ଗଜପତି

ୟୁସିବି ବ୍ୟାଙ୍କର ନୂତନ ଶାଖା ଉଦ୍ଘାଟିତ

ପାରଳାଖେମୁଣ୍ଡି, ୨୧ା୧(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ନଟରାଜ ସିନେମାହଲ ନିକଟରେ ୟୁସିବ ବ୍ୟାଙ୍କର ନୁତନ ଶାଖା ଉଦ୍ଘାଟିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସନତ ମହାନ୍ତି ଯୋଗ ଦେଇ ବ୍ୟାଙ୍କର ଶୁଭ ଉଦ୍ଘାଟନ କରିଥିଲେ। ସାରା ରାଜ୍ୟରେ ଏହା ବ୍ୟାଙ୍କର ୩୬ତମ ଶାଖା ହୋଇଥିବା ବେଳେ ଗଜପତି ଜିଲାରେ ଏହା ପ୍ରଥମ ଶାଖା ଅଟେ। ଏପରି ଏକ ବ୍ୟାଙ୍କର ଉଦ୍ଘାଟନ ହେବା ଦ୍ୱାରା ଜିଲାରେ କୃଷି, ସ୍ୱାସ୍ଥ୍ୟ ତଥା ଶିକ୍ଷା ଦିଗରେ ଅଭିବୃଦ୍ଧି ପାଇଁ ଏହା ସହାୟକ ହେବ ବୋଲି ମୁଖ୍ୟ ଅତିଥି କହିଥିଲେ। ସେହିପରି ଆଧୁନିକ ଏଟିଏମ ସୁବିଧା ମଧ୍ୟ ଗ୍ରାହକମାନଙ୍କ ପାଇଁ ଯୋଗାଇ ଦିଆଯାଇଛି ଯେଉଁଥିରେ କି ଏଟିଏମ କାର୍ଡର ଆବଶ୍ୟକତା ରହିବ ନାହିଁ, ଗ୍ରାହକମାନେ ନିଜ ଟିପ ଚିହ୍ନ ବ୍ୟବହାର କରି ଏଟିଏମର ସମସ୍ତ ସୁବିଧା ପାଇପାରିବେ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବ୍ୟାଙ୍କର ସାରା ଭାରତ ବର୍ଷରେ ୩୧୦ଟି ଶାଖା କାର୍ଯ୍ୟାଳୟ ରହିଥିବା ବେଳେ ଏହି ସମସ୍ତ କାର୍ଯ୍ୟାଳୟରେ ବ୍ୟାଙ୍କ ସଫଳତାର ସହ ଗ୍ରାହକମାନଙ୍କୁ ସେବା ଯୋଗାଉଛି ବୋଲି କୁହାଯାଇଛି। ଏହି ବ୍ୟାଙ୍କରେ ସଞ୍ଚୟ ଖାତା ବ୍ୟତିତ ସମସ୍ତ ପ୍ରକାର ବ୍ୟବସାୟିକ କ୍ଷେତ୍ରପାଇଁ ଋଣ, ଘରୋଇ ଋଣ, କୃଷି ଋଣ ଇତ୍ୟାଦି ବିଭିନ୍ନ ଆନୁସଙ୍ଗିକ ସେବା ଯୋଗାଇଦେବାକୁ ବ୍ୟବସ୍ଥା ରହିଛି। ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କର ପୁର୍ବାଞ୍ଚଳ ମୁଖ୍ୟ ଦୁର୍ଗା ପ୍ରସାଦ ରଥ, କ୍ଲଷ୍ଟର ହେଡ ସନ୍ଦିପ ମହାପାତ୍ର, ପାରଳାଖେମୁଣ୍ଡି ଶାଖା ପରିଚାଳକ ନିଖିଳ ପଟ୍ଟନାୟକ ପ୍ରମୁଖଙ୍କ ସହ ବ୍ୟାଙ୍କର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top