ଓଡ଼ିଶା

ୟଦୁରୁପ୍ପାଙ୍କୁ ଅଭିନନ୍ଦନ ଜଣାଇଲେ ଧର୍ମେନ୍ଦ୍ର

ଭୁବନେଶ୍ୱର ୧୭ ମଇ (ଓଡ଼ିଆ ପୁଅ): କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଭାବେ ବିଜେପି ନେତା ବି.ଏସ୍ ୟଦୁରୁପ୍ପା ଶପଥ ଗ୍ରହଣ କରିବା ପରେ ତାଙ୍କୁ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କର୍ଣ୍ଣାଟକ ଜନତାଙ୍କର ଆଶା ଓ ଭରଷାର ପ୍ରତିନିଧି ଭାବରେ କର୍ଣ୍ଣାଟକରେ ବିଜେପି କାମ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଯୋଜନା ଆଧାରରେ କର୍ଣ୍ଣାଟକରେ ବିକାଶର ନୂଆ ଯୁଗ ଆସିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ପ୍ରଧାନ କର୍ଣ୍ଣାଟକ ନିର୍ବାଚନ ପରେ ବିଜେପିର ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ଦାୟିତ୍ୱ ତୁଲାଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top