ଓଡ଼ିଶା

ହେଲମେଟ୍ ଚେକିଂ ଆଳରେ ଯୋଡା ପୁଲିସର ରସିଦ୍ ଜାଲିଆତି

ଯୋଡା – ୦୯-୧୧ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ଖଣି ଅଞ୍ଚଳରେ ଦିନକୁ ଦିନ ସଡକ ଦୁର୍ଘଟଣା ବୁଦ୍ଧି ପାଇବାରେ ଲାଗିଛି । ଏହାକୁ ନଜରରେ ରଖି ଯୋଡା ପୁଲିସ ପକ୍ଷରୁ ହେଲମେଟ ଚେକିଂକୁ ସହର ମଧ୍ୟରେ ବ୍ୟାପକ କରାଯାଇଛି । ତେବେ ଏହି ହେଲମେଟ ଚେକିଂ ଆଳରେ କେତେକ ଅସାଧୁ ପୁଲିସ ଅଧିକାରୀ ରସିଦ୍ ଜାଲିଆତି କରି ଲକ୍ଷ ଲକ୍ଷ ଟଙ୍କା ହଡପ କରୁଥିବା ଘଟଣା ନଜରକୁ ଆସିଛି । ଘଟଣାରୁ ପ୍ରକାଶ ଯେ, ଯୋଡା ସହର ମଧ୍ୟରେ ବିନା ହେଲମେଟରେ ଚଳାଉଥିବା ମୋଟରସାଇକେଲ ଚାଳକଙ୍କ ଠାରୁ ଜୋରିମାନା ବାବଦକୁ ନିଆଯାଉଥିବା ଅର୍ଥ ଦଣ୍ଡ ବଦଳରେ ଯେଉଁ ରସିଦ୍ ଦିଆଯାଉଛି ଉକ୍ତ ରସିଦ୍ରେ ଜୋରିମାନାର ସଠିକ୍ ପରିମାଣ ୩୦୦ଟଙ୍କା ଲେଖାଯାଉଥିବା ବେଳେ ଏହାର ନକଲ ରସିଦ୍ରେ ମାତ୍ର ୧୦୦ ଟଙ୍କା ଲେଖାଯାଇ ପ୍ରତି ଜୋରିମାନା ଅର୍ଥରୁ ୨୦୦ ଟଙ୍କା ଲେଖାଁ ହଡପ କରାଯାଉଥିବା ଚାଞ୍ଚଲ୍ୟକର ତଥ୍ୟ ଗଣମାଧ୍ୟମ ହାତରେ ପଡିଛି । ତଥ୍ୟ ଅନୁଯାୟୀ ୧୯.୦୬.୨୦୧୮ରିଖରେ ରସିଦ୍ ନଂ. ୧୨୦୮୭୭୩ରେ ବାଇକ ନଂ. ୧୬ଏଫ୍-୩୧୭୧ ର ଚାଳକ ଠାରୁ ବିନା ହେଲମେଟ ବାବଦକୁ ୩୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ବେଳେ ଉପର ରସିଦ୍ଟିରେ ୩୦୦ ଟଙ୍କା ଲେଖା ଥାଇ କାର୍ବନ ନକଲରେ ୧୦୦ ଟଙ୍କା ଲେଖାଥିବା ଜାଣିବାକୁ ମିଳିଛି । ସେହିପରି ଅନ୍ୟ ଏକ ରସିଦ୍ରେ ୧୨.୦୬.୨୦୧୮ରିଖ ରସିଦ୍ ନଂ. ୩୩୫୬୧୨୧ରେ ଅନ୍ୟ ଜଣେ ମୋଟରସାଇକେଲ ଚାଳକଙ୍କ ଠାରୁ ଜୋରିମାନା ବାବଦକୁ ୨୫୦ ଟଙ୍କା ରସିଦ୍ ଦେଇଥିବା ବେଳେ ତଳ ନକଲ ରସିଦ୍ରେ ୧୦୦ ଟଙ୍କା ଲେଖା ଥିବା ଜଣାପଡିଛି । ତେବେ ଏହି ପ୍ରକ୍ରିୟା ମାସ ମାସ ଧରି ଚାଲିଥିବା ବେଳେ ଏହା କେବଳ ଏଠାରେ ଗୋଟିଏ ଦୁଇଟି ନମୁନା ପ୍ରଦାନ କରାଯାଇଛି । ସେହିପରି ରାତିରେ ଜାତୀୟ ରାଜପଥ ୫୨୦ରେ ଚାଲୁଥିବା ଟ୍ରକ ଗୁଡିକର ଯାଞ୍ଚ କରାଯାଇ ମଦ୍ୟପାନ କରିଥିବା ଡ୍ରାଇଭର, ଡ୍ରାଇଭିଙ୍ଗ ଲାଇସେନ୍ସ, ଫିଟନେସ ପ୍ରମାଣପତ୍ର ନଥିବା ଗାଡି ଗୁଡିକୁ ଯାଞ୍ଚ କରାଯାଇ ସେ ବାବଦକୁ ଆଦାୟ କରାଯାଉଥିବା ଜୋରିମାନାକୁ ମଧ୍ୟ କେତେକ ଅସାଧୁ ପୁଲିସ ଅଧିକାରୀ ହଡପ କରୁଥିବା ଜଣାପଡିଛି । ଏଥିରେ କେହି ପ୍ରତିବାଦ କଲେ ଜୋରିମାନ ପରିମାଣ ବଢାଇଦିଆଯିବ ବୋଲି ମଧ୍ୟ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି । ଏହାର ଏକ ଉଚ୍ଚ ସ୍ଥରୀୟ ତଦନ୍ତ ହେଲେ ଲକ୍ଷ ଲକ୍ଷ ଟଙ୍କା ତୋସରପାତର ଗୁମର ଫିଟି ପାରନ୍ତା ବୋଲି ସାଧାରଣରେ ଦାବି ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top