ଓଡ଼ିଶା

ହୋଟେଲ ଆସୋସିଏସନ୍ ଭୂତଳ ଜଳ ଉତ୍ତୋଳନ ବିଷୟରେ ବୈଠକ

ପୁରୀ:୨୫/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସହରର ସମସ୍ତ ହୋଟେଲକୁ ଭୂତଳ ଜଳ ଉତ୍ତୋଳନ ନକରିବା ପାଇଁ ନୋଟିସ ଜାରି କରାଯାଇଛି। ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲର ନିର୍ଦ୍ଦେଶ ଅନୁଯାୟୀ ଭୂତଳ ଭୂମିର ୩ଶହ ମିଟର ଅଞ୍ଚଳ ମଧ୍ୟରେ ଭୂତଳ ଜଳ ଉତ୍ତୋଳନକୁ ନିଷେଧ କରାଯାଇଥିବା ବେଳେ ପଦ ଅନୁଯାୟୀ ଜନସ୍ୱାସ୍ଥ୍ୟ ବିଭାଗ ହୋଟେଲଗୁଡିକୁ ନୋଟିସ ଜାରି କରିଛି। ସମସ୍ତ ହୋଟେଲ ପିଏଚ୍ ଡିର କର୍ମସିଆଲ ପାଣି ସଂଯୋଗ ନେବା ପାଇଁ ଏହି ନୋଟିସରେ ବାଧ୍ୟ କରାଯାଇଛି। ତତ୍ ସହିତ ବର୍ଷାଜଳକୁ ସଂରକ୍ଷିତ କରି କାର୍ଯ୍ୟରେ ଲଗାଇବା ପାଇଁ ନୋଟିସରେ ଉଲ୍ଲେଖ କରାଯାଇଛି। ଏହି ନୋଟିସକୁ ନେଇ ହୋଟେଲ ଆସୋସିଏସନ୍ ର ଏକ ଜରୁରୀ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଆସୋସିଏସନ୍ ର ସଭାପତି ରାମକୃଷ୍ଣ ଦାସ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନୋଟିସ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। କମ୍ ସମୟରେ ଏହା କରିବା ସମ୍ଭବପର ନୁହେଁ ବୋଲି ବୈଠକରେ ଆଲୋଚନା ହେବା ସହ ଏକ ୧ଜଣିଆ କମିଟି ଜିଲ୍ଲାପାଳଙ୍କ ସହିତ ଏସମ୍ପର୍କରେ ଆଲୋଚନା କରିବା ପାଇଁ ସ୍ଥିର କରାଯାଇଛି। ବୈଠକରେ ଆସୋସିଏସନ୍ ର କାର୍ଯ୍ୟକାରୀ ସଭାପତି ବିଜୟ ଦାସ ସମ୍ପାଦକ ରାଜକିଶୋର ପାତ୍ରଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top