କେନ୍ଦୁଝର

ଢ଼େଙ୍କା ବଜାରରୁ ଜବରଦଖଲ ଉଚ୍ଛେଦ 

  1. ହାଟଡ଼ିହି, ୨୦ । ୯ : କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲ ଅଧିନସ୍ଥ ଢ଼େଙ୍କା ବଜାରରେ ଥିବା ଏକ ବିବାଦୀୟ ସରକାରୀ ଜମିରୁ ଜବରଦଖଲ ଥିବା ଦୋକାନ ଗୁଡିକୁ ତହସିଲ ପ୍ରଶାସନ ପକ୍ଷରୁ ଭଙ୍ଗା ଯାଇଛି । ଗ୍ରାମର ଜଣେ ବ୍ୟକ୍ତି ତାଙ୍କର ପଛପାଖ ଘରକୁ ଯାତାୟତ ପାଇଁ ଉତ୍ତରପଟୁ ରାସ୍ତା ଦେବାପାଇଁ ପ୍ରଶାସନ ପାଖରେ ଗୁହାରୀ କରିଥିଲେ । ମାତ୍ର ତହସିଲ ପକ୍ଷରୁ ଜମିମାପଜୁପ ହେବାପରେ ଉକ୍ତ ବ୍ୟକ୍ତିଙ୍କ ଜମି ସମ୍ମୁଖରେ ଥିବା ସରକାରୀ ଜମିରେ ଅନେକ ଦୋକାନ ଘର ନିର୍ମାଣ କରାଯାଇ ଜବରଦଖଲ କରାଯାଇଥିବା ଜଣାଯାଇଥିଲା । ସଢ଼ା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଜବରଦଖଲ ମାମଲା ରୁଜୁକରାଯାଇ ଉଚ୍ଛେଦ ପାଇଁ ନୋଟିସ କରାଯାଇଥିଲା ବେଳେ ଜବରଦଖଲରେ ଥିବା ଗୌରାଙ୍ଗ ସେଠୀ, ସନାତନ ସେଠୀ, ଦାଶରଥୀ ନାୟକ, ପଦ୍ମନାଭ ସାହୁ, ତୃପ୍ତିକାନ୍ତ ମିଶ୍ର ପ୍ରମୁଖ ଆଇନିର ଆଶ୍ରୟ ନେଇଥିଲେ । ଡବ୍ଲୁ.ପି.ସି କେସନଂ ୨୫୧୬୪/ ୨୦୧୭ ଅନୁସାରେ ମାନ୍ୟବର ହାଇକାର୍ଟ ତୁରନ୍ତ ଜବରଦଖଲ ଉଚ୍ଛେଦ କରିବାକୁ ତହସିଲଦାରଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଆଜି ହାଟଡିହି ତହସିଲଦାର ଗାୟତ୍ରୀ ସୋରେନ, ରାଜସ୍ୱ ସୁପରଭାଇଜର ପିତାମ୍ବର ଜେନା, ସଢ଼ା ରାଜସ୍ୱ ନିରୀକ୍ଷକ ସନ୍ତୋଷ ନାୟକ, ଅଫିସ କର୍ମଚାରୀ ଶ୍ରୀକାନ୍ତ ଜେନା, ଅଭିମନୁ୍ୟ ଭୁୟାଁ, ଅମିନ ଦୁର୍ଯେ୍ୟାଧନ ପାତ୍ର, ନନ୍ଦିପଦା ଥାନା ଆଇ. ଆଇ.ସି ଦିବ୍ୟକାନ୍ତୀ ଲାକ୍ରା, ସୋସୋ ଥାନା ଏସ.ଆଇ ଦିନଦୟାଲ ମୋଦି, କିର୍ତ୍ତନ ବିହାରୀ ମହାନ୍ତ, ମୁନିନ୍ଦ୍ର ପ୍ରଧାନ ପ୍ରମୁଖ ପୁଲିସ ଫୋର୍ସ ସହ ଉପସ୍ଥିତ ହୋଇ ଜେସିପି ମେସିନି ଯୋଗେ କୋଠାଘର ଗୁଡିକୁ ଭାଙ୍ଗି ଜବରଦଖଲ ହଟାଇଛନ୍ତି ।
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top