ଜିଲ୍ଲା ପରିକ୍ରମା

ହୋଟେଲରେ ମାସଂ ଖାଇବାକୁ ନେଇ ଗଣ୍ଡଗୋଳ, ଘଟଣା ସ୍ଥଳରେ ଉତ୍ତଜନା ଓ ପୋଲିସ ଫୋର୍ସ ମୃତୟନ, ତଦନ୍ତ ଜାରୀ

ବାହାନଗା/ବାଲେଶ୍ୱର, ୨୫/୦୬(ଓଡ଼ିଆ ପୁଅ /ଭଗବାନ ଦାସ)- ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ରେମୁଣା ବ୍ଲକ ଶ୍ରୀଜଙ୍ଗ ବୋଇତା ଛକ ଏକ ହୋଟେଲରେ ମାଂସ ତରକାରୀ ଖାଇବାକୁ କେନ୍ଦ୍ର କରି ୩ଜଣ ଭିନ୍ନ ସମ୍ପ୍ରଦାୟର ଯୁବକ ହୋଟେଲ ମାଲିକାଣୀ ଓ ଗ୍ରାହକଙ୍କୁ ମାଡ଼ ମାରିବା ସହ ହୋଟେଲର ଜିନିଷ ପତ୍ର ଭଙ୍ଗା ରୁଜା କରି ଘଟଣାସ୍ଥଳରୁ ଫେରାର ହୋଇଥିଲେ। ହୋଟେଲ ମାଲିକାଣୀଙ୍କୁ ମାଡ଼ ମରାଯିବାକୁ କେନ୍ଦ୍ର କରି ପାଖ ଦୋକାନୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ହୋଇଥିଲା। ଏନେଇ ଗ୍ରାମବାସୀ ଓ ଦୋକାନୀ ଭିନ୍ନ ସମ୍ପ୍ରଦାୟ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତା ରୋକ କରାଯିବାର ଯୋଜନା କରାଯାଇଥିଲାା ଖନ୍ତାପଡ଼ା ପୋଲିସର ସଠିକ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଘଟଣାର ଆଶୁ ପ୍ରତିକାର କରାଯିବାରୁ ଏକ ବଡ଼ ଧରଣର ସମ୍ପ୍ରଦାୟିକ ଦଙ୍ଗା ଟଳି ଥିଲେ ମଧ୍ୟ ଘଟଣା ସ୍ଥଳରେ ଏବେବି ପୋଲିସ ଫୋର୍ସ ମୁତୟନ କରାଯାଇଛି। ସୂଚନା ଅନୁସାରେ ଶ୍ରୀଜଙ୍ଗ ବୋଇତା ଛକରେ ସାବିତ୍ରୀ ବିଶ୍ୱାଳ (୬୦)ଦୀର୍ଘ ୧୫ବର୍ଷ ଧରି ମା ବାସନ୍ତୀ ହୋଟେଲ କରିଛନ୍ତି। ଗତକାଲି ସକାଳ ୧୦ଟା ସମୟରେ ଗୋରୁ ବେପାର କରୁଥିବା ୩ଜଣ ମୁସଲମାନ ଯୁବକ ହୋଟେଲ ସମ୍ମୁଖରେ ବାଇକ (ଓଆର୦୧ଆର-୨୦୨୮) ରଖି ହୋଟେଲକୁ ଖାଇବାକୁ ଯାଇଥିଲେ। ସେଠାରେ ସଦର ଥାନା ଅଧିନ କସବା ଗ୍ରାମର ସଦ୍ଦାମ ଶାହା ଓ ଅନ୍ୟ ୨ଜଣ ମାଂସ ତରକାରୀ ଖାଇବାକୁ ସାବିତ୍ରୀଙ୍କୁ ମାଗିଥିଲେ। ମାଂସ ତରକାରୀ ହୋଇନଥିବାରୁ ସାବିତ୍ରୀ ମନା କରିବାରୁ ଯୁବକ ମାନେ ତାଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ହୋଟେଲର ଟେବୁଲ, ଚେୟାର ଭଙ୍ଗା ରୁଜା କରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଗ୍ରାହକ ନୂଆପୁର ଗ୍ରାମର ରଞ୍ଜନ କୁମାର ବିଶ୍ୱାଳ(୩୨) ଓ ମହିଳା କର୍ମଚାରୀ ଭାରତୀ ମାରାଣ୍ଡି ପ୍ରତିବାଦ କରିଥିଲେ ମଧ୍ୟ ଗଣ୍ଡଗୋଳ କାରୀ ସେମାନଙ୍କୁ ମଧ୍ୟ ମାଡ଼ ମାରି ୧୦ହଜାର ଟଙ୍କା ହୋଟେଲ କ୍ୟାସରୁ ଛଡ଼ାଇ ନେଇ ପଳାଇଥିଲେ।ମୁସଲମାନ ଯୁବକ ହୋଟେଲ ମାଲିକାଣିକୁ ମାଡ଼ ମାରିଥିବାର ଜାଣିବା ପରେ ସ୍ଥାନୀୟ ଦୋକାନୀ ତଥା ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା। ଏନେଇ ସାବିତ୍ରୀ ବିଶ୍ୱାଳ ଖନ୍ତାପଡ଼ା ଥାନାରେ ଉକ୍ତ ଯୁବକଙ୍କ ବିରୋଧରେ ଲିଖିତ ଏତଲା ଦେଇଥିଲେ। ଅଭିଯୋଗ ପାଇ ଘଟଣା ବଢୁଥିବାରୁ ସାମ୍ପ୍ରଦାୟିକ ହିଂସାର ଆଶଙ୍କା କରି ତୁରନ୍ତ୨୫୩/୧୮ନଂରେ ମାମଲା ରୁଜୁ କରି ରାତିରେ ସଦର ଏସଡିପିଓ ପ୍ରଭାସ ଚନ୍ଦ୍ର ପାଲ, ଖନ୍ତାପଡ଼ା ଥାନାଧିକାରୀ କୃଷ୍ଣଚନ୍ଦ୍ର ପଲେଇ, ସେରଗଡ଼ ଫାଣ୍ଡି ଅଧିକାରୀ ଅଭିମନ୍ୟୁ ଦାସ ଅଭିଯୁକ୍ତଙ୍କ ଘରେ ଚଢଉକରି ୩ଜଣ ଯୁବକଙ୍କୁ ଉଠାଇ ଆଣିଥିଲାା ତେବେ ୬୦ବର୍ଷିୟ ମହିଳାଙ୍କୁ ଭିନ୍ନ ସମ୍ପ୍ରଦାୟର ଯୁବକ ମାଡ଼ ମାରିଥିବା ପ୍ରତିବାଦରେ ଦୋକାନୀ ଓ ଗ୍ରାମବାସୀ ସକାଳେ ରାସ୍ତାରୋକ କରିବା ନିମନ୍ତେ ପ୍ରସ୍ତୁତି ଚଳାଇଥିଲେ। ସକାଳେ ଘଟଣାସ୍ଥଳରେ ଖନ୍ତାପଡ଼ା ଆଇଆଇସି ଶ୍ରୀ ପଲେଇ, ସେରଗଡ଼ ଫାଣ୍ଡି ଅଧିକାରୀ ଅଭିମନ୍ୟୁ ଦାସ ପ୍ରମୁଖ ଫୋର୍ସ ସହ ପହଞ୍ଚି ଘଟଣାର ତଦନ୍ତ କରିବା ସହ ସନ୍ଦେହରେ ୩ଜଣ ଯୁବକ ଅଟକ ଥିବାର ପ୍ରକାଶ କରିଥିଲେ। ଏବଂ ବହୁ ଶିଘ୍ର ଘଟଣାର ଜଡ଼ିତ ଥିବା ଦୋଷୀଙ୍କୁ ଧରାଯିବାର ପ୍ରତିଶୃତି ଦେବା ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଥମିଥିଲା। ଖବର ଲେଖା ହେବା ବେଳକୁ ଘଟଣା ଘଟାଇଥିବା ସ୍ଥଳରେ ୧ପ୍ଲାଟୁନ ଫୋର୍ସ ଜଗି ରହିଛନ୍ତି। ପ୍ରକାଶ ଯୋଗ୍ୟ ହୋଟେଲରେ ମାଡ଼ ଖାଇଥିବା ଗ୍ରାହକ ରଞ୍ଜନ ଥାନାରେ କୌଣସି ଅଭିଯୋଗ କରି ନାହାନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top