ୟୁନିକ ଅନୁଶିକ୍ଷଣ କେନ୍ଦ୍ରରେ ପାଳିତ ହେଲା ଶିଶୁଦିବସ

ନୟାଗଡ଼. (ଓଡ଼ିଆ ପୁଅ/ ଜୟେନ୍ଦ୍ର ବେହେରା) ଆଜି ସାରାଦେଶ ପାଳୁଛି ଶିଶୁ ଦିବସ । ଦେଶର କୋଣଅନୁକୋଣରେ , ପଲ୍ଲୀ ଠୁ ଦିଲ୍ଲୀ ସବୁଠି ଶିଶୁଦିବସକୁ ଆନନ୍ଦର ସହ ପାଳନ କରାଯାଉଛି । ଶିଶୁଙ୍କ ଅଧିକାର, ଦାୟିତ୍ୱ ଓ ଶିକ୍ଷା ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ସାର ଦେଶ ପାଳୁଛି ଏହି ମହାନ ଦିବସ । ଦେଶର ପ୍ରତ୍ୟେକ ବିଦ୍ୟାଳୟରେ ଏହି ମହାନ ଦିବସ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ମହାନ ନେତା,ଜନନାୟକ, ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ ତଥା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଉଦ୍ଦେଶ୍ୟରେ ନୟାଗଡ଼ ଜିଲ୍ଲା ରଣପୁର ଶିକ୍ଷାବ୍ଳକ ଅନ୍ତର୍ଗତ ରାଜସୁନାଖଳା ୟୁନିକ ଅନୁଶିକ୍ଷଣ କେନ୍ଦ୍ରରେ ଅର୍ଥଶାସ୍ତ୍ର ବିଭାଗର ଅଧ୍ୟାପକ ତଥା ୟୁନିକ ଅନୁଶିକ୍ଷଣ କେନ୍ଦ୍ରର ମୁଖ୍ୟ ଜିତେନ୍ଦ୍ର କୁମାର ବସ୍ତିଙ୍କ ତତ୍ୱାବଧାନରେ ଓଡ଼ିଆ ବିଭାଗର ଅଧ୍ୟାପକ ରବୀନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ୱରେ ମହାସମାରୋହରେ ପାଳତ ହୋଇଯାଇଛିି ଶିଶୁଦିବସ ।

ଆଜିର ଶିଶୁ ଆସନ୍ତାକାଲିର ନାଗରିକ । ଦେଶ ନିର୍ମାଣରେ ଶିଶୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି । ଏହି କଥାକୁ ମର୍ମେ ମର୍ମେ ହୃଦୟଙ୍ଗମ କରିଥିଲେ ନେହେରୁ । ଛୋଟ ପିଲାଙ୍କୁ ଆଦରକରୁଥିବା, ସ୍ନେହ କରୁଥିବା ମହାନ ବ୍ୟକ୍ତି ହେଉଛନ୍ତି ଚାଚା ନେହେରୁ । ଫୁଲ ଭଳି ଛୋଟ ପିଲାଙ୍କ ସ୍ନେହ କରୁଥିଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରୁ । ପ୍ରତି ମୁହୁ ର୍ତ୍ତରେ ତାଙ୍କ କଥା ଚିନ୍ତା କରୁଥିଲେ । ଦେଶର ଗୌରବ , ଦେଶ ନିର୍ମାଣରେ ତାଙ୍କ ଭୂମିକା ଓ ଅଙ୍ଗୀକାରବଦ୍ଧତାକୁ ବୁଝିଥିଲେ ସିଏ |
ସେ ସୁନ୍ଦର, ନିଷ୍କପଟ, ସରଳ ଓ ନିଷ୍ପାପ । ଶିଶୁ ହେଉଛି ଇଶ୍ୱରଙ୍କ ପ୍ରତିରୂପ । ଜାତିସଂଘର ପୂର୍ବତନ ମହାସଚିବ କୋଫିଆନନ କହିଥିଲେ ଦେଶର ଅଗ୍ରଗତି ବିଷୟରେ ଜାଣିବା ପାଇଁ କୌଣସି ବିଶେଷ , ଅତ୍ୟାଧୁନିକ ଯନ୍ତ୍ରପାତିର ଆବଶ୍ୟକତା ନାହିଁ । ଶିଶୁର ଶାରିରୀକ ଓ ମାନସିକ ବିକାଶ ଦେଉଛି ଦେଶ ବିକାଶର ପ୍ରକୃତ ମାପକାଠି । କିନ୍ତୁ ଆଜି ଆମ ଦେଶରେ ପ୍ରତିବର୍ଷ ଅନେକ ପିଲା ଖାଦ୍ୟଅଭାବରୁ ଭିନ୍ନ ରାସ୍ତାରେ ପାଦ ଦେଉଛନ୍ତି । ସେମାନଙ୍କ ଭିତରୁ ଅନେକ ବୈଜ୍ଞାନିକ, ଡାକ୍ତର , ଦାର୍ଶନିକ ହୋଇନଥାନ୍ତେ ବୋଲି କିଏ କହିଥାନ୍ତା ?

ଶିଶୁଙ୍କ ଭରସାରେ ଦେଶ । ଏକଥାକୁ ଏଡାଇ ଦିଆଯାଇନପାରେ । ଆଜି ପ୍ରକୃତରେ ଭଲ ମଣିଷର ଘୋର ଅଭାବ ରହିଛି । ସବୁଠି ଖୋଜା ଚାଲିଛି ଭଲ ମଣିଷ । ତେବେ ସବୁଠି ପରିବେଶ ବଦଳି ଯାଇଛି । ବିଦ୍ୟାଳୟର ଶୈକ୍ଷିକ ପରିବେଶ ଆଉ ନାହିଁ । ବିଦ୍ୟାଳୟ ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠିୁ ମଣିଷ ତିଆରି କାରଖାନା ବଦଳରେ ମନି ମେକିଂ କାରଖାନାରେ ପରିଣତ ହୋଇଛି । ଏଠି ଆଜି ଶିଶୁ ବିଭିନ୍ନ ଉପାୟରେ ପେଷି ହୋଇଯାଉଛି । ତେବେ ଶିଶୁଙ୍କ କଅଁଳ କାନ୍ଧ ଉପରେ ଭରସା କରୁଛି ଏ ଦେଶ , ଜାତି ତଥା ଜନ୍ମଭୂମି । ତାଙ୍କର ଅବଦାନ ସବୁଦିନ ପାଇଁ ଇତିହାସରେ ଲିପିବଦ୍ଧ ହୋଇ ରହିବ ବୋଲି ୟୁନିକ ଅନୁଶିକ୍ଷଣ କେନ୍ଦ୍ରର ଛାତ୍ରଛାତ୍ରୀ ଓ ସମସ୍ତ ଅଧ୍ୟାପକ .ଅଧ୍ୟାପିକା ମତବ୍ୟକ୍ତ କରିଛନ୍ତି

Leave a Reply

Your email address will not be published. Required fields are marked *