର ପାଇ କାମ ଆରମ୍ବ କରିଛି । ଅସୁରକ୍ଷିତ ଅବସ୍ଥାରେ ଛାଡିଦେଇଥିବା ଏହି ବ୍ରିଜ ର କାମ ଆଗତୁରା କରିଦେବା ପାଇଁ ଜନସାଧାରଣ ରେ ଦାବୀ ହୋଇଛି । ଅନ୍ୟଥା କୈାଣସି ଅଘଟଣ ହେଲେ ଜାତୀୟ ରାଜପଥ ବିଭାଗ ଦାୟୀ ରହିବେ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top