ଜିଲ୍ଲା ପରିକ୍ରମା

ହୋ ହାଲ୍ଲାରେ ସରିଲା ପଚାଂୟତ ସମିତି ବୈଠକ

(ବହୁ ବିଭାଗରେ ଅବ୍ୟବସ୍ଥାକୁ ନେଇ ଜନ ପ୍ରତିନିଧିଙ୍କ ଅସନ୍ତୋଷ)

ଖଇରା, ୬/୭/୨୦୧୮(ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ପଞ୍ଚାୟତ ସମିତିର ୪ର୍ଥ ଅଧିବେଶନ ବ୍ଲକ ପରିସରରେ ଥିବା ଶିକ୍ଷକ ଭବନରେ ଅନୁଷ୍ଠିତ ହୋଇଯାଇଛି। ବ୍ଳକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ ଏଥିରେ ସଭାପତିତ୍ୱ କରିଥିଲେ। ପାନୀୟ ଜଳ, କୃଷି, ଉଦ୍ୟାନ, ଓଡିଶା ଜୀବିକା ମିଶନ, ମହିଳା ଶିଶୁ ସୁରକ୍ଷା, ସାଧାରଣ ବଣ୍ଟନ ବ୍ୟବସ୍ଥା, ଏମ୍ଜିଏନଆରଇଜିଏସ୍ ଉପରେ ଗୃହରେ ଆଲୋଚନା ବେଶ ସରଗରମ ହୋଇଥିଲା। ବିଶେଷ କରି ଗ୍ରାମ୍ୟ ପାନୀୟ ଜଳ ଓ କୃଷି ବିଭାଗ କାର୍ଯ୍ୟକୁ ଲୋକ ପ୍ରତିନିଧିମାନେ ଅସନ୍ତୋଷ ପ୍ରକାଶ କରିବା ସହ ଗୃହରେ ଦୀର୍ଘ ସମୟଧରି ଆଲୋଚନା ହୋଇଥିଲା। ଏଥିରେ ଉଦ୍ବେଗ ପ୍ରକାଶ ପାଇଥିଲା। ପାନୀୟ ଜଳ ପ୍ରସଙ୍ଗରେ ବହୁ ଲୋକ ପ୍ରତିନିଧି ବ୍ୟବହୃତ ହେଉଥିବା ପାଇପ ଅତ୍ୟନ୍ତ ନିମ୍ନମାନର ବୋଲି ଅଭିଯୋଗ କରିଥିଲେ। ଖଇରା ବ୍ଳକରେ ମୋଟ ୩୭ଟି ନଳକୂପ ଖରାପ ହୋଇଥିବାର ଅଭିଯୋଗ ଆସିବା ପରେ ତାକୁ ସଜଡା ଯାଇଥିବାର ସହକାରୀ ଯନ୍ତ୍ରୀ ରୌପ୍ୟରଞ୍ଜନ ବେହେରା ଉତ୍ତର ରଖିଥିଲେ। ତେବେ ହରିପୁର ପଞ୍ଚାୟତ ଓ ଅମରିଆଅଗ୍ନିପୁର ପଞ୍ଚାୟତରେ ଖରାପ ହୋଇ ପଡିଥିବା ନଳକୂପ ଗୁଡିକ ମରାମତି ହେଉନଥିବା ନେଇ ସମ୍ପୃକ୍ତ ପଞ୍ଚାୟତର ଲୋକ ପ୍ରତିନିଧି ମାନେ ଅଭିଯୋଗ କରିଥିଲେ। ଏଥିରେ ଉପସ୍ଥିତଥିବା ଭଦ୍ରକ ଲୋକସଭା ସାଂସଦ ଅର୍ଜୁନ ଚରଣ ସେଠୀ ଅସନ୍ତୋଷ ପ୍ରକାଶ କରିବା ସହ ଯେଭଳି କୌଣସୀ ବ୍ୟକ୍ତି ଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ଯତ୍ନବାନ ହେବାକୁ ତାଗିଦ କରିଥିଲେ। କୃଷି ପ୍ରସଙ୍ଗରେ ବ୍ଲକରେ ବିହନ ଆଲୋଚନାରେ ଚଳିତ ବର୍ଷ ବ୍ଲକର ୧୪ଟି ସେବା ସମବାୟ ସମିତି ଓ ୧୦ଟି ଘରୋଇ ଏଜେନ୍ସିକୁ ୩୪୭କୁଇଣ୍ଟାଲ ବିହନ ସବସିଡରେ ଯୋଗାଇ ଦିଆଯାଇଥିଲା। ଆବଶ୍ୟକତାଠାରୁ ବହୁ କମ୍ ବିହନ ଆସିଥିବାର ସହକାରୀ କୃଷି ଅଧିକାରୀ ରବିନ୍ଦ୍ର ପରିଡା ପ୍ରକାଶ କରିଥିଲେ। ବିହନ ବଣ୍ଟନରେ ଅନିୟମିତତା ହୋଇଥିବା ଏବଂ ସରକାରୀ ବିହନ ଗଜା ହେଉନଥିବାନେଇ ବର୍ତ୍ତନା ସମିତି ସଭ୍ୟ ରଘୁନାଥ ପଣ୍ଡା, ବ୍ଲକ ଉପାଧକ୍ଷ ଜୟନ୍ତ କୁମାର ରାଉତ, ଶ୍ୟାମସୁନ୍ଦର ପୁର ସରପଞ୍ଚ ପ୍ରମୁଖ ଅଭିଯୋଗ କରିଥିଲେ। ତୁରନ୍ତ ଚାଷୀଙ୍କୁ ବିହନ ଯୋଗାଇ ଦେବାକୁ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ଲୋକସଭା ସଦସ୍ୟ ଅର୍ଜୁନ ଚରଣ ସେଠୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ସେହିଭଳି ଓଡିଶା ଜୀବିକା ମିଶନରେ ହରିପୁର ପଞ୍ଚାୟତରେ ଏମବିକେ ନିଯୁକ୍ତିରେ ଲାଞ୍ଚ କାରବାର ହୋଇଥିବା ନେଇ ସମିତି ସଭ୍ୟା ଚମ୍ପାବତୀ ପଣ୍ଡା ଆରୋପ କରିଥିଲେ। ମହିଳା ଓ ଶିଶୁ ସୁରକ୍ଷା ଆଲୋଚନା ଆରମ୍ଭରେ ବ୍ଲକକୁ ମୋଟ ୧୮୪ଟି ନୂତନ ଅଙ୍ଗନୱାଡି ଗୃହ ମିଳିଥିବା ବେଳେ ଏଥରୁ ମାତ୍ର ୧୧୩ଟି କାର୍ଯ୍ୟକ୍ଷମ ଥିବା ନେଇ ସିଡିପିଓ ନର୍ମଦା ଦେଓ ପ୍ରକାଶ କରିଥିଲେ। ବହୁ କେନ୍ଦ୍ର ଅଙ୍ଗନୱାଡି କର୍ମୀଙ୍କ ନିଜ ଘରେ ଚାଲୁଥିବା ଓ ଯନ୍ତ୍ରୀଙ୍କ ଅସହଯୋଗ ଯୋଗୁଁ ଅନେକଘର ଆରମ୍ଭ ହୋଇ ପାରୁନଥିବା ନେଇ ଝିଙ୍କିରିଆ ସମିତି ସଭ୍ୟ କୈଳାସ ମାଝୀଙ୍କ ସମେତ ଅନେକ ଲୋକପ୍ରତିନିଧି ଅଭିଯୋଗ କରିଥିଲେ। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅନ୍ତ୍ୟୋଦୟ କାର୍ଡ ବଣ୍ଟନରେ ପାତର ଅନ୍ତର ନିତି କରାଯାଉଥିବା ନେଇ ଆପତ୍ତି ଉଠିଥିଲା। ଉକ୍ତ ବୈଠକରେ ବିଡିଓ ମହେଶ ଚୌଧୁରୀ, ସହକାରୀ ଯନ୍ତ୍ରୀ ବିଜୟଲକ୍ଷ୍ମୀ ଟୁଡୁ, ତହସିଲଦାର ପ୍ରଦୀପ କୁମାର ସାହୁ, ଜିଲା ପରିଷଦ ସଭ୍ୟା ଜୟନ୍ତୀ ମହଲା ଓ ସୁଷମା ମହାପାତ୍ର, ଜିପିଓ ମାୟାଧର ମଲ୍ଲିକ, ଏମ୍ପି ପ୍ରତିନିଧି ରାଜେନ୍ଦ୍ର ଦାସଙ୍କ ସମେତ ୩୭ଟି ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ମାନେ ଯୋଗ ଦେଇଥିଲେ। ଏଠାରେ ପ୍ରକାଶ ଥାଉକି ଗଣମାଧ୍ୟମରେ ପ୍ରସାର ଓ ପ୍ରଚାର ଦୀର୍ଘ ୭ ମାସପରେ ୪ର୍ଥ ବୈଠକ ବସିଲା ସତ କିନ୍ତୁ ବଡ ଦୁଃଖର ବିଷୟ ଆଜିର ବୈଠକ ପାଇଁ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ପୂବ ର୍ବୈଠକ ପରି ଆଗୁଆ କୌଣସି ସୂଚନା ପ୍ରଦାନ ନ କରିବା, ବିଶେଷ ସୁତ୍ରରୁ ଖବରପାଇ ଗଣମାଧ୍ୟର ପ୍ରତିନିଧିମାନେ ପହଂଚିଲାପରେ ମଧ୍ୟ ଅସମ୍ମାନ ପ୍ରଦର୍ଶନ କରାଯାଇଥିଲା। କାଳେ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହିଲେ ସମସ୍ତ ଭିତିରି ଗୁମର କଥା ବାହାରେ ପ୍ରକାଶ ହୋଇଯିବ ସେତିପାଇଁ ବିଡିଓଙ୍କ ପରାମର୍ଶକ୍ରମେ ବ୍ଲକ ତରଫରୁ କୌଣସି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପତ୍ର ମାଧ୍ୟମରେ କିମ୍ବା ମୌଖିକରେ ମଧ୍ୟ ଡକାଯାଇ ନ ଥିଲା। ବିଡିଓ ମହେଶ ଚୌଧୁରୀ କୌଣସି ଦିନ ସରକାରୀ ବାସଭବନରେ ନ ରହି ଦୈନିକ ଭଡା ସୂତ୍ରରେ ଲାଗିଥିବା ଓଡି ୦୧ଏନ-୪୪୬୬ଗାଡିରେ ବ୍ୟକ୍ତିଗତ ଭାବରେ ଭଦ୍ରକରୁ ଖଇରା ପ୍ରାୟ ୨୦୦କିମି ଯିବାଆସିବା କରୁଛନ୍ତି। ଏହା ସରକାରଙ୍କର କେଉଁ ନିୟମରେ ବ୍ୟକ୍ତିଗତ ଭାବରେ ବ୍ୟବହାର କରିବା ପାଇଁ ଲେଖା ଅଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top