ଓଡ଼ିଶା

ଡ଼. ପ୍ରତିଭା ରାୟଙ୍କୁ ଅଭିନନ୍ଦନ

ତିର୍ତ୍ତୋଲ୧୨/୧୦ (ଓଡ଼ିଆ ପୁଅ/ଟୁକନ ସେଠୀ) – ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପଦ୍ମଶ୍ରୀ ଡ଼. ପ୍ରତିଭା ରାୟଙ୍କୁ ଜ୍ଞାନପୀଠ ପୁରସ୍ମାର ମନୋୟନ କମିଟି ଅଧ୍ୟକ୍ଷାଭାବେ କେନ୍ଦ୍ର ସରକାର ମନୋନୟନ କରି ସାହିତ୍ୟ କ୍ଷେତ୍ରରେ ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ପଦର୍ଶନ କରିଥିବାରୁ ଝଙ୍କଡ଼ ମାଟିର ମା ଶାରଳାଙ୍କ ସାରସ୍ୱତ କ୍ଷେତ୍ରରେ ଆନନ୍ଦ ପ୍ରକାଶ ପାଇଛି। ସାହିତ୍ୟ କ୍ଷେତ୍ରରେ ସାଧନାରତ ଡ଼. ରାୟ ସମଗ୍ର ଜଗତସିଂହପୁର ଜିଲ୍ଲା ପାଇଁ ଗର୍ବ ଓ ଗୌରବର ଆଲୋକ ପ୍ରତିଭାବୋଲି ଦିଲ୍ଲି ଦୂରଦର୍ଶନ ଅବସରପ୍ରାପ୍ତ ଉପନିର୍ଦ୍ଦେଶକ ତଥା ତିର୍ତ୍ତୋଲ କୁମାର ଉତ୍ସବ ସମିତିର ପରାମର୍ଶ ଦାତା ନିତ୍ୟାନନ୍ଦ ଜେନା, ପ୍ରଫେସର ଜଗନ୍ନାଥ ପ୍ରସାଦ ମହାପାତ୍ର, ଆଦିକବି ସାରଳାଦାସ କଲେଜର ପ୍ରଫେସର ଜ୍ଞାନରଞ୍ଜନ ସାମନ୍ତରାୟ, ପ୍ରଖ୍ୟାତ ପ୍ରବଚକ ଅରୁଣ କୁମାର ପଣ୍ଡା, ଅନିଲ୍ ମହାପାତ୍ର, ମଣିଚରଣ ସାରଳା ଏକାଡ଼େମୀର ପ୍ରଧାନ ଶିକ୍ଷକ ଅଭୟ କୁମାର ନାୟକ, ଶିକ୍ଷକ ନିତ୍ୟାନନ୍ଦ କର, ଝଙ୍କଡ଼ ସାହିତ୍ୟ ସଂସଦର ସମ୍ପାଦକ ଗୋଲୋକ ବିହାରି ପଲାଇ, ବାସବ କୁମାର ନନ୍ଦଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top