ଜିଲ୍ଲା ପରିକ୍ରମା

‘ହେଲମେଟ୍ ନାହିଁ ତ ପେଟ୍ରୋଲ ନାହିଁ’

ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଗତକାଲି ଠାରୁ ହେଲମେଟ୍ ନଥିଲେ ବାଇକ୍ ଆରୋହୀଙ୍କୁ ପେଟ୍ରୋଲ ମିଳିବ ନାହିଁ । ଏଥିନେଇ ଭଦ୍ରକ ଜିଲାପାଳ ଜ୍ଞାନ ଦାସ ନିଦେ୍ର୍ଦଶ ଜାରି କରିଛନ୍ତି । ଜିଲାପାଳଙ୍କ ଏହି ନିଦେ୍ର୍ଦଶନାମାର ନକଲ ଜିଲାର ସମସ୍ତ ପେଟ୍ରୋଲ ପମ୍ପ ମାଲିକ, ସମସ୍ତ ଥାନାଧିକାରୀ, ଜିଲା ଯୋଗାଣ ଅଧିକାରୀ, ଜିଲା ପରିବହନ ଅଧିକାରୀଙ୍କ ନିକଟକୁ ପଠାଯାଇଛି । ତୁରନ୍ତ ଏହି ନିଦେ୍ର୍ଦଶନାମା କାର୍ଯ୍ୟକାରୀ କରିବାକୁ କୁହାଯାଇଛି । ସମସ୍ତ ମାଲିକ ନିଜ ପେଟ୍ରୋଲ ପମ୍ପା ପରିସରରେ ଫ୍ଲେକ୍ସ ବ୍ୟାନର ଜରିଆରେ ଏ ବିଷୟରେ ବାଇକ୍ ଆରୋହୀଙ୍କୁ ଅବଗତ କରିବାକୁ କୁହାଯାଇଛି । ସେହିପରି ଯୋଗାଣ ବିଭାଗ କର୍ମଚାରୀ, ସମସ୍ତ ଥାନାଧିକାରୀ ଏହା ଠିକ୍ ଭାବରେ କାର୍ଯ୍ୟକାରୀ ହେଉଛି କି ନାହିଁ ସେଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ନିଦେ୍ର୍ଦଶ ନାମାରେ କୁହାଯାଇଛି । ସହରର ସମସ୍ତ ପେଟ୍ରୋଲ ପମ୍ପମାନଙ୍କରେ ଏହାର କପି ଲଗାଯାଇଥିବା ଦେଖିବାକୁ ମିଳିଛି । ଆସନ୍ତାକାଲି ଠାରୁ ଏହି ନିଦେ୍ର୍ଦଶକୁ କଡାକଡି ଭାବେ ପାଳନ କରାଯିବ ବୋଲି ସହରର ପେଟ୍ରୋଲ ପମ୍ପ ମାଲିକମାନେ କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ବାଇକ ଚାଳନା ସମୟରେ ସମ୍ଭାବ୍ୟ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ଅତୀତରେ ବାରମ୍ବାର ହେଲମେଟ୍ ପରିଧାନ କରିବାକୁ ସଚେତନ କରାଯାଇଥିଲେ ମଧ୍ୟ ଅଧିକାଂଶଡ ବାଇକ୍ ଆରୋହୀ ଏହାକୁ ଗୁରୁତ୍ୱ ଦେଉନାହାଁନ୍ତି । ହେଲମେଟ୍ ପରିଧାନ କରୁନାହାଁନ୍ତି । ତେଣୁ ସଡକ ସୁରକ୍ଷାହ ସପ୍ତାହ ପାଳନ ଅବସରରେ ଜିଲା ପ୍ରଶାସନ ବାଧ୍ୟ ହୋଇ ଏପରି କଡା ଆଭିମୁଖ୍ୟ ଗ୍ରହଣ କରିଛି । ପ୍ରଶାସନର ଏହି ନିଦେ୍ର୍ଦଶନାମାକୁ ସାଧାରଣରେ ସ୍ୱାଗତ କରାଯାଇଥିବା ଦେଖିବାକୁ ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top