ଜିଲ୍ଲା ପରିକ୍ରମା

ଡ଼ ରାଧାନାଥ ରଥଙ୍କ ଶ୍ରାଦ୍ଧଉତ୍ସବ ଓ ଶ୍ରଦ୍ଧାଂଜଳି ସଭା

ରାଉରକେଲା୪-୨ (ଓଡ଼ିଆ ପୁଅ/ଶିବରାମ ପାତ୍ର) ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ, ଜନନାୟକ, ପ୍ରକ୍ଷାତ ସମାଜସେବୀ, ଉତ୍କଳରତ୍ନ ପଦ୍ମଭୂଷଣ ଡଃ. ରାଧାନାଥ ରଥଙ୍କର ବିଂଶତମ ଶ୍ରାଦ୍ଧଉତ୍ସବ ଓ ଶ୍ରଦ୍ଧାଂଜଳି ସଭା ସ୍ଥାନୀୟ ଗୋପବନ୍ଧୁ ନଗରଠାରେ ପାଳିତ ହୋଇଯାଇଛି। ଏହି ଶ୍ରଦ୍ଧାଂଜଳି ସଭାରେ ଅନୁଷ୍ଠାନର ସଂପାଦକ ତଥା ସମାଜ ସେବୀ ଅରୁଣ କୁମାର ପରିଡା ଅଧ୍ୟକ୍ଷତା କରି ଡଃ. ରାଧାନାଥ ରଥଙ୍କୁ କିମ୍ବଦନ୍ତୀ ପୁରୁଷଭାବେ ବର୍ଣ୍ଣନା କରି କହିଲେ ଆଧୁନିକ ଓଡିଶାର ନିର୍ମାତା ତଥା ଭାରତୀୟ ଗଣମାଧ୍ୟମରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିବାରେ ସଫଳ ହୋଇଥିଲେ ବାବୁଜୀ। ଓଡିଶାର ଜନସାଧାରଣଙ୍କୁ ଅନ୍ତରରୁ ସେ ଭଲପାଉଥିଲେ। ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ମନ୍ତ୍ରୀ ମଣ୍ଡଳରେ ଶିକ୍ଷା, ଅର୍ଥ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହି ସୂଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରି ଓଡିଶାକୁ ଆର୍ଥôକ କ୍ଷେତ୍ରରେ ଓ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିଥିଲେ। ରାଉରକେଲା ଇସ୍ପାତ କାରଖାନା ପ୍ରତିଷ୍ଠାରେ ତାଙ୍କର ଭୁମିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଭଳି ମହାପୁରୁଷଙ୍କର ଇସ୍ପାତ ନଗରୀ ରାଉରକେଲାରେ ଏକ ପୂର୍ଣ୍ଣାଙ୍କ ପ୍ରତିମୂର୍ତି ସ୍ଥାପନ କରିବା ପାଇଁ ସେ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ସମାଜ ସେବୀକା ଡା. ବିଷ୍ଣୁପ୍ରିୟା ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଡଃ. ରଥଙ୍କର କର୍ମମୟ ଜୀବନ, ସ୍ୱାଧିନତା ସଂଗ୍ରାମ, ସମାଜ ସେବା, ସର୍ବପରି ନବଓଡିଶା ଗଠନରେ ତାଙ୍କର ଭୂମିକା ସଂପର୍କରେ ଆଲୋଚନା କରି କହିଲେ, ପଦ୍ମଭୂଷଣ ଡଃ. ରଥ ଭାରତୀୟ ଗଣମାଧ୍ୟମର ଭୀଷ୍ମ ପିତାମହ ଥିଲେ। ଏଭଳି ସର୍ବସଂପର୍ଣ୍ଣା ନିର୍ଭିକ ସାମ୍ବାଦିକଙ୍କ ଆଜି ଦିନରେ ପାଇବା ବିରଳ। ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆଜିର ଯୁବପିଢୀ ଓ ଛାତ୍ର ସମାଜକୁ ସେ ଆହ୍ୱାନ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଗଣକବି ବୈଷ୍ଣବ ପାଣି, ସାଂସ୍କୃତିକ ସଂସଦର ଉପସଭାପତି କୃଷ୍ଣଚନ୍ଦ୍ର ସାହୁ, ଶିକ୍ଷାବିତ୍ ଚିତରଂଜନ ନନ୍ଦ, ମହାନଗର ବିକାଶ ପରିଷଦର ସାଧାରଣ ସଂପାଦକ ଦେବେନ୍ଦ୍ର କୁମାର ସାହୁ, ରାଉରକେଲା ପୂଜ୍ୟ ପୂଜା ପରିଷଦର ସଂପାଦକ ସନାତନ ସାହୁ, ପ୍ରମୁଖ ପଦ୍ମଭୂଷଣ ଡଃ. ରଥ ଏକାଧାରରେ ଜଣେ ରାଜନୈତିଜ୍ଞ, ସତାଦ୍ଧିପୁରୁଷ, ସୁଦକ୍ଷ ସାମ୍ବାଦିକ, କର୍ମଯୋଗୀ, ଅର୍ଥଶାସ୍ତ୍ର ବିସାରଦ ସର୍ବପରି ଜଣେ ଦରଦୀ ମଣିଷ ଭାବେ ସେ ପରିଚିତ। ଗୋପବନ୍ଧୁଙ୍କର ସେ ହେଉଛନ୍ତି ପ୍ରକୃତ ଦାୟଦ, ତାଙ୍କ ଜୀବଦଶା ସମୟରେ ବଢି, ମରୁଡି, ଘରପୋଡି ଓ ଜାତୀୟ ବିପତି ସମୟରେ ଓଡିଶାର କୋଣ ଅନୁକୋଣରେ ସାହାର୍ଯ୍ୟ ସହଯୋଗ କରି ସଭିଙ୍କ ଦୃଷ୍ଠିରେ ଦ୍ୱିତୀୟ ଗୋପବନ୍ଧୁର ଆଖ୍ୟା ପାଇଥିଲେ। ତାଙ୍କ ନାମରେ ଏକ ସମ୍ବାଦିକ ବିଶ୍ୱବିଦ୍ୟାଳୟ ଓଡିଶାରେ ପ୍ରତିଷ୍ଠା କରିବାକୁ ବକ୍ତମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟର ପରିଚାଳନା କମିଟିର ସଦସ୍ୟ ଅନ୍ତର୍ଯ୍ୟାମି ବେହୁରିଆ, କେଶବ ଚନ୍ଦ୍ର ସାହୁ, ସଚଳା ପଣ୍ଡା, ମୋହିନୀ ନାୟକ, ବାମନ ଚରଣ ପ୍ରଧାନ, ଶାନ୍ତିଲତା ପରିଡା, ରଚିତା ପୃଷ୍ଟି, ମମତା ନାୟକ, ରୀନା ବିନ୍ଧାଣୀ, ରିଲନ୍ ଲୁଗୁନ, ଜିଲାନୀ ବାର୍ଜୋ, ବିର୍ସି ଓରାମ, ସୌଦାମିନୀ ମହାନ୍ତି, ବାସନ୍ତି ମାରାଣ୍ଡି, ମମତା ଗୌଡ, ସୁଭଦ୍ରା ରାଉତ, ଡେଲ୍ଲ ମାଝି, ଡୁମୁଣି ସୋଏ, ଅଙ୍କିତା ରାଉତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ପଦ୍ମଭୂଷଣ ଡଃ. ରାଧାନାଥ ରଥଙ୍କ ପ୍ରତି ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ପ୍ରାରମ୍ଭରେ ବାବୁଜୀଙ୍କ ତୈଳଚିତ୍ରରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମର ସଫଳ କାମନା କରି ସମାଜର ପ୍ରାକ୍ତନ ସଂପାଦକ ବିଶିଷ୍ଟ ସାହିତ୍ୟିକା ପ୍ରଫେସର ମନୋରମା ମହାପାତ୍ର ଏକ ବାର୍ତ୍ତା ପଠାଇଥିଲେ। ଅନୁଷ୍ଠାନର ସଭାପତି ବର୍ଷିଆନ ସଂବାଦିକ ଦେବେନ୍ଦ୍ର ନାରାୟଣ ପତି ଅସୁସ୍ଥତା ସତ୍ୱେ ଏକ ସୁଭକାମନା ବାର୍ତ୍ତା ପଠାଇଥିଲେ। ବାର୍ତ୍ତାଦ୍ୱୟକୁ ଶ୍ରଦ୍ଧଂଜଳି ସଭାରେ ପାଠକରାଯାଇଥିଲା। ସଭା ଆରମ୍ଭରେ ମଧୁସ୍ମିତା ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ନରହରି ଦାସ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top