ad
ଆନ୍ତର୍ଜାତୀୟ

ୟୁଏଇରେ ଓଡ଼ିଶା କପ୍ କ୍ରିକେଟ : କଳିଙ୍ଗବୀର ଟିମ ଚମ୍ପିଆନ ଓ ଓଡ଼ିଶା ବ୍ଲଷ୍ଟର୍ସ ଏକାଦଶ ରନର୍ସ ଅପ

ସମ୍ବଲପୁର, ୧୯/୧୨ (ଓଡ଼ିଆ ପୁଅ) – ୟୁନାଇଟେଡ଼ ଆରବ ଏମିରେଟସ୍ – ୟୁଏଇର ଅଜମାନ୍ ଓଭାଲ ଠାରେ ଆୟୋଜିତ ପ୍ରବାସୀ ଓଡ଼ିଆ ମାନଙ୍କ ସର୍ବବୃହତ କ୍ରିକେଟ ପ୍ରତିଯୋଗିତା-ଷଷ୍ଠ ଓଡ଼ିଶା କପ୍ କ୍ରିକେଟ ଉଦ୍ ଯାପିତ ହୋଇଯାଇଛି। ଫାଇନାଲରେ କଳିଙ୍ଗ ବୀର ଏକାଦଶ ଓଡ଼ିଶା ବ୍ଲାଷ୍ଟର୍ସ ଦଳକୁ ହରାଇ ଚମ୍ପିଆନ୍ ହୋଇଛନ୍ତି। କଳିଙ୍ଗ ବୀର ଏକାଦଶ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୧୫୭ ରନ ସଂଗ୍ରହ କରିଥିଲେ। ହେଲେ ଓଡ଼ିଶା ବ୍ଲାଷ୍ଟର୍ସ ଦଳ ବୃହତ ରନ ହାରର ଚାପର ବଶବିର୍ତ୍ତୀ ହୋଇ ୭୫ ରନ ସଂଗ୍ରହ କରି ଅଲଆଉଟ ହୋଇଯାଇଥିଲେ। ଆଇପିଏଲ ଢ଼ାଞ୍ଚାରେ ଫାଇନାଲ ମ୍ୟାଚକୁ ବହୁସଂଖ୍ୟକ ପ୍ରବାସୀ ପରିବାର ଉପଭୋଗ କରିଥିବା ବେଳେ ନୃତ୍ୟ ଓ ସଂଗୀତର ମଧ୍ୟ ଆୟୋଜନ କରାଯାଇଥିଲା। ଶିଶୁ କଳାକାର ମାନେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ “ବନ୍ଦେ ଉତ୍କଳ ଜନନୀ’ ପରିବେଷଣ କରିଥିଲେ। ଏହି ଅବସରରେ ଚମ୍ପିଆନ ଓ ରନର୍ସଅପ ଦଳ ଓ କୃତୀ ଖେଳାଲିମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା।

ଇଥିଓପିଆରୁ ଆସିଥିବା ପ୍ରବାସୀ ନାଗରିକ ନିଲିପ୍ତ ମହାନ୍ତି ପ୍ରତିଯୋଗିତା ଆୟୋଜନର ଇତିବୃତ୍ତି ବାବଦରେ ସୂଚନା ଦେଇଥିଲେ। ତୁରାୟା କମ୍ୟୁନିକେସନର ବରିଷ୍ଠ ଆର୍ଥିକ ସମୀକ୍ଷକ ତଥା ଆୟୋଜନ କମିଟୀର ଅନ୍ୟତମ ଉଦ୍ୟୋକ୍ତା ରଜତ ରଥ ପ୍ରବାସୀ ଓଡ଼ିଆମାନଙ୍କୁ ଗୋଟିଏ ସ୍ଥାନରେ ସମବେତ ହୋଇ ଭାବବିନିମୟ କରିବାକୁ ଏହି ପ୍ରତିଯୋଗିତା ସୁଯୋଗ ଦେଇଛି ବୋଲି କହିଥିଲେ। ଆୟୋଜକ ଉପଦେଷ୍ଟା ତଥା ୱିପ୍ରୋ ମଧ୍ୟ ପ୍ରାଚ୍ୟର ସାଧାରଣ ପ୍ରବନ୍ଧକ ପ୍ରିୟଦର୍ଶୀ ପଣିଗ୍ରାହୀ ଆୟୋଜକ ମାନଙ୍କ କଠିଣ ପରିଶ୍ରମ ଓ ନିଷ୍ଠା ଯୋଗୁଁ ଏହୀିଭଳି ପ୍ରତିଯୋଗିତା ସଫଳତାର ସହ ଆୟୋଜିତ ହୋଇଛି ବେଲି ମତ ବ୍ୟକ୍ତ କରିବା ସହ ବିଭିନ୍ନ କ୍ଷେତ୍ରରେ ଏହିପରି ପ୍ରୟାସ ପାଇଁ ଗୁରୁତ୍ୱାରୋପ କରିଥିଲେ। ଓଡ଼ିଶାରେ ଆୟୋଜିତ ବିଶ୍ୱକପ୍ ହକିର ସଫଳତା ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇଥିବାରୁ ସେ ଖୁସି ଜାାହିର କରିଥିଲେ। ୟୁଏବିର ପ୍ରବନ୍ଧକ ସୁଶାନ୍ତ ଜେନା ଏହିଭଳି ଚମ୍ପିଆନସିପ ଆୟୋଜନ କରିବା କଷ୍ଟସାଧ୍ୟ ହୋଇଥିଲେ ମଧ୍ୟ ସଫଳତା ସନ୍ତୋଷଜନକ ବୋଲି କହିଥିଲେ। ଅନ୍ୟତମ ଉଦ୍ୟୋକ୍ତା ସୁଜିତ ସାମଲ ଆଗକୁ ଏହି ପ୍ରତିଯୋଗତାକୁ ଆହୁରି ସମ୍ପ୍ରସାରିତ କରାଯିବ ବୋଲି ମତ ଦେଇଛନ୍ତି। ପ୍ରତିଯୋଗିତାରେ ଏଥର ସର୍ବାଧିକ ୧୦ଟି ଦଳ ଭାଗ ନେଇଥିଲେ। ରଣଜୀ ଟ୍ରଫିର ଭାଷ୍ୟକାର ସଦାବ ଆଫି୍ରଦି ଧାରା ବିବରଣୀ ପ୍ରଦାନ କରିଥିଲେ। ଆଗାମୀ ବର୍ଷମାନଙ୍କରେ ଏହି ଚମ୍ପିଆନସିପର କଳେବର ବୃଦ୍ଧି ପାଇଁ ଉଦ୍ୟୋକ୍ତା ମାନେ ଘୋଷଣା କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top