ହୋଲି ଖେଳିବା ପରେ ଗାଧୋଇବାକୁ ଯାଇ ସମୁଦ୍ର ଢେଉରେ ଭାସିଗଲେ ୪ ଜଣ

ବ୍ରହ୍ମପୁର ୨-୩ (ଓଡ଼ିଆ ପୁଅ) ଆଜି ହୋଲି ପାଇଁ ଉତ୍ସବ ମୁଖର ଥିଲା ସାରା ଓଡ଼ିଶା। କିନ୍ତୁ କେତେକ ସ୍ଥାନରୁ ଦୁଃଖଦ ଖବର ଆମକୁ ପ୍ରାପ୍ତ ହୋଇଛି। ଖବର ଅନୁଯାୟୀ ହୋଲି ଖେଳ ସରିବା ପରେ ବ୍ରହ୍ମପୁର ସାନବଜାର ଅଞ୍ଚଳର ପି. ସିଦ୍ଧାନ୍ତ ପାତ୍ରଙ୍କ ସମେତ ୧୯ ଜଣ ଗୋପାଳପୁର ହରିପୁର ଘାଟକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ସମୁଦ୍ର ଢେଉରେ ୪ ଜଣ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ପି. ସିଦ୍ଧାନ୍ତ ପାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟ ଦୁଇ ଜଣଙ୍କ ସମ୍ପର୍କରେ ପତ୍ତା ମିଳିପାରୁ ନାହିଁ। ଆଉ ଜଣଙ୍କୁ ଜିବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ବେଳାଭୂମିରେ ଉଦ୍ଧାର କାର୍ଯ୍ୟ ଚାଲୁ ରହିଥିବା ଜଣାପଡ଼ିଛି। (ପ୍ରତିକାତ୍ମକ ଫଟୋ)

Leave a Reply

Your email address will not be published. Required fields are marked *