ହୋପ୍ ଇଜ୍ ଲାଇଫ ରକ୍ତଦାନ ଶିବିର

ପୁରୀ:୧୬/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ପ୍ରମୁଖ ସ୍ୱେଚ୍ଛାସେବୀ ଅନୁଷ୍ଠାନ ହୋପ୍ ଇଜ୍ ଲାଇଫ୍ ପକ୍ଷରୁ ସଦ୍ଭାବନା ସଭାଗୃହରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚନ୍ଦ୍ର ମାଝି ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିବା ବେଳେ ଉପ ଜିଲ୍ଳାପାଳ ଭବତାରଣ ସାହୁ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଅନୁଷ୍ଠାନର ଏଭଳି ମହତ ଉଦ୍ୟମର ଉଚ୍ଚ ପ୍ରଶଂସା କରିଥିଲେ। ଶିବିରରେ ଶତାଧିକ ସ୍ୱେଚ୍ଛାସେବୀ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ରକ୍ତଭଣ୍ଡାରର ସରୋଜିନୀ ମହାପାତ୍ର, ପ୍ରସନ କୁମାର ଦାଶ ଅର୍ଚ୍ଚୟନା ଖଣ୍ଡାୟତରାୟ, ସାରଥୀ ନାୟକ, ପ୍ରଫୁଲ୍ଲ ଭୋଇ ପ୍ରମୁଖ ରକ୍ତଦାତାମାନଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ। ଏହି ଅବସରରେ ରକ୍ତଦାତାମାନଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ହୋପ୍ ଇଜ୍ ଲାଇଫ୍ ର ସ୍ୱେଚ୍ଛାସେବୀମାନେ ଶିବିରକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *