୧ନଂ ୱାର୍ଡ ର କର୍ପୋରେଟର ଚିତ ରଞ୍ଜନ ଦାସ ବିଜେପି ରେ ସାମିଲ

କଟକ ୨୮-୦୨ (ଓଡ଼ିଆ ପୁଅ) ରିଖ ଦିନ ୧ ନଂ ୱାର୍ଡ ର କର୍ପୋରେଟର ଚିତ ରଞ୍ଜନ ଦାସ ଏବଂ ତାଙ୍କର କର୍ମୀଙ୍କ ସହ ଆସି ସିଡିଏ ସ୍ଥିତ ବିଜେପି କାର୍ଯ୍ୟଳାୟ ରେ ପହଂଚି ବିଜେପି କଟକ ନଗର ଜିଲ୍ଲ।ସଭାପତି ଲକ୍ଷ୍ମୀଧର ପ୍ରଧାନ ଙ୍କ ଉପସ୍ଥିତ ରେ ଆନୁଷ୍ଠାନିକ ଭାବେ ବିଜେପି ରେ ସାମିଲ ହୋଇଛନ୍ତି। ସଭାପତି ତାଙ୍କୁ ପୁଷ୍ପଗୁଚ୍ଚ ଉତରୀୟ ପ୍ରଦାନ କରିବା ସହ ବିଜେପି ଟେପି ପିନ୍ଦାଇ ବୈଠକ ରେ ସ୍ୱାଗତ କରିଥିଲେ। ବିଜେପି ଏବେ ସାରା ଭାରତ ବର୍ଷ ରେ ବୃହତମ ପାର୍ଟି ଅଟେ, ପ୍ରାଧାନ ମନ୍ତ୍ରୀ ଙ୍କ ନୀତି ଆଦର୍ଶ ଏବଂ କେନ୍ଦ୍ରୀୟ ପେଟ୍ରୋଲିୟମ୍ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ନୀତି ଆଦର୍ଶ ରେ ଅନୁପ୍ରଣିତ ହୋଇ ବିଜେପି ରେ ସାମିଲ ହୋଇଥିବା ନେଇ ବୈଠକ ରେ କର୍ପୋରେଟର ଚିତ ରଞ୍ଜନ ଦାସ ପ୍ରକାଶ କରିଥିଲେ। ଶ୍ରୀଯୁକ୍ତ ଚିତ ରଞ୍ଜନ ଦାସ ଜଣେ ଦକ୍ଷ ସଂଗଠକ ସ୍ୱାଧିନ ଭାବେ ଲଢି ଏବଂ ଜିତି ଉତମ କାର୍ଯ୍ୟ କରି ୧ନଂ ୱାର୍ଡ କୁ ଏକ ନମ୍ବର କରିପାରିଛନ୍ତି ତାଙ୍କର ଲୋକାମୁଭୁମୀ କାର୍ଯ୍ୟ ପାଇଁ କଟକ ସହର ର ଜଣେ ଜନପ୍ରିୟ ରାଜନେତା ତଥା ସମାଜ ସେବୀ ହୋଇ ପାରିଛନ୍ତି ତାଙ୍କର ବିଜେପି ରେ ସାମିଲ ହେବା ଦ୍ୱାରା ବିଜେପି ସାଂଗଠନିକ ଆହୁରି ମଜଭୂତ ହେବା ସହ ଆଗମୀ ଦିନ ରେ ହେବାକୁ ଥିବା ମହାନଗର ନିଗମ ନିର୍ବାଚନ ରେ ବିଜେପି ଏକ ନମ୍ବର ସ୍ଥାନ ଅଧିକାର କରିବ ବୋଲି ବୈ÷ଠକ ରେ ଜିଲ୍ଲା ସଭାପତି ଲକ୍ଷ୍ମୀଧର ପ୍ରଧାନ ଦୃଢଉକ୍ତି ରେ ପ୍ରକାଶ କରିଥିଲେ ଆଜି ର ଏହି ମିଶ୍ରଣ ପର୍ବ ରେ ଜିଲ୍ଲା ସାଧାରଣ ସମ୍ପାଦକ ଦୟାନିଧି ଲେଙ୍କା, ରାଜ୍ୟକାର୍ଯ୍ୟ କାରଣୀ ସଦସ୍ୟ ଗୀତା ରାଣୀ ଦାସ, ବାଇମୁଣ୍ଡୀ ମଣ୍ଡଳ ସଭାପତି ତତ୍ୱଦର୍ଶୀ ନାୟକ, ରଞ୍ଜନ ବେହେରା, ଶାରଦା ପ୍ରସନ୍ନ ଶତପଥି, ସୁବ୍ରତ ନାୟକ, ସୋମନାଥ ସେନାପତି ପ୍ରମୁଖ ଉପସ୍ଥତ ଥିଲେ। ଏଥି ନେଇ ଚିତ ରଞ୍ଜନ ଦାସ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜୂ ସଭାପତି ବସନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ ସମୀର ଦେ, ଜିଲ୍ଲା ସଭାପତି ଲକ୍ଷ୍ମୀଧର ପ୍ରଧାନ ଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ବୋଲି ପ୍ରେସ ଇସ୍ତାହାର ରେ ବିଜେପି ଗଣମାଧ୍ୟମ ସଂଯୋଜକ ଅବିନାଶ ଗୁରୁ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *